Friday, September 11, 2020

MODERN ବୋହୂ

ବାହାଘର ହେଲା ବୋହୁବି ଆସିଲା 
ଯୌତୁକ ଆଣିଥିଲା 
ହେଲେ ବୋହୁଥିଲା ସହରୀ ସତେଲୋ 
ଶାଶୁ କଣଠେସା ହେଲା

ଚାରି ଦିନ ବୋହୂ ଡେଇଁ ଡେଇଁ ଚାଲେ 
ପିନ୍ଧି ଚାରିଇଞ୍ ହିଲ୍ 
ଘର ଖାଇବା ତା ନୁହେଁ ଲୋ ପସନ୍ଦ 
ଅନଲାଇନ୍ ରେ କରେ ବିଲ୍ 

ଶୋଇ ରହୁଛି ସେ ଆଠଟା ଯାଏଁ ଲୋ 
ନ ଡାକିଲେ ଉଠେନାହିଁ
ପୁଅ ପୋଡାମୁହାଁ କି ଭଲ ପାଇଲା 
ହୀନସ୍ଥା ଯେ ହେଲି ମୁଁଇ

ମୋବାଇଲ ରେ ମୁହଁ ମାଡିକି ବସୁଛି 
ସତେ ଅବା ଠାକୁରାଣୀ 
କି ଟିକଟକ ଯାତରା କରୁଛି 
ସଂସ୍କାର ସେ ଭୁଲିଲାଣି 

ସମ୍ମାନ ଦଉନି ସେବା ବି କରୁନି 
ରହୁନାହିଁ ଘରେ ଯମା 
ଶାଢୀ ଦେଖିଦେଲେ ଛିଟିକି ଯାଉଛି 
ପିନ୍ଧେ ଫଟାଚିରା ଯାମା 

କଜଳ କୁଙ୍କୁମ ଭୁଲି ସେ ଯାଇଛି 
ଅଳତା ବି ଜଣାନାହିଁ 
ବିୟୁଟି ପାର୍ଲୋର ଯାଏ ସେତ ଖାଲି 
ରଙ୍ଗ ଲୁଚାଇବା ପାଇଁ 

ବୁଝାଇବ କିଏ ତାକୁ ଯେ ସତରେ 
ନାକ ସୁକୁ ସୁକୁ ରାଣୀ 
ଆମ ବେଳେ ବୋହୂ ସହୁଥିଲେ ସବୁ 
ଖାଲି ପେଟେ ପିଇ ପାଣି 

ଓଷାବାର କିଛି କରେନାହିଁ ସିଏ 
ପୁରୁଣା ଫ୍ୟାସନ୍ କୁହେ 
ପୁଅ ମୋ ନିଲଠା କେଜାଣି କେମିତି 
ତା ରାଉ ରାଉ ସହେ 

ପାଠ ସିନା ପଢି ଶିକ୍ଷିତ ବୋଲାଏ 
ବୁଦ୍ଧି ଘର ତାର ଶୂନ 
ଯେମିତି ସେମିତି ହଉ ପଛେ ମୋର 
କଟିଯାଉ ଏ ଜୀବନ 
 








No comments:

Post a Comment

ଶିଶୁ

କଅଁଳ ବୟସ କୋମଳ ପାଦରେ  ଗୁରୁଜନ ହାତ ଧରି  ଦେଖେ ସେ ଦୂନିଆ ତା ସୂକ୍ଷ୍ମ ଚକ୍ଷୁରେ  ମନ ଆନନ୍ଦରେ ଭରି  ଟିକି ହୃଦୟ ତା ଜାଣି ନ ପାରଇ  ସୁଖ ଦୁଃଖ ବଡ ସାନ  ତୂନି ଅଧରରେ...