Monday, August 31, 2020

ମନକଥା

ମୁଁ ବି ଶୁଣିବି ତୁମ ମନକଥା 
ପୋଛିଦେବି ଆଖି ଲୁହ
ହେଲେ କିଏ ଏଠି ନିଜର ଅଛି ଯେ 
ଶୁଣିବାକୁ ମୋତେ କୁହ 

ତୋଳି ଆଣିବି ମୁଁ ଆକାଶରୁ ଚାନ୍ଦ 
ମେଘ ପାଲିଙ୍କି ରେ ଯାଇ 
ସପନ ରାଇଜେ ଗଢିଦେବି ଘର 
ଫୁଲ ର ଦୋଳି ଲଗାଇ  

ଲଢିଯିବି ସତେ ସାତ ଶତ୍ରୁ ସହ 
ପାଇବାକୁ ପ୍ରେମ ତାର 
କୁହ ଅଛି କିଏ କରିବ ତା ସାଥୀ 
ହୋଇଯିବି ଆପଣାର 

ଇଛା ଅସୁମାରି ଯାଏ ସରି ସରି 
ପାହିଯାଏ ଯେବେ ନିଶି 
ସ୍ବପ୍ନ ମୋର ସଦା ରହୁଛି ଅଧାରେ 
ନିଜ ଛାଇ ସହ ମିଶି 


Saturday, August 29, 2020

ଭରଷା

ବିଶ୍ୱାସ ନିଜର ଭାଙ୍ଗିଦେଇ ଗଲା 
ଭରଷା ର କାଚ ଘର
କି ଅବା ତୋଷିବି ନିଜ କପାଳ କୁ
ନିଜ ଲୋକ ହେଲେ ପର

ଗଢିଥିଲି ଯାଇ କଳ୍ପନା ରାଇଜେ 
ପ୍ରେମ ର ରାଜ ଉଆସ 
ନଜର କି ଆଉ ଲାଗିଲା କାହାର 
ଅମୃତ ହୋଇଲା ବିଷ 

ଦିବା ସ୍ବପ୍ନ ଥିଲା ଭଲ ପାଇବାଟା 
ଚାହୁଁ ଚାହୁଁ ହେଲା ଦୂର 
ବୁଝେଇ ସୂଝେଇ ଯତନେ ରଖିଲେ 
ପର ହୁଏନା ନିଜର 

ଆପଣା  ସୁନା ଯେ ହୋଇଗଲେ ଭେଣ୍ଡି 
ଦୋଷ ମୁଁ କାହାକୁ ଦେବି 
ସବୁ ପ୍ରତିଶ୍ରୁତି ଭଲପାଇବା କୁ 
ନିଜେ ଜଳାଞ୍ଜଳି ଦେବି 







ଭରଷା

ଅଭିଯୋଗ ନାହିଁ ଅଭିମାନ ନାହିଁ 
ଭରଷା ବି ଆଉ କାହିଁ 
ହୃଦୟରେ ଥରେ ଲାଗିଗଲେ ଦାଗ 
ମଲାଯାଏଁ ଲିଭେ ନାହିଁ 

ଗୋରା କଳା ଧଳା ଅଦଳବଦଳ 
ପଇସା ର ହୁଏ ପୂଜା 
ଗରିବ ହୃଦୟ ନିଃସ୍ବାର୍ଥ  ପ୍ରେମକୁ 
ମିଳେ ଉପହାର ଲଜ୍ଜା 

ଧନ, ବଳ,ରଙ୍ଗ ନୁହେଁ କାହାରି 
ଆଜି ରାଜା ଯିଏ କାଲି ଭିକାରୀ 
ସମ୍ପର୍କେ ନ ଥିଲେ ଭଲପାଇବା 
ସ୍ବର୍ଗ ର ସୁଖ ବି ଲାଗଇ ସଜ୍ଜା

ବିଳାଶ ବ୍ୟସନ ଧନ ଆଉ ରତ୍ନ 
ଦେଇ ନପାରଇ ଶାନ୍ତି 
ଯେତେ ପରକାରେ ମଲମ ଘଷିଲେ 
ଯାଏନି ଆତ୍ମାର କ୍ଳାନ୍ତି 

ସମୟ ର ଖେଳ ଚକାଭଁଉରୀ ରେ 
ଫସିରହେ ଯେବେ କିଏ 
ଧୌର୍ଯ ଥିବା ଲୋକ ହାରେନାହିଁ କେବେ 
ସମୟ ତାକୁ ଜିତାଏ 

Friday, August 28, 2020

ଫେରିଲା ପ୍ରିୟା

ଖୋଲି ପଢୁଥିଲି ପୁଳୁଣାଚିଠିକୁ 
ଆଜି ସଞ୍ଜବେଳେ ଆସି 
ଲାଗିଲା ଯେମିତି ପ୍ରିୟା ମୋର ସତେ
ମୋ ପାଖେ ଯାଇଛି ବସି 

ପଦ ଆଉ ପ୍ରତି ଶବ୍ଦ ରେ ଶୁଭିଲା 
ତାର ସେ ପୁରୁଣା ଡାକ 
ବୁଲିଚାହିଁଲି ମୁଁ ପଛକୁ କ୍ଷଣକେ
ଦେଖି  ତାର ପଟ୍ଟଚିତ୍ର 

ଚମକି ପଡିଲି ହୋଇଲି ଆଶ୍ଚର୍ଯ୍ୟ 
ବଢିଲା ସ୍ପନ୍ଦନ ମୋର 
ପଟ୍ଟଚିତ୍ର ନୁହେଁ ପ୍ରିୟା ଆସିଥିଲା 
ଚାଲି ଚାଲି ବହୁ ଦୂର

ଥକିଯାଇଥିଲା  ଭାଙ୍ଗିପଡିଥିଲା 
ହୋଇଥିଲା ସେ ନିରାଶା 
ପାଣି ପାଇଁ ଧାଇଁ ମରୁ ଚୋରାବାଲି 
ମେଣ୍ଟିଲାନି ତାର ତୃଷ୍ଣା 

ଫେରିଛି ବୋଲି ସେ ଅବୁଝା ଏ ମନ 
ଖୁସିରେ ନାଚୁଛି ଆଜି 
ଲାଗିଲା ଯେମିତି ଡେରି ହେଉ ପଛେ 
ଯିତିଛି ଜୀବନ ବାଜି 


ସକାଳ

ହେ ହୃଦ ନନ୍ଦନ ତୋ କଳା ବଦନ 
ଦୁଃଖୀ ଜନ ପ୍ରାଣବିନ୍ଦୁ 
ତୋ ଚକାନୟନ ଦେଖି ଦେଲେ ଧନ 
ପାରି ହେବି ଭାବ ସିନ୍ଧୁ 

ରତ୍ନ ସିଂହାସନେ ବିରାଜିଛୁ ସିନା 
ମନ ତୋ ଭକ୍ତି ରେ ବନ୍ଧା 
ଭକ୍ତ ଜନ ପାଇଁ ଛାଡୁ ତୁ ଦେଉଳ 
ଷାଠିଏ ପଉଟି ରନ୍ଧା 

ଧନୀ କି ଗରିବ କିଛି ତୁ ମାନୁନା 
କୋଟି ଭକତଙ୍କ କାଳିଆ ସୁନା 
ଭରଷା ପ୍ରତିକ ଭାବର ଠାକୁର 
ହୃଦୟ ଚାହଁନି କିଛି ତୋ ବିନା 

Thursday, August 27, 2020

ବିଡମ୍ବନା

କି ଅବା ଉତ୍ତର ମାଗୁଛି ଦୁନିଆ
ଜଳିଗଲା ପରେ ମନ 
ଆସରା ଖୋଜୁଛି ଲୁହ ଭିଜା ଆଖି 
ତୁଚ୍ଛ ଲାଗେ ଏ ଜୀବନ 

ସମ୍ପର୍କ ଭାଙ୍ଗିଲା ସମ୍ମାନ ପାଇଁକି 
ମିଛେ ହୁଏ ଲୋକହସା 
ହୃଦୟ ବିଚରା ପ୍ରତାରିତ ହେଲା 
ଜଣକୁ କରି ଭରଷା 

ବୁଝେନାହିଁ କେହି ଶୁଣେନାହିଁ କେହି 
ଦରଦି ମଣିଷ କଥା 
ନିଜର କିଏ ଯେ ଅଛି ଦୁନିଆରେ 
ବୁଝିବାକୁ ମନ ବ୍ୟଥା 

ସମ୍ଭାବନା ଯାହା ଥିଲା ଭଲପାଇ
ହଜିଗଲା ଅଦିନରେ 
ତୁନି ତୁନି ଆସି ଅତୀତ ର ସ୍ମୃତି 
ହସିଦିଏ  ନୀରବରେ 

ଭାବନା ସାଜିଛି ମୋର ବିଡମ୍ବନା 
ଭାଗ୍ୟ କିଆଁ ହେବ ଦୋଷୀ 
ନିଜ ଲୋକ ଯେବେ ହୋଇଯିବେ ଶତ୍ରୁ 
ଆତ୍ମଗ୍ଲାନି ଦିଏ ଫାଶୀ 

ଫେରିବ କି??

ସ୍ମୃତି ଅନ୍ତରାଳେ ଆଜି ବି ଚାହିଁଚି 
ତୁମରି ଫେରିବା ବାଟ 
ଆସିଯିବ କହି ଫେରିଲନି କାହିଁ
ଖୋଲା ମୋ ମନ କବାଟ 

ଭାବିଥିଲି ତୁମେ ଫେରିବ ନିଶ୍ଚୟ 
ଦେଇଥିଲ ମୋତେ କଥା 
ହେଲେ କଥା ତୁମ ବାସ୍ତବରେ ମିଛ 
ପଶ୍ଚାତାପେ ନଏଁ ମଥା 

ନ ଆସିଲେ ନାହିଁ ଦୁଃଖ ଲାଗେ ଖାଲି 
ଭୁଲ୍ ଥିଲା ପ୍ରତିଶ୍ରୂତି 
ପ୍ରତିମୂହୁର୍ତରେ ହଜେ ପରିଚୟ 
ବର୍ତ୍ତମାନ ହୁଏ ଇତି 



Wednesday, August 26, 2020

ନୀରବ ସ୍ମୃତି

ସଞ୍ଜ ନଇଁଗଲେ ଦିନ ପାହିଗଲେ 
ମନେ ପଡେ ତା କଥା 
ଗୋପନରେ ଆସି ସପନ ନାୟିକା 
ଭାଙ୍ଗିଦିଏ ନୀରବତା 

ସୂରୁଜ ଉଇଁଲେ ପକ୍ଷୀ ଫେରିଗଲେ
ପାଖେ ଆସି ସ୍ମୃତି ତାର 
ପଚାରେ ମନକୁ ଅଜଣା କଥା ସେ 
କି ଅବା ଦେବି ଉତ୍ତର 

ବୁଝାଏ ଯେବେ ମୁଁ ଅବୁଝା ମନକୁ 
ହୃଦୟେ ଦେଇ ସାନ୍ତ୍ବନା 
ଅଧାଗଢା ସ୍ବପ୍ନ ଆଖି ଆଗେ ନାଚେ 
ମିଛ ଥିଲା ମୋ ଭାବନା 

ପଛ କଥା ଭାବି ଆଖି ଭରିଯାଏ 
ଅସରନ୍ତି ଲୁହ ଧାରେ
ନିଜ ହାତ ଗଢା ପ୍ରେମର ଦୂନିଆ 
ଭାଙ୍ଗିଗଲା କ୍ଷଣକରେ 

