Thursday, September 10, 2020

କି ଯୁଗ

ତୋସାମଦିଆ ଙ୍କ ଯୁଗ ଆସିଗଲା 
ଧନବଳେ କାର୍ଯ୍ୟ ସିଦ୍ଧି 
ଅଦିନେ ଆସୁଛି ଝଡ ବରଷା କୁ
ଅଜଣା ଯେ ରୋଗ ବ୍ୟାଧି

କାମ ମିଳେନାହିଁ ବଢଇ ବେକାରୀ 
ମିଳୁନାହିଁ ମୁଠେ ଦାନା 
ସରକାରୀ ବାବୁ ଚଢନ୍ତି ମୋଟର 
ଲଗେଇ ନାରଙ୍ଗି ବାନା 

ଦିନ ମଜୁରିଆ କରୁଛି ଚିତ୍କାର 
ଚାଷୀ କରେ ଆତ୍ମହତ୍ୟା 
ବୁଝିବାକୁ ଦୁଃଖ ନାହିଁ କେ ସ୍ବଜନ 
ଅଭାବ ଯେ ଆତ୍ମିୟତା 

ଭୋକ ମେଣ୍ଟିବାକୁ ଘୂରେ ବାରପିଣ୍ଢା
ଭିକ୍ଷା ବୃତ୍ତି କିଏ କରେ 
ଶୀତଳ ପବନ ଖାଇ ସରକାର 
ନିର୍ଭୟେ ଘୁଙ୍ଗୁଡି ମାରେ 

ଅପାଠୁଆ ଏଠି ବାସ୍ତବରେ ପିଢୀ 
କାଗଜ କଲମେ ଜ୍ଞାନୀ 
ଗରିବ ର ଏଠି ବଢୁଛି ଯେ ଚିନ୍ତା 
ଧନୀ ବୋଲାଉଛି ଦାନୀ 

ବଦଳି ଯାଇଛି ଅତୀତ ସଂସ୍କୃତି 
ଅତୀତର ପରଂପରା 
ପାଶ୍ଚାତ୍ୟ ସଭ୍ୟତା କରେ ବିକଳାଙ୍ଗ 
ବନ୍ଧା ପଡେ ଚିନ୍ତାଧାରା 

ବିଂଶ ଶତାବ୍ଦୀରେ ଆଜି ର ମଣିଷ 
ଜହ୍ନ ରେ କିଣୁଛି ଯାଗା
ହେଲେ କେତେ ଘରେ ଜଳୁନାହିଁ ଚୂଲି 
ହାଏରେ ସେ ହତଭାଗା

ଦେଶ ଯେ ସ୍ବାଧୀନ ଆମେ ପରାଧୀନ 
ବଦଳୁନି ଚିନ୍ତାଧାରା 
କେବେ ହେବ ଦେଶ ରାମଙ୍କ ରାଇଜ 
ହସିବ ସଂସାର ସାରା



No comments:

Post a Comment

ଶିଶୁ

କଅଁଳ ବୟସ କୋମଳ ପାଦରେ  ଗୁରୁଜନ ହାତ ଧରି  ଦେଖେ ସେ ଦୂନିଆ ତା ସୂକ୍ଷ୍ମ ଚକ୍ଷୁରେ  ମନ ଆନନ୍ଦରେ ଭରି  ଟିକି ହୃଦୟ ତା ଜାଣି ନ ପାରଇ  ସୁଖ ଦୁଃଖ ବଡ ସାନ  ତୂନି ଅଧରରେ...