Friday, July 31, 2020

ଶୁଭ ସକାଳ

ଆହେ ଚକ୍ରଧର ଦୁଃଖ ନାଶ କର
ଆସିଲା ସକାଳ ହସୁ ଏ ଧରା 
ତୁମ କୃପା ବଳେ ଚାଲେ ଏ ସଂସାର 
ଲୋଡା ନାହିଁ କିଛି ଜୀବନ ସାରା 

ଆହେ କୃପାନିଧି କରିବୁ କୃପା
ସବୁ ଜଣା ତତେ ନାହିଁ ଅଛପା 
ଜୀବନ ରଥର ତୁହି ଯେ ସାରଥୀ 
ତୋ ବିନା ଜୀବନ ଲାଗେରେ ଫିକା 

ଦୟା କେବେ ତୋର ନ କର ଉଣା 
ମୋ ଭାବ ଭକ୍ତି ର ସେହି  ପାଊଣା
ଖୁସିରେ ଜୀବନ କାଟିବି ଏକା 
ପୂଜା କରୁଥିଲେ ତୋର ପାଦୂକା ପ୍ରତିଛବି

ଗର୍ବ

ଆଉ ନାହିଁ ସେହି ଆମ୍ବାସାଡର
କାଲି ର ସେ ରାଜା ଆଜି ବେକାର

ଥିଲା ଦିନେ ସେ ସଂଭ୍ରାତ ର ପ୍ରତିକ 
ଆଜି କବାଡିରେ ହୁଏ ଯେ ବିକା

ମନେ ଦିନେ ଥିଲା ଭାରି ଗରବ 
ଆଜିକାଲି ଗୋଟେ ଅଲୋଡା ଦ୍ରବ୍ୟ 

ସମୟର ଖେଳ କିଏ ବା ଜାଣେ
ବଳି ପଡି ଯାଏ ବିନା କାରଣେ

ସମୟ ଶିଖାଏ ଅନେକ କଥା 
ନ ଭୁଲି କେବେ ତା ମନେ ରଖିଥା 

ସମୟ ଠୁ ନାହିଁ କେ ବଳୀୟାନ 
ହେଜିଲେ ମନରେ ମିଳେ ସମ୍ମାନ 

ଗର୍ବ କ୍ରୋଧ ହିସାଂ ପାସୋରି ସବୁ 
ମାନବ କଲ୍ୟାଣେ ଜୀବନ ଦେବୁ

ମିଳିବନି ସିନା ଧନ ଅଜ୍ରସ 
ଶାନ୍ତି ରେ ନେବୁ ତୁ ଶେଷ ନିଶ୍ବାସ

ଶିଶୁ

କଅଁଳ ବୟସ କୋମଳ ପାଦରେ  ଗୁରୁଜନ ହାତ ଧରି  ଦେଖେ ସେ ଦୂନିଆ ତା ସୂକ୍ଷ୍ମ ଚକ୍ଷୁରେ  ମନ ଆନନ୍ଦରେ ଭରି  ଟିକି ହୃଦୟ ତା ଜାଣି ନ ପାରଇ  ସୁଖ ଦୁଃଖ ବଡ ସାନ  ତୂନି ଅଧରରେ...