Tuesday, August 25, 2020

କିଏ ତୁମେ

କିଏ ଗୋ ତୁମେ?
ଅକସ୍ମାତ୍ ଆସି ହୋଇଛ ଉଭା 
ବଢେଇ ମୋ ମନେ ପ୍ରେମ ର ଶୋଭା 

ତୁମେ କି ସେଇ?
ଅଲେଖା କାହାଣୀ ନାୟିକା ମୋର 
ଅସଜଡା ରାଗ ମୋ ସଂଗୀତର

ତୁମେ କି ସେଇ?
ପ୍ରତିମୂହୁର୍ତ ର ମିଠା ଭାବନା 
ନୂଆ ସକାଳର ନୂଆ ଚେତନା

ତୁମେ କି ସେଇ?
କୋଇଲି ପରି ଯା ସୁର ମଧୁର 
ଅବା ମହୁ ପାଇଁ ବ୍ୟଗ୍ର ଭଅଁର 

ତୁମେ କି ସେଇ?
ଫଗୁଣର ଫଗୁ ରଙ୍ଗ ରଙ୍ଗୋଲି 
ଅବା ବର୍ଷା ଋତୁ ବେଙ୍ଗବେଙ୍ଗୁଲି 

ତୁମେ କି ସେଇ?
ଜହ୍ନ ପରି ଯାର କୋମଳ ଜୋସ୍ନା
ଅବା ସଜ କଇଁ ଫୁଲର  ବାସ୍ନା

ତୁମେ କି ସେଇ?
ରାଜହଂସି ଚାଲି ପାରୁନି ଜାଣି 
ଅବା ତ୍ରେତୟାର ସୁନା ହରିଣୀ 

ଆଗୋ ସ୍ବପ୍ନ ନାୟିକା 
ସତରେ କେବେ ଯେ ହୋଇବ ଦେଖା
ଥରେ ମତେ ଦିଅ ତୁମ ପରିଚୟ 
ଦୂରେଇ ଦିଅ ମୋ ମନୁ ସଂଶୟ!!!!!!!!!!!!!!




Monday, August 24, 2020

ନିଜର କିଏ?

କିଏ ଆସି ହଜିଯାଏ କିଏ ରହିଥାଏ 
ହିସାବ ରଖିଛି କୁହ କିଏ ଆଜିଯାଏ 

ଆସନ୍ତି ହଜାରେ ଆଉ ଯିବେ ବି ହଜାରେ 
ଦୁନିଆ ଚାଲେନା ଏଠି କାହା ଭରଷାରେ 

ସମୟ ସ୍ରୋତ ରେ ଯିଏ ନ ଚାଲେ ତାଳରେ 
ଜିଇଁବା  ସମ୍ଭବ  ନୁହେଁ  ଏ କଳି  କାଳରେ 

ନିଜର କାଲି ଯେ ଥିଲା ଆଜି ସିଏ ପର 
ଏମିତି ରିତିରେ ଚାଲେ ଆମ ଏ ସଂସାର 

ଦୁଃଖ ନ କରିବ କେବେ କିଏ ଛାଡି ଗଲେ 
ଆପଣାର ଯିଏ ହାତ ନ ଛାଡିବେ ଭଲେ 

କାହାକୁ ଭାବୁଛ ଏଠି ତୁମେ ବି ନିଜର 
ସମୟ କହିବ ତୁମ କିଏ   ଆପଣାର 

ଧୌର୍ଯ ରଖି ଏକା ଏକା ଚାଲୁଥିଲେ ବାଟ 
ଚାଲୁଥିବା ଲକ୍ଷ୍ୟ ପଥେ ଆସୁଯେ ସଂଙ୍କଟ 

ଜହ୍ନ ରାତି

ଇଛା ହୁଏ ଆଜି ଜହ୍ନ ରାଇଜକୁ 
ବୁଲିଯିବା ପାଇଁ ତୋ ହାତ ଧରି 
ନିଝୁମ ରାତିରେ ଶୂନ୍ୟତା ଗଭୀରେ
କଥା ହୁଅନ୍ତିକି ମୁଁ ମନ ଭରି 

ଜହ୍ନ ଆଲୁଅରେ ତାରାଙ୍କ ମେଳରେ 
ଆକାଶ କୋଳରେ ଝୁଲି ଝୁଲଣା 
ନୟନେ ନୟନ ମିଶିଯିବ ଆମ 
ମାଗିନେବି ମୋର ପ୍ରେମ ପାଉଣା 

ଯୋଜନ ଯୋଜନ ଆମେ ଚାଲିଯିବା 
ହାତେ ହାତ ଛନ୍ଦି ଅନତି ଦୂର 
ସହରକୁ ଛାଡି  ନୂଆ ଦୂନିଆରେ 
ଗଢିଦବା ଆମ ଛୋଟ ସଂସାର 

ନ ଥିବେ କେହି ଯେ ଆମ ଚାରିପାଖେ
ନ ଥିବ ସେଠି ତ କୋଳାହଳ 
ପାଖରେ ପାଇ ମୋ ମନ ମଣିଷକୁ
କଟିଯିବ ମୋର ଅସରା ବେଳ 

ଆଉ ଫେରନ୍ତେନି ଏଇ ଦୂନିଆ କୁ 
ରହିଯିବା ସେଠି ସାତ ଜନ୍ମକୁ 
ଛାଡି ଯିବା ଏଇ ନିର୍ଦୟ ସଂସାର 
ଲୋଭ ସ୍ବାର୍ଥ ମିଛ ମୋହ ମାୟା କୁ 

ପୂର୍ଣ୍ଣଛେଦ

ଏକା ଏକା ଆଜି ଲାଗୁଛି କାହିଁକି 
ତୁ ଯିବା ପରେ ପରେ
ରହିଥିଲୁ କାଲି ଆଜି ବି ରହିଛୁ 
ଛୋଟ ମୋର ହୃଦୟରେ 

ଅଚିହ୍ନା ଅଚିହ୍ନା ଲାଗୁଛି ଦୁନିଆ
ମନେ ମନେ ତୋତେ ଖୋଜେ 
ନ  ଖୋଜି ପାରିଲେ ଫେରି ପୁଣି ଆସେ 
ଆମ ସ୍ମୃତିରେ ମୁଁ ହଜେ 

ମନେ ଅଛି ମୋର କହିଥିଲୁ ଦିନେ 
ରହିବୁ ତୁ ଆଜିବନ
ହେଲେ ପ୍ରତିଶ୍ରୂତି ମିଛ ହେଲା ତୋର 
ପ୍ରେମ ତୋ ସାତ ସପନ 

ଚୁପି ଚୁପି କାନେ କେତେ କଥା କହି 
ଭାଙ୍ଗୁଥିଲୁ  ନୀରବତା
ଆଜି ସେ ଅତୀତ ମନେପଡେ ଯେବେ 
ମନରେ ଆଣୁଛି ବ୍ୟଥା 

ମୋ ଦୁନିଆରେ ତୋଠାରୁ ଦୂରରେ 
ବହୁତ ଖୁସିରେ ଥିଲି 
ଦେଖା ହେଲା କାହିଁ ତୋ ସାଥିରେ ମୋର 
ହସ ମୋର ଭୁଲିଗଲି 

ଚାଲୁ ଚାଲୁ ବାଟ ଝୁଣ୍ଟି ମୁଁ ପଡିଲି 
ଆଗକୁ ତୁ ଚାଲିଗଲୁ 
ମୋ ସ୍ବପ୍ନ ରାଇଜେ ଥିଲୁ ତୁ ଯେ ରାଣୀ 
ସ୍ବପ୍ନ ମୋର ଭାଙ୍ଗିଦେଲୁ 

ଦେଖା ଯଦି ହୁଏ ଦୁନିଆ ଭିଡରେ 
ମାଗିନେବି ମୋର ପ୍ରେମ 
ଟାଣିଦେବି ଆମ ଅତୀତ ସ୍ମୃତି ରେ 
ପୂର୍ଣ୍ଣଛେଦ ଦେବି ନାମ 

Sunday, August 23, 2020

ମୁଁ ଆଉ ସମୟ

ମୋତେ ବି ହଜାଇ ଦେ ରେ ସମୟ 
ଗତକାଲି ପରି ମୁଁ ହଜିଯାଏ 
ହଜିଗଲେ ମୁଁ  ଯେ କିଏ ଅଛି ମୋର 
ଖୋଜିବ ମୋତେ ମୁଁ ମିଳିବା ଯାଏ 

ତୁ ହଜିଲେ ହେଉ ଅତୀତ ପରା ରେ
ଛାଡି ଯାଉ କେତେ ସ୍ମୃତି  
ମୁଁ ହଜିଲା ପରେ ମୋ ନାଆଁ ଲିଭିବ 
ହୋଇଯିବି ଶେଷେ ଇତି 

ତୁହି  ଛାଡିଯାଉ ଆଗାମୀ କାଲିକୁ 
ଦେଇ ନୂଆ ସ୍ବପ୍ନ, ଆଶା 
ମୁଁ ଛାଡି ଯିବିରେ କର୍ମଫଳ ମୋର 
ମୋ ପାଇଁ କିଏ ଭରଷା???

ତୁ ଆଉ ମୋ ଭିତରେ ରହିଛି 
ଖାଲି ଏତିକି ପାର୍ଥକ୍ୟ 
ତୁ ଫେରିଆସୁ ସଭିଙ୍କ ପାଖକୁ 
ମୋ ଫେରିବା  ପ୍ରଶ୍ନବାଚକ???

କେତେ ଯିବେ କେତେ ଆସିବେ ମୋ ପରି 
ତୁହି ରହିଥିବୁ ଏଠି 
କେତେ ଯୁଗ ଆସି ଅବସାନ ଘଟେ 
ତୁ ଯୋଉଠି ଅଛୁ ସେଠି

ତୋତେ ଯେ ଗଢିଛି ମୋତେ ସେ ଗଢିଛି 
ହେଲେ ତୋ ଆୟୁଷ ଅସରା କେମିତି??
ସତରେ ତୋ ଭାଗ୍ୟ କେତେ ରେ ମହାନ
ବିନା ବଳେ ଅଟୁ ତୁ ଯେ ବଳୀୟାନ 

ମୋ ପାଇଁ ଅଜଣା କାଲିର ସକାଳ 
ପ୍ରତିମୂହୁର୍ତ ବି ମୋର ଅସ୍ପଷ୍ଟ  
ତୋ ଆଗେ ରହିଛି ସାତ ଜନ୍ମ ବେଳ 
ନିର୍ମଳ ଅଟେ ତୋ ଚାଲିବା ବାଟ 

ତୋର  ମୂଲ୍ୟ ଯିଏ ବୁଝିବ ସତରେ 
ହୁଏ ନାହିଁ ବାଟବଣା 
ମୋ ମୂଲ୍ୟ କେହିବି ନ ବୁଝିଲେ ବୁଝୁ 
କରେନାହିଁ ମନ ଊଣା 

Saturday, August 22, 2020

ଫେରିଛି ଫଗୁଣ

କାହା ଅପେକ୍ଷାରେ ରହିଛି ଏ ମନ 
ବସିଛି କାହାକୁ ଚାହିଁ 
ଆସିବ ର ଅଛି ଅଜଣା କିଏ କି 
ମତେ ଜଣା ପଡେନାହିଁ 

