Sunday, October 4, 2020

ନାରୀ ସମସ୍ୟା

ନାରୀ କୁ ସମ୍ମାନ ଖାଲି ଧୂଆଁ ବାଣ 
ହୀନ ଏ ମଣିଷ ଜାତି
କେବେ ହେବ ଆଉ ନାରୀଟି ସ୍ବାଧୀନ
ବଦଳିବ ଏ ପ୍ରବୃତ୍ତି

ବିଚଳିତ କରେ ସାରା ସମାଜକୁ
ଘଟଣା ଏମିତି ଘଟେ
କାହା ପାଇଁ ଆଜି ନାରୀ ଭୋଗେ କଷ୍ଟ
ଭୁଲ କଣ ତାର ଅଟେ?

ଦ୍ବନ୍ଦ ଭରା ମନେ ଚାଲେ ସେ ଆଗକୁ
ବିଶ୍ବାସ ହେଲାଣି ଦୁର
ନିଜ ପରିବାରର ଲୋକଙ୍କୁ ଛାଡି ଲେ 
ଦୂନିଆ ଲାଗେ ଜହର 

ବାରମ୍ବାର ବଢେ ଅନ୍ୟାୟ ତା ପ୍ରତି
ନିର୍ବାକ ଆଜି ଏ ଜନ
କିଛି ଦିନ ଚାଲେ ରାଜନୀତି ପୁଣି 
ଲିଭିଯାଏ ସେଇ ଚିହ୍ନ

କେବେ ଜନ୍ମଦାତ୍ରି କେବେ ସେ ଭଗିନୀ
କେବେ ପତ୍ନୀ ରୂପ ନେଇ
ନିଜ ହାତେ ଗଢେ ଏ ସୁନା ସଂସାର
ତା ପରି ଆଉ କେ ନାହିଁ 

ମାନସିକତାର ଘଟିଛି ବିକୃତି 
ବିବେକ ଗଲାଣି ହଜି
ମଣିଷପଣିଆ ବୁଡିଗଲା କାହୁଁ 
ଖୋଜିଲେ ମିଳେନି ଆଜି 

ମନ୍ଦିରରେ ପୂଜା ପାଉଥାନ୍ତି  ଦେବୀ
ବାସ୍ତବ ନାରୀକୁ ଧୋକା
ନିଜ ପରିବାର ନାରୀ ଯେ ସମ୍ମାନ 
ପର ଘର ଝିଅ ମୌକା 

କେତେ ଦିନ ଆଉ ଚାଲିବ ଏମିତି 
ମଣିଷର ହୀନ ଭାବ
ବେଳ ଥାଉ ଥାଉ ସୁଧୁରି ଯାଅ ରେ 
ହେ ନର ରୂପୀ ଦାନବ 











No comments:

Post a Comment

ଶିଶୁ

କଅଁଳ ବୟସ କୋମଳ ପାଦରେ  ଗୁରୁଜନ ହାତ ଧରି  ଦେଖେ ସେ ଦୂନିଆ ତା ସୂକ୍ଷ୍ମ ଚକ୍ଷୁରେ  ମନ ଆନନ୍ଦରେ ଭରି  ଟିକି ହୃଦୟ ତା ଜାଣି ନ ପାରଇ  ସୁଖ ଦୁଃଖ ବଡ ସାନ  ତୂନି ଅଧରରେ...