Tuesday, September 1, 2020

କେମିତି ସମ୍ପର୍କ

ସ୍ବପ୍ନ ହଜିଗଲେ ଭରଷା ନଇରେ 

ଭାଗ୍ୟର କି ଅବା ଦୋଷ 

ସମ୍ପର୍କରେ ହେଲେ ମତ  ମତାନ୍ତର 

ମନେ ଭରିଯାଏ ବିଷ 


ସ' ରେ ସମ୍ପର୍କ ସ' ରେ ସମ୍ମାନ 

ଭ ରେ ଭରଷା ଲୋଡା 

ସ' ରେ ସନ୍ଦେହ ହୋଇଗଲେ ଥରେ

ଅ' ରେ ହୁଏ ଅଲୋଡା 


ପ୍ରତି ପ୍ରେମ ହୁଏ ସମର୍ପିତ ଯଦି 

ଉଭୟେ ଉଭୟ ପାଇଁ 

ଦ୍ବନ୍ଦ ଆସୁ ଯେତେ ଝଡ ବର୍ଷା ପରି 

କ୍ଷଣକେ ଯିବ ଦୂରେଇ 


ସାତ ଜନମର କଥା ଦେଇଦେଲେ 

ପ୍ରେମ ହୁଏନି ସଫଳ 

ପ୍ରତି ମୂହୁର୍ତ୍ତ ରେ ମିଳେ ଯେ ଆନନ୍ଦ 

ରହେ ଯଦି ତାଳମେଳ 


ରୂପ ଦେଖି ପ୍ରେମ ହୁଏନି କେବଳ 

ସାମୟିକ ଆକର୍ଷଣ 

ପ୍ରେମ ତ ଅଟଇ ଶାସ୍ବତ ସୁନ୍ଦର 

ନାହିଁ ତା କିଛି କାରଣ 


ମିଳିଗଲେ ପ୍ରେମ କଲେ ତାର ଯତ୍ନ 

ହୋଇଯିବ ଯେ ସଫଳ

ପ୍ରଜାପତି ପରି ଉଡି ଏଠି ସେଠି 

ଭାଙ୍ଗନା କା ବିଶ୍ବାସ ବଳ

No comments:

Post a Comment

ଶିଶୁ

କଅଁଳ ବୟସ କୋମଳ ପାଦରେ  ଗୁରୁଜନ ହାତ ଧରି  ଦେଖେ ସେ ଦୂନିଆ ତା ସୂକ୍ଷ୍ମ ଚକ୍ଷୁରେ  ମନ ଆନନ୍ଦରେ ଭରି  ଟିକି ହୃଦୟ ତା ଜାଣି ନ ପାରଇ  ସୁଖ ଦୁଃଖ ବଡ ସାନ  ତୂନି ଅଧରରେ...