ବହୁ ଦିନ ପରେ ଆସିଛି ଫଗୁଣ 
ନେଇ ସାତ ରଙ୍ଗ ସାଥେ 
ସଜାଡି ଦିଏ ଯେ ମୋ ଅସଜଡା ମନ 
କୋଳେ ଧରି ଦୁଇ ହାତେ 

ମନେପଡେ ଆଜି ପୁରୁଣା ଅତୀତ 
ସ୍ମୃତି ଭିଜା କେତେ ଦିନ 
ଲାଗୁଛି ଫେରିବ ସେ ଅଭୂଲା କଥା 
ଖୁସିରେ ନାଚୁଛି ମନ 

ଅଦିନେ ବରଷା ବରଷି ଯାଉଛି 
କୋଣ ଛୁଇଁ ହୃଦୟର 
ଫେରିବ କି ସିଏ ଦିନେ ଥିଲା ଯିଏ 
ଅତୀତେ ଭାବନା ମୋର 

ସାଇତି ରଖିଛି ମୋ ଛାତି ଭିତରେ 
ଅନେକ ଅକୁହା କୋହ 
କେମିତି କହିବି ମୋ କୋହ ମୁଁ ତାକୁ 
ଆଖିକୁ ଭିଜାଏ ଲୁହ 

ଚାଲିଗଲେ ଜଣେ ଫେରେନି ଯେ କେବେ 
ହୃଦୟ ରୁ ଯାଏ ହଜି 
ଫଗୁଣ ଫେରୁଛି ପ୍ରତି ବର୍ଷ ହେଲେ 
ପାଏନି ତାକୁ ମୁଁ ଖୋଜି 





Friday, August 21, 2020

titweter

ଲେଖୁଛି ଲେଖିବି ଯମା ନ ରୋକିବି 
ଯିଏ ଯାହା କହୁ ମୋତେ 
ମୋ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ଯାଏ 
ଲେଖୁଥିବି ଅବିରତେ 

ମନର ଭାବନା ପ୍ରକାଶ କରେ ମୁଁ 
କରେ ନାହିଁ କା ନକଲ
ନିଜ ର ଲୋକ ଜେ ସାବାସି ଦିଅନ୍ତି 
ଲାଗେ ଯେବେ ତାଙ୍କୁ ଭଲ

ପ୍ରେରଣା ଦିଅନ୍ତି ଗୁରୁଜନ ମାନେ 
ସ୍ନେହ ମିଳେ କନିଷ୍ଠଟୁ
ଅଳପ ଦିନରେ ଆପଣାର ହେଲେ 
ଟୁଇଟର ବନ୍ଧୁ ସବୁ 

ଭଲପାଇବା ଯେ ରଖି ଥିବ ସଦା 
ଊଣା କେବେ କରିବେନି 
ସବୁ ବନ୍ଧୁ ଏଠି ମୋ ପାଇଁ ସମାନ 
ତୁମ ବିନା ଲେଖିବିନି 


Wednesday, August 19, 2020

ଜୟ ଜଗନ୍ନାଥ

ରତ୍ନ ସିଂହାସନେ କଳାବାମନ 
ଦେଖିଲେ ଖୁସିରେ ଶିହରେ ମନ 
ତୁମେ ଜଗତ କର୍ତ୍ତା, ହେ ଦୁଃଖ ନାଶନ 
ତୁମ ନାମ ଧରି ଯାଉ ଜୀବନ 

ଧନୀ ଗରିବ ର ନାହିଁ ଫରକ
ତୋ ଚରଣ ତଳେ ସଭିଏଁ ଏକ 
ତୋ ଆଶିଷ  ଟିକେ ପାଇବା ପାଇଁ 
ଜଗତ ର ଜନ ଆସନ୍ତି ଧାଇଁ 

ପାଖରେ ଥାଉ କି ଅବା ଦୂରରେ 
ନାମ ତୋର ରହେ ଯାହା ମୁଖରେ 
ଲୋଡା ନାହିଁ ତାର ସରଗ ସୁଖ 
ପାସୋରି ନେଊ ତୁ ସଭିଙ୍କ ଦୁଃଖ 

ଭାବ ଡୋରେ ବନ୍ଧା ସମ୍ପର୍କ ତୋର 
ଦର୍ଶନ ମିଳିଲେ ଜୀବ ଅମର 
ମିଳେନି କରୁଣା ତୋ ଭାବ ବିନା 
ଆଶୀର୍ବାଦ  କର   କାଳିଆସୁନା 

ଅହଂକାର

ମୋ ଭାଗ୍ୟ କୁ ଆଜି ମାଗିଲି ସମୟ 
ହସ ଟିକେ ଦେବା ପାଇଁ 
ହେଲେ ମୋର ଭାଗ୍ୟ ସାଜିଲା ବଇରି 
ଲୁହ ରେ ଦେଲା ଭସାଇ 

କପାଳ ଲେଖା କୁ କରିଲି ଭରଷା 
ଦୁର୍ଭାଗ୍ୟ ସହ ମୋ ହୋଇଲା ଦେଖା 
ଭାଙ୍ଗିଗଲା ମୋର ସ୍ବପ୍ନ ର ଉଆସ 
ପାପୁଲି ରେ ଖୋଜି ସୌଭାଗ୍ଯ ରେଖା

ମିଛେ କରୁଥିଲି ଅହଂକାର ସିନା 
ଅରଜି ଅଜସ୍ର ଧନ 
ଭାଙ୍ଗିଦେଲା ମନ ସବୁ ଗର୍ବ ମୋର 
ବୁଲିଆସି ଥରେ ସ୍ମସାନ

ଲାଗିବନି ଧନ କୋଉ କାମେ ମୋର 
ଛ ଖଣ୍ଡ ବାଉଁଶ ଶେଷ ସମ୍ପତ୍ତି 
ପ୍ରାଣବାୟୁ ମୋର ଗଲା ପରେ ଉଡି 
ଲିଳାଖେଳା ସବୁ ହୋଇବ ଇତି 

ଅଢେଇ ଦିନ କୁ ଆଣିଛି ଆୟୁଷ 
ମରଣ ସତ୍ୟ କୁ ଜନ୍ମ ଅସ୍ପଷ୍ଟ 
ମୋ ପାଇଁ କା ମନେ ନ ରହୁ ଦ୍ବେଷ 
ନ ପାଉ କେହି ବି ମୋ ଲାଗି କଷ୍ଟ 

ଆସିଛି ଏକା ମୁଁ ଯିବି ରେ ଏକା 
ନ ପାଉ କେହି ବି ମୋ ଠାରୁ ଧୋକ୍କା 
ହସ ଖୁସିରେ ମୋ କଟୁ ଜୀବନ 
ସଫଳ ହେଉ ଏ ମଣିଷ ଜନ୍ମ 






Tuesday, August 18, 2020

ଆକସ୍ମିକ

ଅସମୟେ ଆସି ମନର ମାନସୀ 
ହୃଦୟର ସୀମା ଡେଇଁ 
ରହିଗଲା ସିଏ କରି ଛୋଟ ଘର 
ପ୍ରେମ ପୁଷ୍ପ ଚହଟାଇ 

ଆନନ୍ଦରେ ମନ ହୁଏ କୁଣ୍ଢେମୋଟ 
ସବୁ କଳ୍ପନାର ହୋଇ ଗଲା ଅନ୍ତ 
ତାର ପ୍ରେମ ସ୍ପର୍ଶ ପାଇ

ହସେ ଏଇ ଧରା ଦେଖି ଆଗମନ 
ନାଚି ଉଠେ କିଆଁ  ବନଉପବନ
ସତ ଲାଗେ ସ୍ବପ୍ନ କାହିଁ

ନେଇ ଆସିଛି ସେ ଅନେକ ଭାବନା
ନୂଆ ଦୁନିଆର ନୂଆ ସମ୍ଭାବନା 
ଅସରନ୍ତି ଆଶା ନେଇ 

ଅଦିନେ ଆସିଲା ଅଜଣା ଅତିଥି 
ମୋ ଜୀବନ ବାଟେ ହୋଇ ଗଲା ସାଥି 
ଛାଡିବାକୁ ଇଛା ନାହିଁ 

ଅସମ୍ଭବ ଆଜି ଲାଗୁଛି ସମ୍ଭବ 
ବାକି ସବୁ କଥା ଲାଗେ ଯେ ଗୁଜବ
ନାହିଁ ତାର ସରି କେହି 



Monday, August 17, 2020

ଅଧୁରା ସମ୍ପର୍କ

ସହରୀ ପ୍ରେମିକା ବୁଝିଲାନି ସିନା 
ଗାଉଁଲି ପ୍ରେମିକ ମନ 
ଦେଇଗଲା ସିଏ ଅଭୂଲା ଅତୀତ 
ନେଇ ମୋ ଆତ୍ମସମ୍ମାନ 

ମରିଚିକା ପଛେ ଧାଇଁଥିଲି ମୁଁ ଯେ 
ତୃଷ୍ନା ମେଣ୍ଟାଇବା ପାଇଁ 
ମେଣ୍ଟିଲାନି ଶୋଷ ହେଲି ମୁଁ ବେହୋସ 
ଜଳ ଆଶେ ଧାଇଁ ଧାଇଁ 

ପହଁରି ଥିଲି ମୁଁ କୁହୁଡି ର ନଇ
ହୋଇ ତାର ପ୍ରେମେ ଅନ୍ଧ 
ହେଲେ ବୁଝିବା ଟା ହୋଇଲା ମୋ ଡେରି 
ବୁଝି ତା ସମ୍ପର୍କ ଫାନ୍ଦ 

ଅଧାବାଟେ ସିଏ ଛାଡିଦେଲା ହାତ 
ସ୍ବାର୍ଥପର ଗଲା ସାଜି 
ସ୍ମୃତି ସବୁ ଆମ ଅଫେରା ଅଧ୍ୟାୟ 
ମିଳେନାହିଁ ଯେତେ ଖୋଜି 

ସମୟ କୁ ମୁଁ ଯେ କରଛି ଅପେକ୍ଷା 
ଆସୁ ଲେଉଟାଣି ବେଳ
ବୁଝିବ ସେଦିନ ତା ଭଲ ପାଇବା 
ଥିଲା  ଯେ ମୋ ପାଇଁ କାଳ


ଭରଷା

ମିଳିବେ ହଜାରେ ତୋ ଚଲା ବାଟରେ 
ମୋ ପରି ନ ଥିବେ କେହି 
ଭଅଁର ଯେ ସବୁ ଫୁଲ ବଗିଚାରେ 
ଯିବେ ଉଡି ମହୁ ପିଇ 

ଭ୍ରମ ତୋର ଯେବେ ହୋଇଯିବ ଦୂର 
ତୋଳିଥିବୁ ଆମ ସମ୍ପର୍କେ ପ୍ରାଚୀର 
ଯାଇଥିବି ତୋଠୁ ଦୁର 
ଭୁଲ ଥିଲା କାର ନଥିଲା ତ ଜଣା 
ସମ୍ପର୍କ ରେ ହୁଏ ଭୁଲବୁଝାମଣା 
ଥାଏ ତାର ପ୍ରତିକାର 

ମନରେ ନ ରହେ ଯଦି ବି ବିଶ୍ବାସ 
ରୁନ୍ଧି ହୋଇଯାଏ ଛାତିରେ ନିଶ୍ବାସ 
ଅବିଶ୍ବାସ ଆସେ ମାଡି
ହୃଦୟ ଯେମିତି ହୋଇଥାଉ ଏକ
ଦିନା ନା ଦିନେ ସେ ଚାଲିଯିବ ଦେଖ 
ଅଧା ବାଟେ ପ୍ରେମ ଛାଡି 

