Thursday, September 24, 2020

ଭାବନା

ମରିଚିକା ଥିଲା ତା ଭଲ ପାଇବା
ଶୋଷ ମୋ ମେଣ୍ଟିଲା ନାହିଁ
କୁହୁଡି ପରି ସେ ଦେଇଥିଲା ସ୍ବପ୍ନ
ଅଦିନେ ଗଲା ଉଭେଇ

ଚାଲି ତା ସାଥିରେ ଭୁଲିଲି ନିଜକୁ
ହୋଇ ଗଲି ବାଟବଣା
ମୋ ଭଲପାଇବା ପ୍ରତିବଦଳରେ
ଦେଇଗଲା ପ୍ରତାରଣା

ଛଳନା ଲୁହରେ ମୋତେ କନ୍ଦେଇଲା
ମୁଁ ଥିଲି ନିର୍ବୋଧ ଟିଏ
ଭୁଲିଗଲା ସିନା ମୋତେ ସେ ସହଜେ
ଏବେ ବି ମୁଁ ଭଲପାଏ

ଅପେକ୍ଷା କରିଛି ସାରା ଜୀବନ କୁ
ତା ଫେରିବା ବାଟ ଚାହିଁ
ଭାବନାକୁ ମୋର ସାଇତି ରଖିଛି
ମୋ ମନରେ ଦୁଃଖ ନାହିଁ

Saturday, September 12, 2020

କିଏ ସେ

ନିଛାଟିଆ ବାଟେ ଏକା ଚାଲୁଥିଲା 
ସୁନ୍ଦରି ତରୁଣୀ ଜଣେ 
ଦେଖି ତାକୁ ଦୂରୁ ପଲକ ପଡେନି 
ନିସ୍ତବ୍ଧ ମୁଁ ସେଇକ୍ଷଣେ 

ପୂର୍ଣ୍ଣିମା ରାତିର ତୋଫା ଜହ୍ନ ପରି 
ନୀରବରେ ଚାଲୁଥିଲା
ଗୁଣୁ ଗୁଣୁ କରି ଗାଉଥିଲା ଗୀତ 
ଦୂରରୁ ଯେ ଶୁଭୁଥିଲା 

ଫୁଙ୍ଗୁଳା ଥିଲା ତା ଗହରିଆ କେଶ
ଢେଉ ଭାଙ୍ଗେ ପବନରେ 
ଧିରେ ଧିରେ ବଢେ ଛାତିର ସ୍ପନ୍ଦନ 
ଭୟ କିଆଁ ଉଙ୍କିମାରେ

ଡାକିନେଉଥିଲା ତା ସାଥିରେ ମୋତେ
ଅଜଣା ରାଇଜେ କାହିଁ
ହେଲେ ମୋ ବିବେକ ଧରି ମୋର ହାତ
ମନାକଲା ଯିବାପାଇଁ 

ପାଖକୁ ଯିବାକୁ ଲାଗୁଥିଲା ଡର 
ମନେ ଅସଜଡା ପ୍ରଶ୍ନ 
ହେଲେ କିଏ ସେଇ ଅନାମିକା ନାରୀ
ହୃଦୟେ ଛାପିଲା ଚିହ୍ନ





Friday, September 11, 2020

MODERN ବୋହୂ

ବାହାଘର ହେଲା ବୋହୁବି ଆସିଲା 
ଯୌତୁକ ଆଣିଥିଲା 
ହେଲେ ବୋହୁଥିଲା ସହରୀ ସତେଲୋ 
ଶାଶୁ କଣଠେସା ହେଲା

ଚାରି ଦିନ ବୋହୂ ଡେଇଁ ଡେଇଁ ଚାଲେ 
ପିନ୍ଧି ଚାରିଇଞ୍ ହିଲ୍ 
ଘର ଖାଇବା ତା ନୁହେଁ ଲୋ ପସନ୍ଦ 
ଅନଲାଇନ୍ ରେ କରେ ବିଲ୍ 

ଶୋଇ ରହୁଛି ସେ ଆଠଟା ଯାଏଁ ଲୋ 
ନ ଡାକିଲେ ଉଠେନାହିଁ
ପୁଅ ପୋଡାମୁହାଁ କି ଭଲ ପାଇଲା 
ହୀନସ୍ଥା ଯେ ହେଲି ମୁଁଇ

