ମରିଚିକା ଥିଲା ତା ଭଲ ପାଇବା
ଶୋଷ ମୋ ମେଣ୍ଟିଲା ନାହିଁ
କୁହୁଡି ପରି ସେ ଦେଇଥିଲା ସ୍ବପ୍ନ
ଅଦିନେ ଗଲା ଉଭେଇ
ଚାଲି ତା ସାଥିରେ ଭୁଲିଲି ନିଜକୁ
ହୋଇ ଗଲି ବାଟବଣା
ମୋ ଭଲପାଇବା ପ୍ରତିବଦଳରେ
ଦେଇଗଲା ପ୍ରତାରଣା
ଛଳନା ଲୁହରେ ମୋତେ କନ୍ଦେଇଲା
ମୁଁ ଥିଲି ନିର୍ବୋଧ ଟିଏ
ଭୁଲିଗଲା ସିନା ମୋତେ ସେ ସହଜେ
ଏବେ ବି ମୁଁ ଭଲପାଏ
No comments:
Post a Comment