ଯଦି ଗଢୁଅଛ ସମ୍ପର୍କ ନଅର 
ଦୁହେଁ ଦୁହିଁଙ୍କୁ ଯେ ଭରଷା ତ କର 
ଧ୍ୟାନରେ ନିଅନି କିଛି 
କହିଲା ଲୋକ ତ ହଜାରେ କହିବେ 
କଥା ଦିଅ ଭାବିଚିନ୍ତି 







Sunday, August 16, 2020

😊😊ସ୍ବପ୍ନ ର ପ୍ରେମ😊😊

ସ୍ବପ୍ନ ର ହାଟକୁ ଯାଇଥିଲି କାଲି 
ପ୍ରେମ ର ସଉଦା ପାଇଁ 
ମିଳିଲା ସଉଦା ପ୍ରତିବଦଳରେ 
ହୃଦୟ କାନ୍ଦିଲା କାହିଁ

କୁହୁଡି ଭରା ଯେ ସ୍ବପ୍ନ ର ସେ ହାଟ 
ମିଳେନାହିଁ ବାଟଘାଟ 
ବୁଢିଆଣୀ ଜାଲେ ଛନ୍ଦି ହେଲା ପରି 
ମନ ହୁଏ ଛଟପଟ

ପ୍ରେମ ଥିଲା ମୋର ଆହା କି ସତେଜ
ସତେ ସଜ ଫୁଟା କଇଁ
ଥିଲି ହତଭାଗ୍ଯ ନୋହିଲା ମୋ ଭାଗ୍ୟ 
କଇଁ ମୁଁ ପାଇଲି ନାହିଁ 

ଯିବା ସମୟରେ ଥିଲା ଜଣେ ସାଥି 
ଫେରିଲି ମୁଁ ଏକା ଏକା 
ସାଥି ଯିଏ ଥିଲା ହାତ ଛାଡି ଦେଲା 
ଦେଇଗଲା ସିଏ ଧୋକ୍କା 

ଥିଲା ମୋ ପାଖରେ ଅସରନ୍ତି ଧୌର୍ଯ 
ପ୍ରେମ କୁ କିଣିବା ପାଇଁ 
ସମୟ ଟା ସବୁ ଦେଲା ଯେ ବିଗାଡ
ନିଦରୁ ଦେଲା ଉଠାଇ 


Saturday, August 15, 2020

ହରି

ସକାଳେ ହରି ସଞ୍ଜ ରେ ହରି 
ତୁଣ୍ଡେ ମୋ ହରି ନାମ 
ଧରି ତା ନାମ ହେବି ମୁଁ ଧନ୍ୟ
ଅରଜିବି ଯେ ପୂଣ୍ୟ 

ଜନମ ମୋର ହେଉ ସାର୍ଥକ 
ନ କରେ କିଛି ପାପ 
ଜୀବନ ଗଲାବେଳେ ଯେମିତି 
ନ କରେ ପଶ୍ଚାତାପ 

ସାତ ଜନ୍ମ ର କରମ ଫଳେ 
ମିଳେ ମାନବ ଜନ୍ମ 
ଯଦି ମଣିଷ ନ ଜପେ ହରି 
ଜନମ ତାର ଭ୍ରମ 

#ଜୟଶ୍ରୀକୃଷ୍ନ
#ରାଧାମାଧବ 
#ଶୁଭସକାଳ

ଅଧା ସ୍ବପ୍ନ

ଇଛା ଅସୁମାରି ଯାଏ ମରି ମରି 
ତୂ ଗଲା ପରେ ପରେ 
ବୁଝିବାକୁ କେହି ନାହିଁ ତ ନିଜର 
ଦିନ ମୋ କେମିତି ସରେ 

ଦିନ କଟେ ସିନା ଯେମିତି ସେମିତି 
ରାତିଟା ମୋ ପାଇଁ କାଳ 
ଅନୁଭୂତି ସବୁ ମନେ ପଡିଯାଏ 
କୋହ ହୁଏ ଅସମ୍ଭାଳ 

ଲୁହ ହୋଇ ଝରେ ଛାତିରୁ ରକତ
ପୋଛିବାକୁ କିଏ ଅଛି 
ତୁ ଗଲା ପରେ କେହି ନ ପଚାରେ 
କେମିତି ଏକା ବଞିଛି 

ସ୍ମୃତି କୁ ରଖିଛି ମୋ ପାଖେ ସାଇତି 
ନାହିଁ ଆଉ ସେଇ ଦିନ 
ଯୋଉ ଦିନେ ଆମ ଦୁଇ ହୃଦୟ କୁ 
ଥିଲା ଯେ ଗୋଟିଏ ମନ 

ସରି ସରି ଯାଏ ରାତିର ବୟସ 
ଆଖିକୁ ଆସେନା ନିଦ 
ସ୍ବପ୍ନ ଦେଖିଥିଲି ଜିଇଁବା ଏକାଠି 
ମିଳେ ଆଜି ଅପବାଦ 

ଅଜଣା ବାଟରେ ଆଜି ମୁଁ ବାଟୋଇ 
ହୁଏ ଆଜି ବାଟ ବଣା 
କିଏ ଜାଣିଥିଲା ଏମିତି ଘଟିବ 
ନ ଥିଲା ଆଗରୁ ଜଣା 

Friday, August 14, 2020

୭୪ ବର୍ଷ ର ଭାରତ

ସ୍ବାଧୀନତା ର ସାତ ଦଶନ୍ଧିରେ 
ଆମେ ଯେ କେତେ ସ୍ବାଧୀନ 
ମନ ମୋର ଆଜି ପଚାରେ ନିଜକୁ 
ହୁଏ ମୁଁ ଯେ ଆନମନ 

ଗରିବ ହେଉଛି ଆହୁରି ଗରୀବ 
ଧନୀଙ୍କର ପେଟ ଚିନ୍ତା 
ଶିକ୍ଷା ବ୍ୟବସ୍ଥା ବି ଦେହଶୂଆ ଏଠି
ସୁଖୀ ହୁଏ ରାଜନେତା 

ଗରିବ ଗରିବ ଚିଲାଇ ଚିଲାଇ 
କରୁଛନ୍ତି ରାଜନୀତି 
ମିଳିଗଲେ ଗାଦି ହୁଏ ଓଁ ଶାନ୍ତି 
ଗରିବ ର ପୂର୍ଣ୍ଣାହୂତି 

ଦେଶର ଊର୍ନତି କାଗଜ କଲମେ 
ଋଣ ବୋଝେ ହୁଏ ଚାପି
ଉଦ୍ୟୋଗପତି ଯେ ମାଲାମାଲ ଏଠି 
କର୍ମଚାରୀ  ତଣ୍ଟି ଚିପି 

ଦେଶରେ ବେକାରୀ ବଢିଚାଲ ଦେଖ
ହିସାବ ମିଳେନି ଆହା 
ପ୍ରତିଶ୍ରୂତି ସବୁ ନିର୍ବାଚନ ବେଳେ
ଧୂଆଁ ବାଣ ପରି ଯାହା 

ଅର୍ଥନୀତି ଦେଖ ଝୁଲୁଛି ଆଜି ଯେ
ରାହାସର ଦୋଳି ପରି 
ଶିକ୍ଷିତ ପିଢୀର ଭବିଷ୍ୟତକୁ ଯେ 
ଅନ୍ଧାର ଯାଇଛି ଘେରି 

ମିଳିପାରେ ନାହିଁ ଦଣ୍ଡ ଯେ ଦୋଷୀକୁ 
ଜନ ହୁଏ ଅସହାୟ 
ନିର୍ଦୋଷୀ ଆଜି ବି ହୁଏ ବାର ପିଣ୍ଡା 
ଦୋଷୀ ର ନ ରୁହେ ଭୟ

ନାରୀ ସଂରକ୍ଷଣ,ନାରୀ ର ସୁରକ୍ଷା 
କେତେ ଦୂର ଯେ ସଫଳ
ଅସହାୟ ପାଇଁ ସାହା କେହି ନାହିଁ 
ଜିତିଯାଏ ଧନବଳ 

ଦେଶ ସୁରକ୍ଷିତ ଦେଶ ବିକଶିତ 
କାହା ପାଇଁ ହେବ କୁହ 
ଶୋଇବାକୁ ନାହିଁ କୁଡିଆ ଟେଯାର 
ତାର ବା କାହାକୁ ଭୟ

ପେଟ ପାଇଁ ଯିଏ ଖଟେ ଦିନରାତି
ରାଜ ମହଲ ଯେ କି ଲୋଡା ତାର 
କେବେ ହସିବ ଯେ ମୋ ମା' ଭାରତୀ
ସୁଖ ସମୃଦ୍ଧି ରେ ପୁରିବ ଘର 

ଦିନକ ପାଇଁକି ଖୁସି ହେବି କାହିଁ 
ଚିର ଲୋଡା ସ୍ବାଧୀନତା 
ହେବ ଆତ୍ମଗର୍ବ ମିଳିଯିବ ଖୁସି
ଗାଇବି ଭାରତ ମାତା 
ମୁଁ ଗାଇବି ଭାରତ ମାତା 



ସ୍ମୃତି

ଟାଣି ଦେଇଗଲ ଯବନିକା ତୁମେ
କାହିଁ ଆସି ମୋ ଜୀବନେ 
ସମ୍ପର୍କ ର ସୂକ୍ଷ୍ମ ସୂତା ଖୀଅଟି ଯେ କାହିଁ
ଛିଣ୍ଡାଇ ଦେଲ ଅଦିନେ 

ମତ ମତାନ୍ତର ପାତର  ଅନ୍ତର ଆସିଲା 
କେବେଠୁ କୁହ 
ଯେଉଁ ଆଖି ଦିନେ ହସୁଥିଲା କେତେ 
ସେ ଆଖି ରୁ ଝରେ ଲୁହ

ନିଜ ହାତେ  ଆମେ ଗଢିଥିଲେ ଯେଉଁ 
ପ୍ରେମର ଛୋଟ ନଅର 
ସେ ନଅର ଆଜି ଭଗ୍ନ ଜରାଜୀର୍ଣ 
ସତେ କି ଅଲୋଡା ପଥର 

ନୀଳ ଆକାଶରେ ଉଡୁଥିଲେ ଆମେ
ଗୋଟିଏ  ହୃଦୟ ହୋଇ 
ଆଜି ସେ ହୃଦୟ ହେଲା ଯେ ନିର୍ଦୟ 
ଆକାଶ ବି ମିଳେ ନାହିଁ 

ସାତ ଜନମର କଥା ଦେଇ ଥିଲ 
ଗୋଟିଏ ଜନମ ନ ହେଲା ସାର 
କିବା ଦୋଷ ଥିଲା ଅବା ଲାଗିଗଲା 
କାହାର କଳା ନଜର

ପ୍ରତିଶ୍ରୂତି ଏଠି ପ୍ରତାରଣା ହୁଏ 
ବୁଝାମଣା ହେଲେ ଉଣା 
ନିଜର ଏଠି ବି ହାତ ଛାଡିଦେବେ 
ନ ପାଉଲେ ନିଜ ପାଉଣା 

ହୋଇଗଲା ଇତି ସବୁ ଅନୁଭୂତି 
ସେ ସମ୍ପର୍କ ଆଉ ନାହିଁ 
ରଖିଛି ସାଇତି ସେ ପୁରୂଣା ସ୍ମୃତି 
ଶୁଣିବ କିଏ ବା କାହିଁ