ମୋବାଇଲ ରେ ମୁହଁ ମାଡିକି ବସୁଛି 
ସତେ ଅବା ଠାକୁରାଣୀ 
କି ଟିକଟକ ଯାତରା କରୁଛି 
ସଂସ୍କାର ସେ ଭୁଲିଲାଣି 

ସମ୍ମାନ ଦଉନି ସେବା ବି କରୁନି 
ରହୁନାହିଁ ଘରେ ଯମା 
ଶାଢୀ ଦେଖିଦେଲେ ଛିଟିକି ଯାଉଛି 
ପିନ୍ଧେ ଫଟାଚିରା ଯାମା 

କଜଳ କୁଙ୍କୁମ ଭୁଲି ସେ ଯାଇଛି 
ଅଳତା ବି ଜଣାନାହିଁ 
ବିୟୁଟି ପାର୍ଲୋର ଯାଏ ସେତ ଖାଲି 
ରଙ୍ଗ ଲୁଚାଇବା ପାଇଁ 

ବୁଝାଇବ କିଏ ତାକୁ ଯେ ସତରେ 
ନାକ ସୁକୁ ସୁକୁ ରାଣୀ 
ଆମ ବେଳେ ବୋହୂ ସହୁଥିଲେ ସବୁ 
ଖାଲି ପେଟେ ପିଇ ପାଣି 

ଓଷାବାର କିଛି କରେନାହିଁ ସିଏ 
ପୁରୁଣା ଫ୍ୟାସନ୍ କୁହେ 
ପୁଅ ମୋ ନିଲଠା କେଜାଣି କେମିତି 
ତା ରାଉ ରାଉ ସହେ 

ପାଠ ସିନା ପଢି ଶିକ୍ଷିତ ବୋଲାଏ 
ବୁଦ୍ଧି ଘର ତାର ଶୂନ 
ଯେମିତି ସେମିତି ହଉ ପଛେ ମୋର 
କଟିଯାଉ ଏ ଜୀବନ 
 








Thursday, September 10, 2020

କି ଯୁଗ

ତୋସାମଦିଆ ଙ୍କ ଯୁଗ ଆସିଗଲା 
ଧନବଳେ କାର୍ଯ୍ୟ ସିଦ୍ଧି 
ଅଦିନେ ଆସୁଛି ଝଡ ବରଷା କୁ
ଅଜଣା ଯେ ରୋଗ ବ୍ୟାଧି

କାମ ମିଳେନାହିଁ ବଢଇ ବେକାରୀ 
ମିଳୁନାହିଁ ମୁଠେ ଦାନା 
ସରକାରୀ ବାବୁ ଚଢନ୍ତି ମୋଟର 
ଲଗେଇ ନାରଙ୍ଗି ବାନା 

ଦିନ ମଜୁରିଆ କରୁଛି ଚିତ୍କାର 
ଚାଷୀ କରେ ଆତ୍ମହତ୍ୟା 
ବୁଝିବାକୁ ଦୁଃଖ ନାହିଁ କେ ସ୍ବଜନ 
ଅଭାବ ଯେ ଆତ୍ମିୟତା 

ଭୋକ ମେଣ୍ଟିବାକୁ ଘୂରେ ବାରପିଣ୍ଢା
ଭିକ୍ଷା ବୃତ୍ତି କିଏ କରେ 
ଶୀତଳ ପବନ ଖାଇ ସରକାର 
ନିର୍ଭୟେ ଘୁଙ୍ଗୁଡି ମାରେ 

ଅପାଠୁଆ ଏଠି ବାସ୍ତବରେ ପିଢୀ 
କାଗଜ କଲମେ ଜ୍ଞାନୀ 
ଗରିବ ର ଏଠି ବଢୁଛି ଯେ ଚିନ୍ତା 
ଧନୀ ବୋଲାଉଛି ଦାନୀ 

ବଦଳି ଯାଇଛି ଅତୀତ ସଂସ୍କୃତି 
ଅତୀତର ପରଂପରା 
ପାଶ୍ଚାତ୍ୟ ସଭ୍ୟତା କରେ ବିକଳାଙ୍ଗ 
ବନ୍ଧା ପଡେ ଚିନ୍ତାଧାରା 

