Friday, August 28, 2020

ଫେରିଲା ପ୍ରିୟା

ଖୋଲି ପଢୁଥିଲି ପୁଳୁଣାଚିଠିକୁ 
ଆଜି ସଞ୍ଜବେଳେ ଆସି 
ଲାଗିଲା ଯେମିତି ପ୍ରିୟା ମୋର ସତେ
ମୋ ପାଖେ ଯାଇଛି ବସି 

ପଦ ଆଉ ପ୍ରତି ଶବ୍ଦ ରେ ଶୁଭିଲା 
ତାର ସେ ପୁରୁଣା ଡାକ 
ବୁଲିଚାହିଁଲି ମୁଁ ପଛକୁ କ୍ଷଣକେ
ଦେଖି  ତାର ପଟ୍ଟଚିତ୍ର 

ଚମକି ପଡିଲି ହୋଇଲି ଆଶ୍ଚର୍ଯ୍ୟ 
ବଢିଲା ସ୍ପନ୍ଦନ ମୋର 
ପଟ୍ଟଚିତ୍ର ନୁହେଁ ପ୍ରିୟା ଆସିଥିଲା 
ଚାଲି ଚାଲି ବହୁ ଦୂର

ଥକିଯାଇଥିଲା  ଭାଙ୍ଗିପଡିଥିଲା 
ହୋଇଥିଲା ସେ ନିରାଶା 
ପାଣି ପାଇଁ ଧାଇଁ ମରୁ ଚୋରାବାଲି 
ମେଣ୍ଟିଲାନି ତାର ତୃଷ୍ଣା 

ଫେରିଛି ବୋଲି ସେ ଅବୁଝା ଏ ମନ 
ଖୁସିରେ ନାଚୁଛି ଆଜି 
ଲାଗିଲା ଯେମିତି ଡେରି ହେଉ ପଛେ 
ଯିତିଛି ଜୀବନ ବାଜି 


No comments:

Post a Comment

ଶିଶୁ

କଅଁଳ ବୟସ କୋମଳ ପାଦରେ  ଗୁରୁଜନ ହାତ ଧରି  ଦେଖେ ସେ ଦୂନିଆ ତା ସୂକ୍ଷ୍ମ ଚକ୍ଷୁରେ  ମନ ଆନନ୍ଦରେ ଭରି  ଟିକି ହୃଦୟ ତା ଜାଣି ନ ପାରଇ  ସୁଖ ଦୁଃଖ ବଡ ସାନ  ତୂନି ଅଧରରେ...