ମା'

ମା' ପରି କିଏ ହବ
ନିଦ ନ ଆସିଲେ ମୁଣ୍ଡ କୁ ଆଉଁସି
କୋଳରେ ଶୁଆଇଦବ

ମା କୋଳେ ମିଳେ ସରଗର ଖୁସି
ସୁନାର ପଲଙ୍କ ତା ଆଗେ ତୁଚ୍ଛ
ଛଳନା ଭରା ଏ ଦୁନିଆରେ ସତେ
ମା ପ୍ରେମ ନୁହେଁ କେବେବି ମିଛ

ନିଜ ପେଟ କାଟି ଭୋକେ
ରହେ ହେଲେ
ପିଲା ପାଇଁ ତା କାନ୍ଦେ ହୃଦୟ
ସାଥେ ଯାର ଥାଏ ମା'ର ଆଶିଷ
ନ ଥାଏ ତାହାର କିଛି ବି ଭୟ

ଘରୁ ବାହାରିଲେ ଅବା ଡେରି ହେଲେ

ଫେରିବା ବାଟକୁ ଅନେଇ ଥିବ 

ଯେତେ ବଡ ହେଉ ତାହାର ପିଲାଟି

ମଙ୍ଗଳ କାମନା ମା କରିବ 

ମା ହିଁ ପିଲାର ପ୍ରଥମ ଶିକ୍ଷକ 

ଝିଅ ପାଇଁ ସେତ ପ୍ରଥମ ବଂନ୍ଧୁ 

ନ ଥାଏ ତା ମନେ ଊଣା କି ଅଧିକ 

ପିଲାଙ୍କ ପାଇଁ ସେ ଜୀବନ ବିନ୍ଦୁ 

ମା ର ପ୍ରେମ ଯେ ସବୁଠୁ ନିଆରା 

ନିଃସ୍ବାର୍ଥ ପ୍ରେମ ର ପ୍ରତିକ ସିଏ

ଲୋଡା ନାହିଁ ତାର ଅମାପ ସମ୍ପତ୍ତି

ହ୍ରୁଦୟଙ୍ଗମ କରିଛ ଯିଏ 


ମା' ମାଗେ ନାହିଁ ପାଟ ମଠା ସୁନା 

ପିଲାଙ୍କଖୁସିରେ ହୁଏ ସେ ଖୁସି 

ସବୁ ପିଲାଙ୍କୁ ସେ ସମାନ ରେ ଦେଖେ 

ନ ଥାଏ କମ କି ନ ଥାଏ ବେଶି 

ଶୃଙ୍ଖଳା ଶିଖାଏ ରାଗି ଗାଳିଦିଏ 

ଭିତରେ ମନରେ ହୁଏ ସେ ଦୁଃଖୀ 

ମା ପ୍ରେମ ଥାଏ ଯାହା ସୌଭାଗ୍ଯ ରେ 

ଦୁନିଆ ରେ ସିଏ ସବୁଠୁ ସୁଖୀ 

ହାତ ଧରି ସିଏ ଚାଲିବା ଶିଖାଏ 

ଭବିଷ୍ୟତ ପାଇଁ ଦେଖେ ସପନ 

କୁନି ଓଠେ ସିଏ ଭରିଦିଏ ଖୁସି 

ପିଲା ପାଇଁ ସଦା ବ୍ୟାକୁଳ ମନ





Thursday, August 13, 2020

ଜୀବନ ସଂଜ୍ଞା

ଥରେ ଖସିଗଲେ ଧନୁ ରୁ ତୀର 
ରୋକିବା ହୁଏନି ସମ୍ଭବପର 

ତୀର ସଦୃଶ ଯେ ମୁଖ ବଚନ 
ଖସିଗଲେ ଥରେ ଫେରେନି ଜାଣ 

ହାତେ ମାପି ସଦା ଚାଖଣ୍ଡେ ଚାଲ 
ସ୍ବାର୍ଥ ବିନା କେହି ନୁହେଁ କାହାର 

ଶରୀର ବି ହେବ ତୋ ଠାରୁ ପର 
ନିଶ୍ବାସ ଛାଡିଲେ ପ୍ରାଣ 
ଗର୍ବ ଅଂହକାର ନ କର ତୁ ଏତେ 
କି ଲାଭ ପାଇବୁ ଧନ

ଆସିଛୁ ଫୁଙ୍ଗୁଳା ଯିବୁ ତୁ ଫୁଙ୍ଗୁଳା 
ଏକା ଏକା ଆସି ଯିବୁ 
କି ଲାଭ ପାଇବୁ ନିଜ ପେଟ କାଟି 
କା ପାଇଁ ଧନ ସଞିବୁ??

ନିଜର ନିଜର କହିବେ ରେ ସବୁ 
ସ୍ବାର୍ଥ ଥିବା ଯାଏ ପାଖେ 
ସରିଗଲେ ସ୍ବାର୍ଥ ହେବେନି କେହିରେ
ମଶାଣୀ ରେ ଛାଡିଦେବେ 

ଶବ କହି ତୋର ପାଖ ମାଡିବେନି 
ଜୂଇ ଯାଳି ଗାଧୋଇବେ 
ପନ୍ଦର ଦିନକୁ ଭୂଲିଯିବେ ତୋତେ
ନିଜ ଭାଗ ଖୋଜୁଥିବା

ଯୋଉ ଘର ପାଇଁ ଆଜି ବୋହୁ ଝାଳ 
କାଲି ସେ ହୋଇବ ଭିନ୍ନ 
ତୋ ହାତରେ କିଛି ନ ଥିବ ରେ ବାବୁ 
ସମାଧି ତୋ ଶେଷ ଚିହ୍ନ

ସମୟ ଆଗରୁ ଭଜିଲେ ହରି 
ଏ ଭବ ସାଗରୁ କରିବ ପାରି 
ତୁଣ୍ଡେ ଥିଲେ କୃଷ୍ଣ କୃଷ୍ଣ 
ଧନ୍ୟ ହେବ ତୋର ଜନ୍ମ 

ଜୟ ଶ୍ରୀକୃଷ୍ଣ
ଜୟ ଶ୍ରୀ ରାଧେ

ଅଭିଯୋଗ

ଜିଇଁବାକୁ ଆଜି ଇଛା ନାହିଁ କାହିଁ
ଜୀବନ ଲାଗେ ଜଞ୍ଜାଳ 
ସମୟଟା ଆଜି ବଇରି ସାଜିଛି 
ନିଜ ଲୋକ ହେଲେ କାଳ 

କହି ପାରୁନାହିଁ ମୋ ମନର କଥା 
ଭରଷା ଯେ ଆଉ ନାହିଁ
ଭରଷା ରେ ମୋର ଭରିଦେଲେ ବିଷ 
ନିଜର ଥିଲେ ଯେ କେହି 

ହୃଦୟ ଟା ମୋର ଭରିଛି କୋହରେ 
ଶୁଣିବ କିଏ ଯେ ତାକୁ 
ଜିଏ ଜଣେ ଥିଲା ସବୁ ଶୁଣୁଥିଲା 
ଚାଲିଗଲା ସେ ଦୂରକୁ 

ଭୟ ଆଉ ଦ୍ବନ୍ଦ ଭିତରେ ଆଜି ମୁଁ 
ଏକା ଏକା ଚାଲେ ବାଟ
ଭବିଷ୍ୟତ ମୋର ଅଜଣା ଏଠି ଯେ 
କାଲି ବି ଲାଗେ ଅସ୍ପଷ୍ଟ 

ଅଭିଯୋଗ ମୁଁ ଯେ କରିବି କାହାକୁ
କିଏ ଅଛି ହେବ  ସାହା
ହେଲା ବୋଧଗମ୍ୟ ଏଇ ମୋ ଜନମ 
ମରୂ ମରୁମରିଚିକା ଯାହା

ଅଭିଶପ୍ତ ଲାଗେ ଆଜି ଏ ଦୂନିଆ 
ସବୁ ଏଠି ସ୍ବାର୍ଥପର 
କାମ ସରିଗଲେ ସ୍ବାର୍ଥ ମିଳିଗଲେ 
ନିଜର ହୋଇବେ ପର


Wednesday, August 12, 2020

ସକାଳ

ଆହେ ଚକାଡୋଳା ଲାଗୁ ତୋ ଡୋରି 
ମନ ହେଲାଣି ମୋ ଯିବାକୁ ପୁରୀ
ଦେଖିନି କେବେଠୁ କଳାସାଆନ୍ତ 
ଲାଗିଗଲାଣି ବେଳ ହୋଇବ ଅନ୍ତ 

ନିର୍ମାଲ୍ୟ ଟିକିଏ ତୁଣ୍ଡରେ ଦେଇ 
ବାଇଶି ପାହାଚେ ଯିବିରେ ଶୋଇ 
ଟଙ୍କ ତୋରାଣୀ ତୋ ଦେଲେ ଅଧରେ 
ପୂଣ୍ୟ ଅରଜିବି ଏଇ ଜନ୍ମ ରେ 

ସାତ ଜନମର ନାହିଁ ରେ ଆଶା 
ଏଇ ଜୀବନ ରେ ତୁହି ଭରଷା 
ପାରି କରିଦେ ତୁ ଜୀବନ ନାଆ
ଏ ଗରିବ ପାଇଁ ତୁହି ତ ସାହା 

ସ୍ବପ୍ନ ର ନାୟିକା

ସପନରେ  ଆସି ମନର ମାନସୀ 
ପାଖରେ ମୋ ଯାଏ ବସି 
ତା ଅସଜଡା କେଶ ପଖାଳେ ସେ ଧିରେ 
ମୁରୁକି ମୁରୁକି ହସି 

ଗୁଣୁ ଗୁଣୁ ହୋଇ ଗାଉ ଥାଏ ଗୀତ 
କୋଇଲି ଠୁ ସୁର ନେଇ 
ଲକ୍ଷେ ପ୍ରତିଶ୍ରୁତି ଭରିଦିଏ ମନେ
ଜୋଛନା ର ରାଣ ଦେଇ 

ପ୍ରେମ ର ପ୍ରତିକ ପ୍ରିୟତମା ମୋର 
ପୂର୍ଣମୀର  ଜହ୍ନ ରାତି 
ତା ସହିତ ଯୋଡା ଅନେକ ଭାବନା 
ଅସରନ୍ତି ଅନୁଭୂତି

ଭାଙ୍ଗେ ଯେବେ ସିଏ ଅଳସ ଦେହରେ 
ସାଗର ର ଢେଉ ପରି 
ମନେ ଖେଳିଯାଏ ଶିହରଣ ସତେ 
ସାତ ଜନ୍ମ ଯିବ ସରି 

ହୃଦୟ ରେ ଲେଖେ ଅକୁହା କାହାଣୀ 
ଅଦିନରେ ଆସେ ବର୍ଷା 
ଯୋଡି ହୋଇଯାଏ ଅଦୃଶ୍ୟ ବନ୍ଧନ 
ଥିଲା କି ଆଗରୁ ଲେଖା 

ହୋଇଲେ ସକାଳ ଭାଙ୍ଗିଦିଏ ନିଦ 
ସତେ କି କାଉଁରୀ କନିଆଁ 
କାଲି ଫେରିବା ର ରାଣ ଦେଇ ସେ ଯେ
ଫେରିଯାଏ ତା ଦୂନିଆ 