ବିଂଶ ଶତାବ୍ଦୀରେ ଆଜି ର ମଣିଷ 
ଜହ୍ନ ରେ କିଣୁଛି ଯାଗା
ହେଲେ କେତେ ଘରେ ଜଳୁନାହିଁ ଚୂଲି 
ହାଏରେ ସେ ହତଭାଗା

ଦେଶ ଯେ ସ୍ବାଧୀନ ଆମେ ପରାଧୀନ 
ବଦଳୁନି ଚିନ୍ତାଧାରା 
କେବେ ହେବ ଦେଶ ରାମଙ୍କ ରାଇଜ 
ହସିବ ସଂସାର ସାରା



Tuesday, September 8, 2020

ଫେରିବିନି

ଆଉ ଫେରିନାହିଁ କେବେ ସେ ବାଟରେ 
ଛାଡିଦେଇ ପାଦ ଚିହ୍ନ
ଲାଗୁଛି ଯେମିତି ହୋଇଲା ବିଛିର୍ନ 
କୋଟି ଯୁଗ ଅବସାନ

ମନେ ଆଉ ନାହିଁ ହୋଇଥିଲା କେବେ 
ତା ସାଥିରେ ମୋର ଦେଖା 
ଭୂଲିଯାଇଛି ସେ ପୁରୁଣା ସ୍ମ୍ରତି କୁ 
ଅତୀତେ ଯା ଥିଲା ଲେଖା

ଇତିହାସ ଆଜି ମୋର ଅନୁଭୂତି 
କାହାଣୀ ର ଖୋଲା ପେଡି
ଭଗ୍ନ ଆଜି ସେତ ସ୍ବପ୍ନର କୂଟୀର
ଭାଙ୍ଗିଲା ଅଦିନେ ଝଡି 

ହସିଦିଏ ଆଜି ମୁରୁକି ମୁରୁକି 
ସାଉଁଟି ପୁରୁଣା ଦିନ
ସତରେ କେବେ ମୁଁ ହଜେଇଥିଲି ବି 
ମୋର ସେ ଛୋଟିଆ ମନ

Monday, September 7, 2020

ଭୁଲ କାହାର

ଘର ପୋଡିଗଲେ ସଭିଏଁ ଦେଖନ୍ତି
ମନ ପୋଡିଗଲେ ଦେଖିବ କିଏ
ନିଜ ଲୋକ ଯଦି ବିଶ୍ବାସ ଭାଙ୍ଗିଲେ
ନିଜର କହିଲେ କି ଶୋଭା ପାଏ

ମୁରୁକି ହସିବେ ଉପର ଓଠରେ
ଉଦରେ ବିଷ ଯେ ଭରା
ଖାଇବା ଦାନ୍ତ ଟି ଅଲଗା ହାତୀଙ୍କ
ଜାଣଇ ଦୂନିଆ ସାରା

ଲୋକଦେଖାଣିଆ ମନମତାଣିଆ
ମିଠା ମିଠା କଥା କହି
କରିବେ ହାସଲ ନିଜର ସେ ସ୍ବାର୍ଥ
ଶତ ପ୍ରଲୋଭନ ଦେଇ

ମନ ଜିଣିନେବେ ସମ୍ମାନ କରିବେ
ଭରିବେ ମିଠା ଜହର
ସମୟ ସରିଲେ ନିଜ ବାଟ କାଟି
ଖୋଜିବେ ନୂଆ ସହର

ଗଢିଦେବେ ମନେ ସ୍ବପ୍ନ ର ଉଆସ
ଇନ୍ଦ୍ରଧନୁ ରଙ୍ଗ ଦେଇ
ସେଇ ସାତ ରଙ୍ଗ ପଡିଯିବ ଫିକା
ସ୍ବାର୍ଥ ସରିଗଲେ ଭାଇ

କହିବା କାହାକୁ ନିଜର ଦୋଷ
ନିଜ ହାତେ ନିଜେ ବାନ୍ଧିଲେ ଫାଶ
କାଦୁଅ ରେ ଗୋଡ ଦେଇ
ଏବେ କିନ୍ତୁ ଭାଇ ସମୟ ଆସିଛି
ନିଜ ଗୋଡ ଦିଅ ଧୋଇ

Sunday, September 6, 2020

ଫେରିବ ସିଏ

ପ୍ରଥମ ଦେଖା ର ଅନୁଭୂତି ଆଜି 
ଡାକେ ପୁଣି ହାତ ଠାରି 
କେମିତି ବୁଝିବ ହଜିଗଲା ସ୍ମୃତି 
ପ୍ରେମ ମୋ ଯାଇଛି ମରି 

