Saturday, August 29, 2020

ଭରଷା

ବିଶ୍ୱାସ ନିଜର ଭାଙ୍ଗିଦେଇ ଗଲା 
ଭରଷା ର କାଚ ଘର
କି ଅବା ତୋଷିବି ନିଜ କପାଳ କୁ
ନିଜ ଲୋକ ହେଲେ ପର

ଗଢିଥିଲି ଯାଇ କଳ୍ପନା ରାଇଜେ 
ପ୍ରେମ ର ରାଜ ଉଆସ 
ନଜର କି ଆଉ ଲାଗିଲା କାହାର 
ଅମୃତ ହୋଇଲା ବିଷ 

ଦିବା ସ୍ବପ୍ନ ଥିଲା ଭଲ ପାଇବାଟା 
ଚାହୁଁ ଚାହୁଁ ହେଲା ଦୂର 
ବୁଝେଇ ସୂଝେଇ ଯତନେ ରଖିଲେ 
ପର ହୁଏନା ନିଜର 

ଆପଣା  ସୁନା ଯେ ହୋଇଗଲେ ଭେଣ୍ଡି 
ଦୋଷ ମୁଁ କାହାକୁ ଦେବି 
ସବୁ ପ୍ରତିଶ୍ରୁତି ଭଲପାଇବା କୁ 
ନିଜେ ଜଳାଞ୍ଜଳି ଦେବି 







No comments:

Post a Comment

ଶିଶୁ

କଅଁଳ ବୟସ କୋମଳ ପାଦରେ  ଗୁରୁଜନ ହାତ ଧରି  ଦେଖେ ସେ ଦୂନିଆ ତା ସୂକ୍ଷ୍ମ ଚକ୍ଷୁରେ  ମନ ଆନନ୍ଦରେ ଭରି  ଟିକି ହୃଦୟ ତା ଜାଣି ନ ପାରଇ  ସୁଖ ଦୁଃଖ ବଡ ସାନ  ତୂନି ଅଧରରେ...