Monday, August 31, 2020
ମନକଥା
Saturday, August 29, 2020
ଭରଷା
ଭରଷା
Friday, August 28, 2020
ଫେରିଲା ପ୍ରିୟା
ସକାଳ
Thursday, August 27, 2020
ବିଡମ୍ବନା
ଫେରିବ କି??
Wednesday, August 26, 2020
ନୀରବ ସ୍ମୃତି
Tuesday, August 25, 2020
କିଏ ତୁମେ
Monday, August 24, 2020
ନିଜର କିଏ?
ଜହ୍ନ ରାତି
ପୂର୍ଣ୍ଣଛେଦ
Sunday, August 23, 2020
ମୁଁ ଆଉ ସମୟ
Saturday, August 22, 2020
ଫେରିଛି ଫଗୁଣ
Friday, August 21, 2020
titweter
Wednesday, August 19, 2020
ଜୟ ଜଗନ୍ନାଥ
ଅହଂକାର
Tuesday, August 18, 2020
ଆକସ୍ମିକ
Monday, August 17, 2020
ଅଧୁରା ସମ୍ପର୍କ
ଭରଷା
Sunday, August 16, 2020
😊😊ସ୍ବପ୍ନ ର ପ୍ରେମ😊😊
Saturday, August 15, 2020
ହରି
ଅଧା ସ୍ବପ୍ନ
Friday, August 14, 2020
୭୪ ବର୍ଷ ର ଭାରତ
ସ୍ମୃତି
ମା'
ମା' ପରି କିଏ ହବ
ନିଦ ନ ଆସିଲେ ମୁଣ୍ଡ କୁ ଆଉଁସି
କୋଳରେ ଶୁଆଇଦବ
ମା କୋଳେ ମିଳେ ସରଗର ଖୁସି
ସୁନାର ପଲଙ୍କ ତା ଆଗେ ତୁଚ୍ଛ
ଛଳନା ଭରା ଏ ଦୁନିଆରେ ସତେ
ମା ପ୍ରେମ ନୁହେଁ କେବେବି ମିଛ
ନିଜ ପେଟ କାଟି ଭୋକେ
ରହେ ହେଲେ
ପିଲା ପାଇଁ ତା କାନ୍ଦେ ହୃଦୟ
ସାଥେ ଯାର ଥାଏ ମା'ର ଆଶିଷ
ନ ଥାଏ ତାହାର କିଛି ବି ଭୟ
ଘରୁ ବାହାରିଲେ ଅବା ଡେରି ହେଲେ
ଫେରିବା ବାଟକୁ ଅନେଇ ଥିବ
ଯେତେ ବଡ ହେଉ ତାହାର ପିଲାଟି
ମଙ୍ଗଳ କାମନା ମା କରିବ
ମା ହିଁ ପିଲାର ପ୍ରଥମ ଶିକ୍ଷକ
ଝିଅ ପାଇଁ ସେତ ପ୍ରଥମ ବଂନ୍ଧୁ
ନ ଥାଏ ତା ମନେ ଊଣା କି ଅଧିକ
ପିଲାଙ୍କ ପାଇଁ ସେ ଜୀବନ ବିନ୍ଦୁ
ମା ର ପ୍ରେମ ଯେ ସବୁଠୁ ନିଆରା
ନିଃସ୍ବାର୍ଥ ପ୍ରେମ ର ପ୍ରତିକ ସିଏ
ଲୋଡା ନାହିଁ ତାର ଅମାପ ସମ୍ପତ୍ତି
ହ୍ରୁଦୟଙ୍ଗମ କରିଛ ଯିଏ
ମା' ମାଗେ ନାହିଁ ପାଟ ମଠା ସୁନା
ପିଲାଙ୍କଖୁସିରେ ହୁଏ ସେ ଖୁସି
ସବୁ ପିଲାଙ୍କୁ ସେ ସମାନ ରେ ଦେଖେ
ନ ଥାଏ କମ କି ନ ଥାଏ ବେଶି
ଶୃଙ୍ଖଳା ଶିଖାଏ ରାଗି ଗାଳିଦିଏ
