Monday, August 31, 2020

ମନକଥା

ମୁଁ ବି ଶୁଣିବି ତୁମ ମନକଥା 
ପୋଛିଦେବି ଆଖି ଲୁହ
ହେଲେ କିଏ ଏଠି ନିଜର ଅଛି ଯେ 
ଶୁଣିବାକୁ ମୋତେ କୁହ 

ତୋଳି ଆଣିବି ମୁଁ ଆକାଶରୁ ଚାନ୍ଦ 
ମେଘ ପାଲିଙ୍କି ରେ ଯାଇ 
ସପନ ରାଇଜେ ଗଢିଦେବି ଘର 
ଫୁଲ ର ଦୋଳି ଲଗାଇ  

ଲଢିଯିବି ସତେ ସାତ ଶତ୍ରୁ ସହ 
ପାଇବାକୁ ପ୍ରେମ ତାର 
କୁହ ଅଛି କିଏ କରିବ ତା ସାଥୀ 
ହୋଇଯିବି ଆପଣାର 

ଇଛା ଅସୁମାରି ଯାଏ ସରି ସରି 
ପାହିଯାଏ ଯେବେ ନିଶି 
ସ୍ବପ୍ନ ମୋର ସଦା ରହୁଛି ଅଧାରେ 
ନିଜ ଛାଇ ସହ ମିଶି 


No comments:

Post a Comment

ଶିଶୁ

କଅଁଳ ବୟସ କୋମଳ ପାଦରେ  ଗୁରୁଜନ ହାତ ଧରି  ଦେଖେ ସେ ଦୂନିଆ ତା ସୂକ୍ଷ୍ମ ଚକ୍ଷୁରେ  ମନ ଆନନ୍ଦରେ ଭରି  ଟିକି ହୃଦୟ ତା ଜାଣି ନ ପାରଇ  ସୁଖ ଦୁଃଖ ବଡ ସାନ  ତୂନି ଅଧରରେ...