Tuesday, August 11, 2020

ସମୟ


ଦେଖିଛ କି ତାକୁ କିଏ କୁଆଡେ ସେ ଗଲା
ଏବେ ଏବେ ପାଖେ ଥିଲା କେବେ ହଜିଗଲା
ଫେରିବନି କେବେ ସିଏ ଥରେ ଚାଲିଗଲେ
କି ଲାଭ ହୋଇବ ଯେତେ ପଶ୍ଚାତାପ କଲେ

ପ୍ରତିକ୍ଷଣେ ଦେଇଥାଏ ଅଫେରା ଅତୀତ
ସ୍ମୃତି ହୋଇ ଯୋଡିହୁଏ ଜୀବନ ସହିତ
ପାଖେ ଯେତେବେଳେ ଥାଏ କେହି ଧ୍ୟାନ ଦିଏ ନାହିଁ
ଥରେ ଖସିଗଲେ ହାତୁ ବସି ଭାବୁ ଥାଇ

କିଏ କେବେ ହୁଏ ଖୁସି ଆଉ କିଏ ଦୁଖୀ 
ସମସ୍ତ ଙ୍କ ପାଇଁ ସେଇ ଏକା ମୂକ ସାକ୍ଷୀ 
ଭଲ ଥିଲେ ସମୟ ଯେ ସଭିଏଁ ନିଜର 
ଖରାପ ହୋଇଲେ ହେବେ ସବୁ ସାତ ପର 

କରି ଜାଣେ ଯିଏ ସଦା ତାର ଉପଯୋଗ
ସବୁକାର୍ଯ୍ୟେ ସିଦ୍ଧ ହେବା ତା ପାଖେ ସମ୍ଭବ 
ବେଳ ଥାଉ ଥାଉ ଯିଏ ହୁଏ ସାବଧାନ 
ସବୁ ସମସ୍ୟା ତା ଜୀବନେ ହୁଏ ସମାଧାନ

Monday, August 10, 2020

ଆଜିର ରାଜନୀତି


ହୀନ ରାଜନୀତି ଚାଲୁଛି କେମିତି 
ମହାମାରୀ ସମୟରେ
ଗରୀବ ଲୋକ ଙ୍କୁ ଖାଇବା ମିଳେନି 
ଧନୀ ଶୁଏ ପଲଙ୍କରେ 

କିଏ ବୁଝେ କୁହ ଗରିବ ର ଦୁଃଖ 
ଗରିବ ପେଟର ଭୋକ 
ନିଜ ସ୍ବାର୍ଥ  ପାଇଁ ଶୋଷନ୍ତି ଜନ ଙ୍କୁ 
ସବୁ ରାଜନୀତି ଜୋକ

ମିଳେନାହିଁ କାମ ହୋଇ ଋଣଗ୍ରସ୍ତ 
ଦିନ ମଜୁରିଆ ମରେ 
ସରକାର ଦେଖ କୁମ୍ଭକର୍ଣ ପରି 
ଶୋଇକି ଘୁଙ୍ଗୁଡି ମାରେ 

ଶିକ୍ଷିତ ବେକାର ବଢିଚାଲେ ଆଜି 
ଧୂ ଧୂ ଖରା ପରି
ହେଲେ ଏଠି ନେତା ଗୋଡ ଟଣା ଟଣି 
ଦଳ ପରିବର୍ତ୍ତନ କରି 

ଅର୍ଥନୀତି ଦେଖ ହୋଇ ଜରାଜୀର୍ଣ 
କୁନ୍ଥେଇ କୁନ୍ଥେଇ ଝୁଲେ
ହେଲେ ରାଜ ନେତା ରାଜ ପଥେ ଦେଖ 
ଛାତି ଫୁଲେଇକି ଚାଲେ 

ଉଜୁଡ଼ି ପଡିଛି ମେଡିକାଲ ସେବା 
ମିଳେ ନାହିଁ ଥଳ କୂଳ 
ଶାସକ ଆଜି ବି ବୋଲାଇ ହୁଏ ଯେ
ସେ ଜନତା ପାଇଁକି ବଳ

କିଏ ବାଣ୍ଟେ ଏଠି ଚାଉଳ କମ୍ବଳ 
ଆଉ କିଏ ବାଣ୍ଟେ ଛତା 
କି ଲାଭ ହୋଇବ କେତେଦିନ ଯିବ 
ସରକାର ବୃଦ୍ଧ ଭତ୍ତା 

ଘରେ ବସି ଖାଏ ଭେଣ୍ଡା ପୁଅ ଏଠି 
ବାପ ଖଟେ ମଜୁରିରେ 
ମାର ଆଖି କୁ ଦିଶୁନି ଭଲରେ
ପୂଅ ମଦ ପିଇ ଘୂରେ 

ଧନୀ ଏଠି ଧନ କମେଇ ଚାଲିଛି 
ଗରିବ ର ଥାଳ ଖାଲି 
ଧନୀର ଜୀବନ ସରଗ ସମାନ 
ଗରିବ ର ମରୁ ବାଲି 

ଭୋଟ ବେଳ ରେ ନୋଟ ବାଣ୍ଟିବେ 
ହୋଇଯିବେ ଆପଣାର 
ଜିତିଗଲା ପରେ ପାଖ ନ ମାଡନ୍ତି 
ସାଜିବେ ସେ ସାହୁକାର 

କେହି ଏଠି ବଂନ୍ଧୁ ନୁହନ୍ତି କାହାରି 
ସ୍ବାର୍ଥ ପାଇଁ ସବୁ ବନ୍ଧା 
କରାଇ ସେ ସବୁ ମିଛ ପ୍ରତିଶ୍ରୂତି
ଚଳାନ୍ତି ନିଜର ଧନ୍ଦା

କହିବା ର ନାହିଁ ଏଠି କିଛି କଥା 
ଶୁଣିବାର ନାହିଁ କିଛି 
ରକ୍ଷକ ଯଦି ଭକ୍ଷକ ସାଜେ 
ପ୍ରତିକାର କଣ ଅଛି???????

Sunday, August 9, 2020

ଜୟ ଜଗନ୍ନାଥ

ମେଘ ହୋଇ ଥରେ ବରଷୁ କରୁଣା 
ଜଗତ କଲ୍ୟାଣ ପାଇଁ 
ରୋଗ ଦୁଃଖ କଷ୍ଟ ଏଇ ଧରାପୃଷ୍ଠୁ 
ଦେ ରେ କାଳିଆ ଧୋଇ 

ହେ ନନ୍ଦ ନନ୍ଦନ ତୋ କୃପା ଚନ୍ଦନ 
ମଥାରେ ଦେଲେ ଲଗାଇ 
ସାତ ଜନମର ଯେତେ ପାପ ଥାଏ 
କ୍ଷଣିକେ ଯାଏ ଉଭେଇ 

ଧନ ମାଗୁ ନାହିଁ ଜନ ମାଗୁ ନାହିଁ 
ମାଗୁନାହିଁ ଯଶ ଖ୍ୟାତି
ସ୍ବର୍ଗ ଦ୍ଵାରେ ଯଦି ଜାଗା ଟିକେ ଦେବୁ 
ହୋଇବ ଶେଷ ସମ୍ପତ୍ତି

ସଳିତା

ଜଳି ଜଳି ଯାଏ ଦୀପ ରେ  ସଳିତା 
ଅନ୍ଧକାର କରି ଦୁର 
ଶେଷ ତୈଳ ବିନ୍ଦୁ ଥିବାଯାଏ ସିଏ 
ଜଳୁଥାଏ ନିରନ୍ତର 

ନ ଥାଏ କାମନା ପାଇବା ପାଇଁକି
କାହାଠାରୁ ସେ ପ୍ରଶଂସା
ନିଜେ ହୋଇ ତ୍ୟାଗ ହଟାଇ ଅନ୍ଧାର
ଦିଏ ଆଲୋକର ଆଶା 

ଜଳିବାରେ ତାର ମିଳେ ଯେ ଆନନ୍ଦ 
ନିଜ ପାଇଁ ଜଳେ ନାହିଁ 
ଦିଏ ସେ ଆହ୍ବାନ ହୋଇ ତାର ସମ
ସଂସାରେ ବଞିବା ପାଇଁ 

ପ୍ରିୟତମା

ସପନେ ଆସି ଦେ ତୁ ହସି 
ତୋର ସେ ମିଛ ହସ
ସତରେ ପଛେ ନ ହେଲା ନାହିଁ 
ହୋଇଯିବ ମୋ ବିଶ୍ବାସ

ଥିଲା ମୋ ପ୍ରେମ ବାସ୍ତବରେ 
ତୋ ପାଇଁ ଯାହା ଭ୍ରମ
ମିଛ ମିଛରେ  ଖେଳିଲୁ ଖେଳ
ଡାକି ତୁ ପ୍ରିୟତମ

ନ ଥିଲା କିଛି ଉପାୟ ମୋର
ଥିଲି ମୁଁ ନିରୁପାୟ 
ବାଟ ଅଧରେ ହାତ ମୋ ଛାଡି 
କରିଲୁ ଅସହାୟ 

କାହାଣୀ ରେ ତୁ ଥିଲୁ ଲୋ ରାଣୀ 
ମୁଁ କଣ୍ଢେଇ ରାଜା 
ତୋ ପାଇଁ ଆଜି କାହାଣୀ ଶେଷ 
ପାଉଛି ମୁହିଁ ସଜ୍ଜା 

ବିଶ୍ୱାସ ସିନା ପ୍ରେମ ର ବୀଜ 
ତୋ ପାଇଁ ଯେ ଛଳନା 
ସମୟ ଆଜି କହୁଛି ଖୋଜି 
ଭୁଲି ଥିଲା ମୋ ଭାବନା 

ସମୟ ତୋର ଅତିବାହିତ 
କରୁଥିଲୁ ମୋ ସାଥେ 
ମୁଁ ଜେ ନିର୍ବୋଧ କାହିଁକି ଆସି
ଧରା ଦେଲି ତୋ ହାତେ

ମିଛ ତୋ ରାଗ ମିଛ ତୋ ରୂଷା 
ମିଛ ବି ତୋ କାନ୍ଦଣା 
ତଥାପି ଆଜି ବସି ଭାବୁଛି
ଥିଲା କି ମୋ ପ୍ରେମ ଉଣା 

ନିଶ୍ବାସ ଆଜି ଲାଗେ ଯେ ଭାରି 
ଖେଳି ପ୍ରେମ ର ଖେଳ 
ନିଜର ଭାବି ଭରଷା କଲି 
ଦେଲୁ ଏମିତି ପ୍ରତିଫଳ

ମଉନେ ଆଜି ଖୋଜୁଛି ମୋର 
ହାତର ଭଗ୍ନ ରେଖା 
କିଏ କରିଲା ଏମିତି ଭୁଲ୍ 
ମିଳିଲା ପ୍ରେମରେ ଧୋକା 








Saturday, August 8, 2020

ଶ୍ରୀକୃଷ୍ଣ

ପ୍ରାଣ ଅଛି କେତେ କ୍ଷଣ 
ପିଣ୍ଡ କୁ ଯେ ଅଜଣା 
ଗଡେନି  ଏ ଜୀବ ରଥ
ନ ହେଲେ ତୋ କରୁଣା 

ହେ ଶ୍ୟାମ ,କେଶବ ଶ୍ରୀକୃଷ୍ଣ ମୂରାରୀ 
ରହିଥାଉ ସଦା କୃପା ତୋହରି 
ଆଶା ନାହିଁ ମୋର ହେବାକୁ ଧନ୍ୟ
ତୋ ସେବାରେ କଟୁ ଏଇ ଜନମ 