ଭିତରେ ମନରେ ହୁଏ ସେ ଦୁଃଖୀ
ମା ପ୍ରେମ ଥାଏ ଯାହା ସୌଭାଗ୍ଯ ରେ
ଦୁନିଆ ରେ ସିଏ ସବୁଠୁ ସୁଖୀ
ହାତ ଧରି ସିଏ ଚାଲିବା ଶିଖାଏ
ଭବିଷ୍ୟତ ପାଇଁ ଦେଖେ ସପନ
କୁନି ଓଠେ ସିଏ ଭରିଦିଏ ଖୁସି
ପିଲା ପାଇଁ ସଦା ବ୍ୟାକୁଳ ମନ
Thursday, August 13, 2020
ଜୀବନ ସଂଜ୍ଞା
ଅଭିଯୋଗ
Wednesday, August 12, 2020
ସକାଳ
ସ୍ବପ୍ନ ର ନାୟିକା
Tuesday, August 11, 2020
ସମୟ
Monday, August 10, 2020
ଆଜିର ରାଜନୀତି
Sunday, August 9, 2020
ଜୟ ଜଗନ୍ନାଥ
ସଳିତା
ପ୍ରିୟତମା
Saturday, August 8, 2020
ଶ୍ରୀକୃଷ୍ଣ
୨୦୨୦
କେତେ କଷ୍ଟ ଆଉ ଦେଖିବ ନୟନ
କଳିକାଳ ଆଉ ହେବ କି? ପତନ
ଯେବେଠୁ ଆସିଛି ଏ ନୂଆ ବରଷ
ଛଡାଇ ନେଇଛି ଓଠରୁ ସେ ହସ
ବର୍ଷ ଆରମ୍ଭ ରେ ଆସି ମହାମାରୀ
ସାରା ବିଶ୍ବେ ଖେଳେ ଆତଙ୍କ ଲହରୀ
ସୀମା ବିବାଦ ରେ ଲିପ୍ତ କିଛି ଦେଶ
ବିଶ୍ବ ଯୁଦ୍ଧ ପାଇଁ ଦିଅନ୍ତି ଆଭାସ
ଘଟୁଛି ଏମିତି ଅଜବ ଘଟଣା
ଇତିହାସେ ଯାହା ନଥିଲା ବର୍ଣ୍ଣନା
ମଣିଷ ଭୋଗୁଛି କଲାକର୍ମଫଳ
ଜିଇଁବାକୁ ହୁଏ ଆଜି ସେ ବ୍ୟାକୁଳ
ମୁଖେ ତୁଣ୍ଡି ବାନ୍ଧି ବୁଲଇ ମନୁଷ୍ୟ
ଜଣକୁ ବିପଦ ଅନ୍ୟର ପରସ
କିଏ ଜାଣେ କେବେ ଆସେ କା କ୍ରମାଙ୍କ
ଶେଷ ହୋଇଯାଏ ଜୀବନ ର ଅଙ୍କ
ଏମିତି ଆସିଛି ଅଜଣା ସେ ରୋଗ
ମିଳିପାରେ ନାହିଁ ତା ପାଇଁ ଔଷଧ
ଆସି ଆଜି ଏଠି ଅଦିନେ ବରଷା
ଲୋକ ଭୋଗୁଛନ୍ତି କେତେ ଯେ ଦୁର୍ଦଷା
ଭୂସ୍ଗଳନ ଆଉ ବନ୍ୟା ର ବିପତ୍ତି
କରିଦେଲେ ନଷ୍ଟ କେତେ ଯେ ସମ୍ପତ୍ତି
କେତେ ନାମୀ ଲୋକ ଛାଡିଲେ ଜୀବନ
ଭାରି ହେଲା ଆକାଶ ରେ ବ୍ୟୋମଯାନ
ଯାହା ଅନ୍ୟାୟ ଯେ ହୋଇଛି ତା ପ୍ରତି
ଅସହ୍ୟ ବେଦନା ସହି ଏ ପ୍ରକୃତି
ଲାଗୁଛି କରିବ କି ??????
ଏ ସଂସାର ଇତି........................
ପ୍ରକୃତି ସାଜିଛି ପ୍ରାଣୀ କୁ ଦାନବ
କିଏ ତେବେ କୁହ ଅଛି ସାହା ହବ
ଆଜିର ଦିନରେ କର ପ୍ରତିଶ୍ରୁତି
ଛାଡି ନିଜ ନିଜ ନିଷ୍ଠୁର ପ୍ରବୃତ୍ତି
ଆମେ ବଞିବା ପ୍ରକୃତି ପାଇଁ
ଆମେ ବଞିବା ପ୍ରକୃତି ପାଇଁ!!!!!!!!!!!!!!