ହୃଦୟଠୁ ଦୂର ଅଜଣା ରାଇଜେ 
ଗଢିଛି ନୂଆ ଦୁନିଆ
ଆଜି ବି ମଉନେ କୁହୁଳି ଜଳୁଛି 
ଅତୀତ ର ସେଇ ନିଆଁ 

ଆଉ ମିଳେନାହିଁ ସେ ଭଲ ପାଇବା
ତାର ସେଇ ମିଠା କଥା 
ଛଡେଇ ନେଲା ଯେ ଅଦିନ କୁଣିଆ 
ଭାଙ୍ଗିଦେଇ ମୋ ଭରଷା 

ଆଜି ବି ଅକ୍ଷୁର୍ଣ୍ଣ ମୋର ସେଇ ପ୍ରେମ 
ବିଶ୍ବାସ ମୋ ମନେ ଭରା 
ଏ ଜନମେ ନ ହେଲା ଆର ଜନମରେ 
ପାଇବି ମୋ ପ୍ରେମ ପରା 

ଫେରିବ ପୁଣି ସେ ମୋ ଦୁନିଆରେ 
ନେଇ ତାର ଓଠେ ହସ
ଅପେକ୍ଷା କରିଛି ସାରା ଜୀବନକୁ 
ମନେ ନାହିଁ ଅବଶୋଷ 

Friday, September 4, 2020

ଅଫେରା ଅଧ୍ୟାୟ

ଆସିଛି ଚାଲି ମୁଁ ଅଫେରା ବାଟରେ 
ଫେରିବାର ନାହିଁ ଆଉ 
ଅନୁଭୂତି ସବୁ ମନ ମୋ ଲିଭାଏ  
ସ୍ମୃତି ସବୁ ରହିଥାଉ 

ମୋର କଲା କର୍ମ ମୋ ଶେଷ ସମ୍ବଳ 
ଧନ ଜନ ନୁହେଁ ସାକ୍ଷୀ 
କିଏ ମୋ ନିଜର ଆଉ କିଏ ପର 
ବାରିନିଏ ଦୁଇ ଆଖି 

ମୁଁ ଆଉ ତୁ, ତୁ ଆଉ ମୁଁ 
କିଏ ବଡ କିଏ ସାନ 
ମୃତ୍ୟୁ କୋଳେଇଲେ ଦେହ ଭାରି ହେଲେ 
ସମସ୍ତେ ଶବ ସମାନ 

ଗର୍ବ ଅଂହକାର କି ଅବା ଦରକାର 
ଅଲୋଡା ହେବ ସମ୍ପତ୍ତି 
ଛ ଖଣ୍ଡ ବାଉଁଶ ଛିଣ୍ଡା ମଶିଣା ରେ
ହୋଇଯିବ ତୋର ଇତି 

ମିଛ ରାଗ ରୁଷା ମିଛ ପ୍ରେମ ସବୁ 
ମିଛ ଏଠି ଅଭିମାନ
ମିଛେ ଖାଲି ଏଠି କାନ୍ଦନ୍ତି ସଭିଏଁ 
ରଖିବାକୁ ତୋର ମନ

ସ୍ବାର୍ଥ ପାଇଁ ସବୁ ଆସିବେ ପାଖକୁ 
ହୋଇଯିବେ ଆପଣାର
ସରିଗଲେ ସ୍ବାର୍ଥ କରିବେ ଭେଳିକି 
ଦୂରୁ କରି ନମସ୍କାର 

କିଏ ଚିହ୍ନା ଏଠି କିଏ ବା ଅଚିହ୍ନା 
ସବୁତ ମଣିଷ ଜାତି 
ଘୁଷୁରୀ କୁ ଦେଲେ ସ୍ବଛ ପାଣି,ଫଳ 
ହୁଏନି ତା ଆତ୍ମା ଶାନ୍ତି 

ବେଳ ଥାଉ ଥାଉ ହୋଇ ସାବଧାନ 
ସମସ୍ତଙ୍କୁ ଦେଲେ ଆସ୍ବସ୍ତ  ଜୀବନ 
କରୁଯଦି ଭଲ କାମ 
ମଲା ପରେ ତୁହି ତୋର ନାମ ଧରି 
କରିବେ ଜନ ସମ୍ମାନ 