ସର ଲବଣୀ ତୋ ସବୁଠୁ ପ୍ରିୟ 
ତୋ ଆଶିଷ ଥିଲେ ଲାଗେନି ଭୟ 
ବଇଂଶୀ ସୂରେ ତୋ ରାଧା ବିଭୋର
ଦୟା ହେଲେ ତୋର ଦୁର୍ଦଶା ଦୂର 

ଆହେ ନନ୍ଦ ସୂତ ନଟନାଗର ,ଦୟାସାଗର 
ଆଶୀର୍ବାଦେ ତୋର ଚାଲେ ସଂସାର 
ତୁ ଯେ କଳା କହ୍ନେଇ ଥିଲେ ଅନେଇ 
ମନ ହୁଏ ଶୁଦ୍ଧ,   ଅହଂ ଯାଏ ଦୂରେଇ 

ଜପିଲେ ଭଜିଲେ ଶ୍ରୀକୃଷ୍ଣ ନାମ 
ଲୋଡା ନାହିଁ ଆଉ କିଛି ବି ପୂଣ୍ୟ
ଏତିକି କରୁଣା କର ହେ ପ୍ରଭୁ 
ପ୍ରାଣ ଗଲାବେଳେ ତୁଣ୍ଡରେ ଥିବୁ

୨୦୨୦

କେତେ କଷ୍ଟ ଆଉ ଦେଖିବ ନୟନ
କଳିକାଳ ଆଉ ହେବ କି? ପତନ
ଯେବେଠୁ ଆସିଛି ଏ ନୂଆ ବରଷ
ଛଡାଇ ନେଇଛି ଓଠରୁ  ସେ ହସ

ବର୍ଷ ଆରମ୍ଭ ରେ ଆସି ମହାମାରୀ
ସାରା ବିଶ୍ବେ ଖେଳେ ଆତଙ୍କ ଲହରୀ
ସୀମା ବିବାଦ ରେ ଲିପ୍ତ କିଛି ଦେଶ
ବିଶ୍ବ ଯୁଦ୍ଧ ପାଇଁ ଦିଅନ୍ତି ଆଭାସ

ଘଟୁଛି ଏମିତି ଅଜବ ଘଟଣା
ଇତିହାସେ ଯାହା ନଥିଲା ବର୍ଣ୍ଣନା
ମଣିଷ ଭୋଗୁଛି କଲାକର୍ମଫଳ
ଜିଇଁବାକୁ ହୁଏ ଆଜି ସେ ବ୍ୟାକୁଳ

ମୁଖେ ତୁଣ୍ଡି ବାନ୍ଧି ବୁଲଇ  ମନୁଷ୍ୟ
ଜଣକୁ ବିପଦ   ଅନ୍ୟର   ପରସ 
କିଏ ଜାଣେ କେବେ ଆସେ କା କ୍ରମାଙ୍କ
ଶେଷ ହୋଇଯାଏ ଜୀବନ ର ଅଙ୍କ

ଏମିତି ଆସିଛି ଅଜଣା ସେ ରୋଗ
ମିଳିପାରେ ନାହିଁ ତା ପାଇଁ ଔଷଧ
ଆସି ଆଜି ଏଠି ଅଦିନେ ବରଷା
ଲୋକ ଭୋଗୁଛନ୍ତି କେତେ ଯେ ଦୁର୍ଦଷା

ଭୂସ୍ଗଳନ ଆଉ ବନ୍ୟା ର ବିପତ୍ତି
କରିଦେଲେ ନଷ୍ଟ କେତେ ଯେ ସମ୍ପତ୍ତି
କେତେ ନାମୀ ଲୋକ ଛାଡିଲେ ଜୀବନ
ଭାରି ହେଲା ଆକାଶ ରେ ବ୍ୟୋମଯାନ

ଯାହା ଅନ୍ୟାୟ ଯେ ହୋଇଛି ତା ପ୍ରତି
ଅସହ୍ୟ ବେଦନା ସହି ଏ ପ୍ରକୃତି
ଲାଗୁଛି କରିବ କି ??????
ଏ  ସଂସାର ଇତି........................

ପ୍ରକୃତି ସାଜିଛି ପ୍ରାଣୀ କୁ ଦାନବ
କିଏ ତେବେ କୁହ ଅଛି ସାହା ହବ
ଆଜିର ଦିନରେ କର ପ୍ରତିଶ୍ରୁତି
ଛାଡି ନିଜ ନିଜ ନିଷ୍ଠୁର  ପ୍ରବୃତ୍ତି

ଆମେ ବଞିବା ପ୍ରକୃତି ପାଇଁ
ଆମେ ବଞିବା ପ୍ରକୃତି ପାଇଁ!!!!!!!!!!!!!!


Friday, August 7, 2020

ସ୍ବପ୍ନ

ସ୍ବପ୍ନ ଆସିଥିଲା ସ୍ମୃତି କୁ ନେଇ
ଛାଡିଗଲା ଆଖି ଲୁହେ ଭିଜେଇ
ରହିଗଲା ବାକି ହୃଦୟ ମୋର
ମନ ଖୋଜେ ବସି କାରଣ ତାର

ଅଦିନେ ଆସିଲା ନ ଥିଲା ଜଣା
ଅବା କିଏ ଦେଲା ମୋର ଠିକଣା
ଭୁଲି ଯାଇଥିଲି ପୁରୁଣା କଥା
ଅକାରଣେ ଯାହା ଦିଅଇ ବ୍ୟଥା

ସମୟର ବି ଏ କେମିତି ଖେଳ
ଫେରେଇ ଆଣେ ସେ ପୁରୁଣା ବେଳ
ଯୋଉ ବେଳେ ହସୁଥିଲା ଜୀବନ
ଆଜି କାହିଁ ଦିଏ ବିରତି  ଚିହ୍ନ

କାଲି ଚଲାବାଟେ ଯିଏ ଅତିଥି
ଆଜି ଅଜଣା ସେ ଅଚିହ୍ନା ସାଥି
ଦୁନିଆର ନୀତି ଭାରି ନିର୍ଦୟ
ଯୋଉ ଆଦର୍ଶ ରେ ଭାଙ୍ଗେ ହୃଦୟ

ସ୍ବପ୍ନ ସିନା ଥିଲା ରାତିକ ପାଇଁ
ଆଖି ନିଦ ନେଲା ସାଥେ ଛଡେଇ
ବୁଝେଇ ଲେ ଯେତେ ବୁଝେନି ମନ
ଏକା ରହିଯିବ ସାରା ଜୀବନ


ଚାଷୀ

ଚାଷୀ କୂଳେ ହେଲା ଜନମ ତାର
ଚାଷୀ ଅଟେ  ଗର୍ବ ଆମ  ଦେଶର

ରୋଜଗାର ତାର ନାହିଁ ସେମିତି
ଯୋଡା ବଳଦ ତା ପ୍ରିୟ ସମ୍ପତି

ସହି ଖରା ବର୍ଷା ଶୀତ କାକର
ବୁଝାଏ ଭୋକ ସେ ସବୁ ପ୍ରାଣୀର

ଝଡ ବରଷାକୁ ନ କରି ଖାତିରି
ବିଲ କୁ ଯାଏ ସେ ହଳକୁ ଧରି

ରୋଗ ବୈରାଗ୍ୟ କୁ ନ ଥାଏ ଡର
ଚାଷ କରୁଥାଏ ସେ ନିରନ୍ତର

ବୁଝେନି କେହି ଯେ ଦୁଃଖ ତାହାର
ସଭିଙ୍କୁ ଯୋଗାଏ ଯିଏ ଆହାର

ଖୁସି ତା ଫସଲ ହେଲେ ଅମଳ
ବରଷକ ପାଇଁ ସଞେ ସମ୍ବଳ

ବଂନ୍ଧୁବାନ୍ଧବ ଆଉ ସାଇପଡିଶା
ସଭିଙ୍କ ବିପଦେ ହୁଏ ଭରଷା

ହୁଏ ଯେବେ ପୂଜା ପର୍ବ ପର୍ବାଣୀ
ତା ବାଡି ପରିବା ଦିଏ ସେ ଆଣି

ନିଷ୍ପାପ ହୃଦୟ ତା ସରଳମନା
ଆଣେନି ମନରେ ସ୍ବାର୍ଥ ଭାବନା

ପରିବାର ସାଇପଡିଶା ନେଇ
ଚଳେ ସେ କାନ୍ଧ ରେ କାନ୍ଧ ମିଳାଇ

ଦେଶ ପଛେ ହେଉ ଯେତେ ଉନ୍ନତି
ଚାଷ ବିନା ଟଳେ ତା ଅର୍ଥନୀତି

ଯେ ଦେଶେ ର ଚାଷୀ ଯେତେ ଉନ୍ନତ
ସେ ଦେଶ  ର ନାମ ହୁଅଇ ଖ୍ୟାତ


Thursday, August 6, 2020

ସହରୀ

କେମିତି କା ଯୁଗ ହେଲା
ବାପ ଘୁରି ବୁଲେ ଘର ଘର ଏଠି
ପୁଅ ଧରି ବୁଲେ ଲୈଲା

ପାଳିନାଳି ଯିଏ ବଡ କରିଥିଲେ
ସିଏ ହେଲେ ଆଜି ପର
କାଲି ଆସି ଥିବା କନିଆଁ ଖଣ୍ଡକ
ହୋଇଯାଏ ଆପଣାର

ସ୍ବାର୍ଥ ପାଇଁ ଏଠି ପୁଅ ଛାଡି ଯାଏ
ମା ହୁଏ ହତାଦର
ସେଇ ମା ଦିନେ ବଡ କରିଥିଲା
ଭୁଲି ତା ନିଜ ଉଦର

ବାପ ଯେ ତାହାର ଦେଖିଥିଲା ସ୍ବପ୍ନ
ଶାନ୍ତି ରେ କଟିବ ତା ବୃଦ୍ଧକାଳ
ପୁଅ ତାର ଆଜି ମୁଁହ ମୋଡିଦିଏ
କହେ ନିଜ କଥା ନିଜେ ସମ୍ଭାଳ

ଭାଇ ଭଉଣୀ ଯେ ଅଚିହ୍ନା ଲାଗନ୍ତି
ପରିବାର ଲାଗେ ବିଷ
ମନେ ଥାଏ ଭରି କେମିତି ଦେଖିବି
ନିଜ ପିଲାଛୁଆ ହସ

ଗାଁ ଗଣ୍ଡା ପାଇଁ ସମୟ ତ ନାହିଁ
ସେ ଆଜି ସହର ମୁହାଁ
ସାଇ ପଡିଶା ଯେ ହେଲେ ସାତ ପର
ପରଦେଶ ତାର ସାହା

ନିଜ ଜନ୍ମ ମାଟି ଚାହିଁଛି ଲେଉଟି
ହେଲେ କୁହେ ସେ ଗାଉଁଲି
ଭୁଲି ଗଲା କି ସେ ଗାଁ ରେ ଜନମ
ଏନ୍ତୁଡି ତା ଥିଲା ବୋଲି

କେମିତି ଭୁଲିଲା ଗାଁ ଚାଟଶାଳୀ
ରଜ ପର୍ବ ର କବାଡି
ଭୁଲି ଗଲା କି ସେ ଗୁଣ୍ଡି ବୁଢୀ ଗପ
ଶଶୀ ସାର୍ ଙ୍କ ବାଡି

