ଘର ପୋଡିଗଲେ ସଭିଏଁ ଦେଖନ୍ତି
ମନ ପୋଡିଗଲେ ଦେଖିବ କିଏ
ନିଜ ଲୋକ ଯଦି ବିଶ୍ବାସ ଭାଙ୍ଗିଲେ
ନିଜର କହିଲେ କି ଶୋଭା ପାଏ
ମୁରୁକି ହସିବେ ଉପର ଓଠରେ
ଉଦରେ ବିଷ ଯେ ଭରା
ଖାଇବା ଦାନ୍ତ ଟି ଅଲଗା ହାତୀଙ୍କ
ଜାଣଇ ଦୂନିଆ ସାରା
ଲୋକଦେଖାଣିଆ ମନମତାଣିଆ
ମିଠା ମିଠା କଥା କହି
କରିବେ ହାସଲ ନିଜର ସେ ସ୍ବାର୍ଥ
ଶତ ପ୍ରଲୋଭନ ଦେଇ
No comments:
Post a Comment