Thursday, September 3, 2020

ଏକା

ଦେଖା ହୋଇଥିଲା ଦିନେ ସେ ଭିଡରେ 
ଆଜି କରିଦେଲା ଏକା
କଥା ଦେଇଥିଲା ହାତ ଛାଡିବନି 
ଭୁଲିଗଲା ପଛ କଥା 

ଇସାରାରେ ଯିଏ ମନ କିଣିନେଲା 
ଯେବେ ହୋଇଥିଲା ଦେଖା 
ଆଜିକାଲି ମୁଁ ଯେ ଅଚିହ୍ନା ତା ପାଇଁ 
ଟାଣିଦେଲା ଯବନିକା 

ହାତେ ହାତ ରଖି ଚାଲୁଥିଲା ଯିଏ 
ମୋ ସାଥିରେ ବହୁଦୂର 
ଆଜି ମୋ ହୃଦୟ ହେଲା କାହିଁ ପର
ପାଉନି କାରଣ ତାର 

ହସୁଥିଲା ଯିଏ ମୁରୁକି ମୁରୁକି 
କାନ୍ଧରେ ମୋ ମୁଣ୍ଡ ରଖି 
କିଏ ମିଳିଗଲା ସାତଜନ୍ମ ବନ୍ଧୁ  
ଅବା ସାମୟିକ ସାଥି 

ଲିଭାଇଦେଲା ସେ ମୋ ଓଠର ହସ
ଭାଙ୍ଗିଦେଇ ନୀରବତା 
ହୃଦୟକୁ ମୋର କରି ସେ ନିର୍ଦୟ 
କାଟିଲା ସମ୍ପର୍କ ସୂତା 





ଟିକେ ଅଲଗା

ନାହିଁ ଆଉ INTERNATION
ନାହିଁ କିଛି GOAL
ଛାଡିଗଲା କରି ALONE
ହୋଇଲି ମୁଁ FOOL

CHANGE ହେଲା ମନ ମୋର 
IRRITATE ହେଲି 
REGRET ମୁଁ କଲି ସେଠୁ 
LOVE କାହିଁ କଲି 

HEART ନେଇ ଖେଳିଦେଲା 
FEELING ସହ ମୋର 
INSANE ପରି ବଦଳିଲା
BEHAVIOUR ତାର

ଜାଣିଥିଲେ ମୁହିଁ ଟିକିଏ BEFORE
ହୋଇ ମୁଁ ନ ଥାନ୍ତି କେବେ ତାହାର LOVER 
ଆଜିଠାରୁ କରୁଛି ମୁଁ ନିଜକୁ PROMISE 
ପ୍ରେମ ସହ ଆଉ କେବେ NO COMPROMISE 

Tuesday, September 1, 2020

ମୋ ବାପା'

ଆଜି ବି ଜିଇଁଛି ତୁମ ପରିଚୟେ
ତୁମେ ମୋର ଆତ୍ମବଳ 
କିଏ ହେବ କୁହ ତୁମ ସରି ସତେ 
ସ୍ବାର୍ଥ ଆଗେ ଏ କଳିକାଳ 

ଚାଲୁଛି ଆଜିବି ତୁମ ଆଦର୍ଶ ରେ 
ଦେଇ ନାହିଁ ପଛଘୁଞା 
ତୁମ ହାତ ଥିଲେ ମୋ ମଥାରେ ସଦା 
ଲୋଡା ନାହିଁ ଦିଅଁ ପୂଜା 

ଜନ୍ମ ରୁ ଅଧୁନା ଦେଇଅଛ ତୁମେ 
ଅଦେଖା ସ୍ନେହ ମମତା
ଆଜି ବି ନ କହି ସାଉଁଟି ଦେଉଛ
କହେ ତୁମ ନୀରବତା 

ପାଷାଣ କେବଳ ଉପର ମନରେ 
ଭିତରେ ଭାବନା ଭରା 
କିଏ ଅଛି ଏଠି ମିଛ ଦୁନିଆରେ 
ମୋ ବାପାଙ୍କ ସରି ପରା 

ନିଜ କଥା କେବେ ନ ଭାବି ଆଗୁଆ 
ମୋ ପାଇଁ କରନ୍ତି  ଚିନ୍ତା 
ଦୂନିଆ ରେ ଯେତେ ବଡ ଯିଏ ହେଉ
ପୁତ୍ର ପାଇଁ ଶ୍ରେଷ୍ଠ ପିତା 

