ପ୍ରଥମ ଦେଖା ର ଅନୁଭୂତି ଆଜି
ଡାକେ ପୁଣି ହାତ ଠାରି
କେମିତି ବୁଝିବ ହଜିଗଲା ସ୍ମୃତି
ପ୍ରେମ ମୋ ଯାଇଛି ମରି
ହୃଦୟଠୁ ଦୂର ଅଜଣା ରାଇଜେ
ଗଢିଛି ନୂଆ ଦୁନିଆ
ଆଜି ବି ମଉନେ କୁହୁଳି ଜଳୁଛି
ଅତୀତ ର ସେଇ ନିଆଁ
ଆଉ ମିଳେନାହିଁ ସେ ଭଲ ପାଇବା
ତାର ସେଇ ମିଠା କଥା
ଛଡେଇ ନେଲା ଯେ ଅଦିନ କୁଣିଆ
ଭାଙ୍ଗିଦେଇ ମୋ ଭରଷା
ଆଜି ବି ଅକ୍ଷୁର୍ଣ୍ଣ ମୋର ସେଇ ପ୍ରେମ
ବିଶ୍ବାସ ମୋ ମନେ ଭରା
ଏ ଜନମେ ନ ହେଲା ଆର ଜନମରେ
ପାଇବି ମୋ ପ୍ରେମ ପରା
ଫେରିବ ପୁଣି ସେ ମୋ ଦୁନିଆରେ
ନେଇ ତାର ଓଠେ ହସ
ଅପେକ୍ଷା କରିଛି ସାରା ଜୀବନକୁ
ମନେ ନାହିଁ ଅବଶୋଷ
No comments:
Post a Comment