ମନେ ନାହିଁ ତାର ଗାଁ ଆମ୍ବ ତୋଟା
ପୋଖରୀ ର ମାଛଧରା
ଅବା ଭୁଲି ଗଲା ଗାଁ ର ଗହୀର
ଖରାଦିନ ନଇ ପହଁରା

ଗାଁ ଯାନିଯାତ ଗାଁ ର ସଂଗାତ
ମନେ ପଡନ୍ତିନି ଅବା ଜାଣି ସେ ଅଜଣା
ବୋଧେ ଭୁଲିଗଲା ମନେ ରଖିଥିଲା
ଭଉଣୀ ରାକ୍ଷୀ ପାଉଣା

ଆଜିର ମଣିଷ ସତେ ବିକଶିତ
ବିକାଶର ଦିଏ ନାରା
ଭୁଲି ଯାଏ କିଆଁ ଗାଁ ରୁ ଆରମ୍ଭ ଗାଁ ରେ ଯେ ଶେଷ
ତାର ଏ ବିକାଶ ଧାରା


Tuesday, August 4, 2020

ଚେହେରା 😊

ବଳିଷ୍ଠ ଚେହେରା ସୁନ୍ଦର ଅଙ୍ଗ 
ଖୋଲା ଆକାଶ ର ମୁକ୍ତ ବିହଙ୍ଗ 
ସମୟ ଆସିଲେ ଯିବେରେ ଉଡି 
ବାନ୍ଧି ରଖିନାହିଁ  କେଉଁ  ଦଉଡି 

କଳା ହେଉ କିମ୍ବା ଶ୍ୟାମଳ ବର୍ଣ୍ଣ 
ଅବା ଶରୀର ତା ହେଉ ଜରାଜୀର୍ଣ 
ବ୍ୟବହାର ଥାଏ ଯାର ଶୋଭିତ 
ସଭିଙ୍କୁ ପ୍ରିୟ ତା  ନିତୀ  ଆଦର୍ଶ

ପିତା ନାମେ ଯଦି ମିଳେ ରାଜତ୍ବ
ମିଳେନି  ତହିଁରେ ଆତ୍ମସନ୍ତୋଷ
ପୁତ୍ର ନାମେ ପିତା ହେଲେ ଚିହ୍ନିତ
ପିତା ନାମ ଖ୍ୟାତି ରହେ ସର୍ବତ୍ର

ନିଜ ନାମେ  କେବେ ମିଳେନି ଖ୍ୟାତି
ଆତ୍ମ  କର୍ମ ଫଳ  ଦିଏ   ସୁଖ୍ୟାତି
ଧନ ଜନ ଆୟୁ ଅଢେଇ ଦିନ
ସୁ-କର୍ମେ ବଢଇ ଆତ୍ମ ସମ୍ମାନ 

Monday, August 3, 2020

ସକାଳ

ନନ୍ଦ ର ନନ୍ଦନ ତୁ ହେଲେ ଚନ୍ଦନ 
ଦେହରେ ମୋ ବୋଳି ଦେଇ 
ତୋ ସ୍ବର୍ଗ ଦୁଆରେ ଜାଗା ଟିକେ 
ଦେଲେ ଅଚିନ୍ତା ରେ ଯିବି ଶୋଇ 卐

ସଂସାର ଶରୀର ଜୀବନ ଆନନ୍ଦ 
ସବୁ ପରା ତୋର ଦାନ 
ତୋ ଦୟା ନ ହେଲେ ଆରେ କଳାକାହ୍ନୁ 
ଅରଜିବି କି ପୂଣ୍ୟ 卐

ସୁଃଖ ଦୁଃଖ ମୋର ସବୁ ତୋ ଠାରେ 
ମୁଁ ପରା ଜୀବ ପାମର 
ତୋ ନାମ ଭଜନ ଭଜିଲେ କାଳିଆ 
ହେବିରେ ମୁଁ ଅମର 卐

ଜୀବନ

କାହାର ଆୟୁଷ କେତେ ନ ଥାଏ ଯେ ଜଣା 
ନିଜ କର୍ମ ଫଳ ଏଠି ନିଜର ପାଉଣା 

ଯେତେ ଲୋଭ କରି ତୁହି ସଞିଲେ ବି ଧନ
ଶେଷ ସମ୍ପତି ଯେ ତୋର ହବ ରାମ ନାମ 

ଭୋକ ଶୋଷ କଷ୍ଟ କରି ଯାହାକୁ ପାଳିଛୁ 
ଦେହ ତ୍ୟାଗ ପରେ କୋଷିବେ ତୁ କଅଣ ରଖିଛୁ 

ବୁଝିବେନି ବୃଦ୍ଧାବସ୍ତା ମୁହଁ ଯେ ମୋଡିବେ 
ଆପଣା ଆପଣା ଭାଗ ଖୋଜିବେରେ ସର୍ବେ

କପାଳ ଲିଖନ କେବେ ଯେ ନ ହୁଅଇ ଆନ 
କି ଲାଭ ପାଇବୁ କରି ମାନ ଅଭିମାନ

କଳିକାଳ ରିତି  କେହି ନୁହନ୍ତି କାହାର 
ସମୟ ସରିବା ଆଗୁ ହରି ନାମ ଜପ କର

ସେଛ୍ବାକୃତ ଭାବେ ଏଠି ତୋର କର୍ମ କଲେ 
ରହିବନି ପଶ୍ଚାତାପ ଜୀବ ଗଲା ବେଳେ

ସଂସାର ତାର ରଚିତ ତୁ ଯେ କଳାକାର 
ଛାଡିବାକୁ ହବ ଦିନେ ମାଟିର ଶରୀର 

ଏକା ଆସିଥିଲୁ ଏକା ଯିବୁ ଦିନେ ଚାଲି

କଥା ତ ଏତିକି କ୍ଷଣ ପବନ ର ଖାଲି

କାହାକୁ ଭାବୁ ନିଜର କିଏ ଏଠି ତୋର
ମଲା ପରେ ଛୁଇଁବେନି ତୋ ମର ଶରୀର

ଛଅ ଖଣ୍ଡ ବାଉଁଶ ରେ ଯିବୁ ତୁ ମଶାଣୀ 
ନଥିବ ଡାକବାଜି ଆଉ ନ ଥିବ ରୋଶଣି

ମୁଖେ ନିଆଁ ଦେବେ ତୋର ଆତ୍ମିୟ ସ୍ବଜନ 
ପଞଭୂତେ ହୋଇ ଯିବ ଶରୀର ତୋ ଲିନ 

Sunday, August 2, 2020

ରାକ୍ଷୀ ପୂର୍ଣ୍ଣିମା

ଭାଇ ଭଉଣୀ ର ପବିତ୍ର ସମ୍ପର୍କ 
ରକ୍ଷା ବନ୍ଧନ ତା ନାମ
ଯୁଗ ଯୁଗ ର ସେ ପ୍ରଥା ପ୍ରଚଳିତ 
ରକ୍ଷେ ଆମ ସମ୍ମାନ 

ଏମିତି ସମ୍ପର୍କ ଜଗତେ ନାହିଁ 
ଜଣେ କାନ୍ଦେ ଆଉ ଜଣଙ୍କ ପାଇଁ 
ବିପଦ ବେଳରେ ଦୁହେଁ ଦୁହିଁଙ୍କ 
ପାଖକୁ ଯାଆନ୍ତି ଦୂରରୁ ଧାଇଁ 

ଅନେକ ଜନ୍ମ ର କରମ ଫଳେ 
ଭଉଣୀଟେ ଭାଗ୍ୟରେ ଥିଲେ ମିଳେ 
ରଖିଥିବ ସଦା ତାହା ଭରଷା
ଆସୁ ଯେତେ ଝଡ ଆସୁ ବରଷା 

ମା ନ ଥିଲେ ଘରେ  ଭଉଣୀ ସାହା 
ତାର ସ୍ନେହ ପ୍ରେମ କି ଶୋଭା ଆହା 
ତା ଭଲପାଇବା ମିଳିବନି କୋଉଠି 
ସାତ ଜନ୍ମ ଯାଏ ରଖିଥିବା ସାଇତି 

#ଜୟଜଗନ୍ନାଥ
#ରାକ୍ଷୀପୂର୍ଣ୍ଣିମାରଅଭିନନ୍ଦନ

Saturday, August 1, 2020

ଆଜିର ଯୁବପିଢି

ଆଜି ଯୁବ ପିଢୀ ସଂସ୍କାର ଛାଡି 
ମୋବାଇଲ ଦୁନିଆରେ ଯାଉଛି ବୁଡି 

ନିଜ ପରଂପରା କରନ୍ତି ଭଙ୍ଗ 
ପାଶ୍ଖ୍ୟାତ କଳାରେ ହୁଏ ନିମଗ୍ନ 

ଭୁଲି ଗଲେଣି ସେ ପୁରୁଣା କଳା 
ଫ୍ୟାସନ୍ ପାଇଁ ଯେ ହୁଏ ପାଗଳା 

ଟ୍ରେଣ୍ଡ ହେଲାଣି ବିଦେଶ ଯିବା 
ବିପଦ ଆସିଲେ ସ୍ବଦେଶ ଫେରିବା 

ଗୁରୁଜନଙ୍କୁ ସେ କରେ ଅପମାନ 
ନିଜ ଧର୍ମ କୁ ଯେ ନ ଦିଏ ସମ୍ମାନ

ଗୀତା ବେଦ ଶାସ୍ତ୍ର ଗ୍ରନ୍ଥକୁ ଭୁଲି 
ଅନଲାଇନ୍ ପାଠ ପଢନ୍ତୀ ଖାଲି 

ଟେକ୍ନୋଲୋଜି ପାଇଁ ସର୍ବଦା ବ୍ୟସ୍ତ 
ମାନସିକ ରୋଗେ ହୁଏ ଆକ୍ରାନ୍ତ 

ଘରେ ହାତରନ୍ଧା ଖାଇବା ଭୁଲି 
ହୋଟେଲ ବାର୍ ରେ ବୁଲନ୍ତି ଖାଲି 

ନିଜ ନିଜ ମନେ କରେ ବିବାହ 
ଚଳନ୍ତି ପ୍ରଥା କୁ କରି ଅଗ୍ରାହ୍ୟ 

ବୟସ ବଢିଲେ ପିତାମାତାଙ୍କୁ
ବୃଦ୍ଧାଶ୍ରମେ ନେଇ ଛାଡି ଆସନ୍ତି

କୂଆ ମେଳେ କିଏ ଅଛି ଯେ ବଗ 
ଆଜିର ପିଢୀ କୁ  ଉତ୍ତର  ଦେବ 

ବେଳ ଥାଉ ଥାଉ ହେଲେ ସଜାଗ 
ପର ପିଢୀ କୁ ଯେ ମିଳିବ ଲାଭ

ଶିଶୁ

କଅଁଳ ବୟସ କୋମଳ ପାଦରେ  ଗୁରୁଜନ ହାତ ଧରି  ଦେଖେ ସେ ଦୂନିଆ ତା ସୂକ୍ଷ୍ମ ଚକ୍ଷୁରେ  ମନ ଆନନ୍ଦରେ ଭରି  ଟିକି ହୃଦୟ ତା ଜାଣି ନ ପାରଇ  ସୁଖ ଦୁଃଖ ବଡ ସାନ  ତୂନି ଅଧରରେ...