Friday, August 7, 2020
ସ୍ବପ୍ନ
ସ୍ବପ୍ନ ଆସିଥିଲା ସ୍ମୃତି କୁ ନେଇ
ଛାଡିଗଲା ଆଖି ଲୁହେ ଭିଜେଇ
ରହିଗଲା ବାକି ହୃଦୟ ମୋର
ମନ ଖୋଜେ ବସି କାରଣ ତାର
ଅଦିନେ ଆସିଲା ନ ଥିଲା ଜଣା
ଅବା କିଏ ଦେଲା ମୋର ଠିକଣା
ଭୁଲି ଯାଇଥିଲି ପୁରୁଣା କଥା
ଅକାରଣେ ଯାହା ଦିଅଇ ବ୍ୟଥା
ସମୟର ବି ଏ କେମିତି ଖେଳ
ଫେରେଇ ଆଣେ ସେ ପୁରୁଣା ବେଳ
ଯୋଉ ବେଳେ ହସୁଥିଲା ଜୀବନ
ଆଜି କାହିଁ ଦିଏ ବିରତି ଚିହ୍ନ
କାଲି ଚଲାବାଟେ ଯିଏ ଅତିଥି
ଆଜି ଅଜଣା ସେ ଅଚିହ୍ନା ସାଥି
ଦୁନିଆର ନୀତି ଭାରି ନିର୍ଦୟ
ଯୋଉ ଆଦର୍ଶ ରେ ଭାଙ୍ଗେ ହୃଦୟ
ସ୍ବପ୍ନ ସିନା ଥିଲା ରାତିକ ପାଇଁ
ଆଖି ନିଦ ନେଲା ସାଥେ ଛଡେଇ
ବୁଝେଇ ଲେ ଯେତେ ବୁଝେନି ମନ
ଏକା ରହିଯିବ ସାରା ଜୀବନ
ଚାଷୀ
ଚାଷୀ କୂଳେ ହେଲା ଜନମ ତାର
ଚାଷୀ ଅଟେ ଗର୍ବ ଆମ ଦେଶର
ରୋଜଗାର ତାର ନାହିଁ ସେମିତି
ଯୋଡା ବଳଦ ତା ପ୍ରିୟ ସମ୍ପତି
ସହି ଖରା ବର୍ଷା ଶୀତ କାକର
ବୁଝାଏ ଭୋକ ସେ ସବୁ ପ୍ରାଣୀର
ଝଡ ବରଷାକୁ ନ କରି ଖାତିରି
ବିଲ କୁ ଯାଏ ସେ ହଳକୁ ଧରି
ରୋଗ ବୈରାଗ୍ୟ କୁ ନ ଥାଏ ଡର
ଚାଷ କରୁଥାଏ ସେ ନିରନ୍ତର
ବୁଝେନି କେହି ଯେ ଦୁଃଖ ତାହାର
ସଭିଙ୍କୁ ଯୋଗାଏ ଯିଏ ଆହାର
ଖୁସି ତା ଫସଲ ହେଲେ ଅମଳ
ବରଷକ ପାଇଁ ସଞେ ସମ୍ବଳ
ବଂନ୍ଧୁବାନ୍ଧବ ଆଉ ସାଇପଡିଶା
ସଭିଙ୍କ ବିପଦେ ହୁଏ ଭରଷା
ହୁଏ ଯେବେ ପୂଜା ପର୍ବ ପର୍ବାଣୀ
ତା ବାଡି ପରିବା ଦିଏ ସେ ଆଣି
ନିଷ୍ପାପ ହୃଦୟ ତା ସରଳମନା
ଆଣେନି ମନରେ ସ୍ବାର୍ଥ ଭାବନା
ପରିବାର ସାଇପଡିଶା ନେଇ
ଚଳେ ସେ କାନ୍ଧ ରେ କାନ୍ଧ ମିଳାଇ
ଦେଶ ପଛେ ହେଉ ଯେତେ ଉନ୍ନତି
ଚାଷ ବିନା ଟଳେ ତା ଅର୍ଥନୀତି
ଯେ ଦେଶେ ର ଚାଷୀ ଯେତେ ଉନ୍ନତ
ସେ ଦେଶ ର ନାମ ହୁଅଇ ଖ୍ୟାତ
Thursday, August 6, 2020
ସହରୀ
କେମିତି କା ଯୁଗ ହେଲା
ବାପ ଘୁରି ବୁଲେ ଘର ଘର ଏଠି
