ଆଜି କରିଦେଲା ଏକା
କଥା ଦେଇଥିଲା ହାତ ଛାଡିବନି
ଭୁଲିଗଲା ପଛ କଥା
ଇସାରାରେ ଯିଏ ମନ କିଣିନେଲା
ଯେବେ ହୋଇଥିଲା ଦେଖା
ଆଜିକାଲି ମୁଁ ଯେ ଅଚିହ୍ନା ତା ପାଇଁ
ଟାଣିଦେଲା ଯବନିକା
ହାତେ ହାତ ରଖି ଚାଲୁଥିଲା ଯିଏ
ମୋ ସାଥିରେ ବହୁଦୂର
ଆଜି ମୋ ହୃଦୟ ହେଲା କାହିଁ ପର
ପାଉନି କାରଣ ତାର
ହସୁଥିଲା ଯିଏ ମୁରୁକି ମୁରୁକି
କାନ୍ଧରେ ମୋ ମୁଣ୍ଡ ରଖି
କିଏ ମିଳିଗଲା ସାତଜନ୍ମ ବନ୍ଧୁ
ଅବା ସାମୟିକ ସାଥି
ଲିଭାଇଦେଲା ସେ ମୋ ଓଠର ହସ
ଭାଙ୍ଗିଦେଇ ନୀରବତା
ହୃଦୟକୁ ମୋର କରି ସେ ନିର୍ଦୟ
କାଟିଲା ସମ୍ପର୍କ ସୂତା
No comments:
Post a Comment