Saturday, September 12, 2020

କିଏ ସେ

ନିଛାଟିଆ ବାଟେ ଏକା ଚାଲୁଥିଲା 
ସୁନ୍ଦରି ତରୁଣୀ ଜଣେ 
ଦେଖି ତାକୁ ଦୂରୁ ପଲକ ପଡେନି 
ନିସ୍ତବ୍ଧ ମୁଁ ସେଇକ୍ଷଣେ 

ପୂର୍ଣ୍ଣିମା ରାତିର ତୋଫା ଜହ୍ନ ପରି 
ନୀରବରେ ଚାଲୁଥିଲା
ଗୁଣୁ ଗୁଣୁ କରି ଗାଉଥିଲା ଗୀତ 
ଦୂରରୁ ଯେ ଶୁଭୁଥିଲା 

ଫୁଙ୍ଗୁଳା ଥିଲା ତା ଗହରିଆ କେଶ
ଢେଉ ଭାଙ୍ଗେ ପବନରେ 
ଧିରେ ଧିରେ ବଢେ ଛାତିର ସ୍ପନ୍ଦନ 
ଭୟ କିଆଁ ଉଙ୍କିମାରେ

ଡାକିନେଉଥିଲା ତା ସାଥିରେ ମୋତେ
ଅଜଣା ରାଇଜେ କାହିଁ
ହେଲେ ମୋ ବିବେକ ଧରି ମୋର ହାତ
ମନାକଲା ଯିବାପାଇଁ 

ପାଖକୁ ଯିବାକୁ ଲାଗୁଥିଲା ଡର 
ମନେ ଅସଜଡା ପ୍ରଶ୍ନ 
ହେଲେ କିଏ ସେଇ ଅନାମିକା ନାରୀ
ହୃଦୟେ ଛାପିଲା ଚିହ୍ନ





No comments:

Post a Comment

ଶିଶୁ

କଅଁଳ ବୟସ କୋମଳ ପାଦରେ  ଗୁରୁଜନ ହାତ ଧରି  ଦେଖେ ସେ ଦୂନିଆ ତା ସୂକ୍ଷ୍ମ ଚକ୍ଷୁରେ  ମନ ଆନନ୍ଦରେ ଭରି  ଟିକି ହୃଦୟ ତା ଜାଣି ନ ପାରଇ  ସୁଖ ଦୁଃଖ ବଡ ସାନ  ତୂନି ଅଧରରେ...