ପୁଅ ଧରି ବୁଲେ ଲୈଲା
ପାଳିନାଳି ଯିଏ ବଡ କରିଥିଲେ
ସିଏ ହେଲେ ଆଜି ପର
କାଲି ଆସି ଥିବା କନିଆଁ ଖଣ୍ଡକ
ହୋଇଯାଏ ଆପଣାର
ସ୍ବାର୍ଥ ପାଇଁ ଏଠି ପୁଅ ଛାଡି ଯାଏ
ମା ହୁଏ ହତାଦର
ସେଇ ମା ଦିନେ ବଡ କରିଥିଲା
ଭୁଲି ତା ନିଜ ଉଦର
ବାପ ଯେ ତାହାର ଦେଖିଥିଲା ସ୍ବପ୍ନ
ଶାନ୍ତି ରେ କଟିବ ତା ବୃଦ୍ଧକାଳ
ପୁଅ ତାର ଆଜି ମୁଁହ ମୋଡିଦିଏ
କହେ ନିଜ କଥା ନିଜେ ସମ୍ଭାଳ
ଭାଇ ଭଉଣୀ ଯେ ଅଚିହ୍ନା ଲାଗନ୍ତି
ପରିବାର ଲାଗେ ବିଷ
ମନେ ଥାଏ ଭରି କେମିତି ଦେଖିବି
ନିଜ ପିଲାଛୁଆ ହସ
ଗାଁ ଗଣ୍ଡା ପାଇଁ ସମୟ ତ ନାହିଁ
ସେ ଆଜି ସହର ମୁହାଁ
ସାଇ ପଡିଶା ଯେ ହେଲେ ସାତ ପର
ପରଦେଶ ତାର ସାହା
ନିଜ ଜନ୍ମ ମାଟି ଚାହିଁଛି ଲେଉଟି
ହେଲେ କୁହେ ସେ ଗାଉଁଲି
ଭୁଲି ଗଲା କି ସେ ଗାଁ ରେ ଜନମ
ଏନ୍ତୁଡି ତା ଥିଲା ବୋଲି
କେମିତି ଭୁଲିଲା ଗାଁ ଚାଟଶାଳୀ
ରଜ ପର୍ବ ର କବାଡି
ଭୁଲି ଗଲା କି ସେ ଗୁଣ୍ଡି ବୁଢୀ ଗପ
ଶଶୀ ସାର୍ ଙ୍କ ବାଡି
ମନେ ନାହିଁ ତାର ଗାଁ ଆମ୍ବ ତୋଟା
ପୋଖରୀ ର ମାଛଧରା
ଅବା ଭୁଲି ଗଲା ଗାଁ ର ଗହୀର
ଖରାଦିନ ନଇ ପହଁରା
ଗାଁ ଯାନିଯାତ ଗାଁ ର ସଂଗାତ
ମନେ ପଡନ୍ତିନି ଅବା ଜାଣି ସେ ଅଜଣା
ବୋଧେ ଭୁଲିଗଲା ମନେ ରଖିଥିଲା
ଭଉଣୀ ରାକ୍ଷୀ ପାଉଣା
ଆଜିର ମଣିଷ ସତେ ବିକଶିତ
ବିକାଶର ଦିଏ ନାରା
ଭୁଲି ଯାଏ କିଆଁ ଗାଁ ରୁ ଆରମ୍ଭ ଗାଁ ରେ ଯେ ଶେଷ
ତାର ଏ ବିକାଶ ଧାରା
Tuesday, August 4, 2020
ଚେହେରା 😊
Monday, August 3, 2020
ସକାଳ
ଜୀବନ
Sunday, August 2, 2020
ରାକ୍ଷୀ ପୂର୍ଣ୍ଣିମା
Saturday, August 1, 2020
ଆଜିର ଯୁବପିଢି
ଶିଶୁ
କଅଁଳ ବୟସ କୋମଳ ପାଦରେ ଗୁରୁଜନ ହାତ ଧରି ଦେଖେ ସେ ଦୂନିଆ ତା ସୂକ୍ଷ୍ମ ଚକ୍ଷୁରେ ମନ ଆନନ୍ଦରେ ଭରି ଟିକି ହୃଦୟ ତା ଜାଣି ନ ପାରଇ ସୁଖ ଦୁଃଖ ବଡ ସାନ ତୂନି ଅଧରରେ...