ହାତ ଧରି ମୋର ଶିଖାଇଛ ଚାଲି 
ଝୁଣ୍ଟିଲେ ନିଅ କୋଳେଇ 
ସାରା ଦୁନିଆକୁ ଚିହ୍ନେଇଛ ତୁମେ 
ମୋତେ କାନ୍ଧ ରେ ବସାଇ 

ଅଳି ଅର୍ଦ୍ଧଳି ମୋ ସବୁ ସହିଅଛ 
ତୁମ ସ୍ବଳ୍ପ ରୋଜଗାରେ 
ଧନ୍ୟବାନ ହେଲି ମୁଁ ଏଇ ଜନ୍ମେ 
ଜନମି ତୁମ କୋଳରେ

ଲୋଡା ନାହିଁ ମୋର ଧନ କି ସମ୍ପତ୍ତି 
ଲୋଡା ନାହିଁ ରାଜଉଆସ 
ମୋ ବାପା ହୁଅନ୍ତୁ ଦୀର୍ଘାୟୁ ମୋ ଠାରୁ 
ଚିର ରହୁ ଓଠେ ହସ

ତୁମେ ପ୍ରେରଣାର ଉତ୍ସ 
ହେ ମହାପୁରୁଷ 
ଜୀବନ୍ତ ଦେବତା ମୋର 
ନଇଁବନି କେବେ ମଥା ଯେ ତୁମର 
ଆଶୀର୍ବାଦ ମୋତେ କର



କେମିତି ସମ୍ପର୍କ

ସ୍ବପ୍ନ ହଜିଗଲେ ଭରଷା ନଇରେ 

ଭାଗ୍ୟର କି ଅବା ଦୋଷ 

ସମ୍ପର୍କରେ ହେଲେ ମତ  ମତାନ୍ତର 

ମନେ ଭରିଯାଏ ବିଷ 


ସ' ରେ ସମ୍ପର୍କ ସ' ରେ ସମ୍ମାନ 

ଭ ରେ ଭରଷା ଲୋଡା 

ସ' ରେ ସନ୍ଦେହ ହୋଇଗଲେ ଥରେ

ଅ' ରେ ହୁଏ ଅଲୋଡା 


ପ୍ରତି ପ୍ରେମ ହୁଏ ସମର୍ପିତ ଯଦି 

ଉଭୟେ ଉଭୟ ପାଇଁ 

ଦ୍ବନ୍ଦ ଆସୁ ଯେତେ ଝଡ ବର୍ଷା ପରି 

କ୍ଷଣକେ ଯିବ ଦୂରେଇ 


ସାତ ଜନମର କଥା ଦେଇଦେଲେ 

ପ୍ରେମ ହୁଏନି ସଫଳ 

ପ୍ରତି ମୂହୁର୍ତ୍ତ ରେ ମିଳେ ଯେ ଆନନ୍ଦ 

ରହେ ଯଦି ତାଳମେଳ 


ରୂପ ଦେଖି ପ୍ରେମ ହୁଏନି କେବଳ 

ସାମୟିକ ଆକର୍ଷଣ 

ପ୍ରେମ ତ ଅଟଇ ଶାସ୍ବତ ସୁନ୍ଦର 

ନାହିଁ ତା କିଛି କାରଣ 


ମିଳିଗଲେ ପ୍ରେମ କଲେ ତାର ଯତ୍ନ 

ହୋଇଯିବ ଯେ ସଫଳ

ପ୍ରଜାପତି ପରି ଉଡି ଏଠି ସେଠି 

ଭାଙ୍ଗନା କା ବିଶ୍ବାସ ବଳ

ଶିଶୁ

କଅଁଳ ବୟସ କୋମଳ ପାଦରେ  ଗୁରୁଜନ ହାତ ଧରି  ଦେଖେ ସେ ଦୂନିଆ ତା ସୂକ୍ଷ୍ମ ଚକ୍ଷୁରେ  ମନ ଆନନ୍ଦରେ ଭରି  ଟିକି ହୃଦୟ ତା ଜାଣି ନ ପାରଇ  ସୁଖ ଦୁଃଖ ବଡ ସାନ  ତୂନି ଅଧରରେ...