ଭରଷା ବି ଆଉ କାହିଁ
ହୃଦୟରେ ଥରେ ଲାଗିଗଲେ ଦାଗ
ମଲାଯାଏଁ ଲିଭେ ନାହିଁ
ଗୋରା କଳା ଧଳା ଅଦଳବଦଳ
ପଇସା ର ହୁଏ ପୂଜା
ଗରିବ ହୃଦୟ ନିଃସ୍ବାର୍ଥ ପ୍ରେମକୁ
ମିଳେ ଉପହାର ଲଜ୍ଜା
ଧନ, ବଳ,ରଙ୍ଗ ନୁହେଁ କାହାରି
ଆଜି ରାଜା ଯିଏ କାଲି ଭିକାରୀ
ସମ୍ପର୍କେ ନ ଥିଲେ ଭଲପାଇବା
ସ୍ବର୍ଗ ର ସୁଖ ବି ଲାଗଇ ସଜ୍ଜା
ବିଳାଶ ବ୍ୟସନ ଧନ ଆଉ ରତ୍ନ
ଦେଇ ନପାରଇ ଶାନ୍ତି
ଯେତେ ପରକାରେ ମଲମ ଘଷିଲେ
ଯାଏନି ଆତ୍ମାର କ୍ଳାନ୍ତି
ସମୟ ର ଖେଳ ଚକାଭଁଉରୀ ରେ
ଫସିରହେ ଯେବେ କିଏ
ଧୌର୍ଯ ଥିବା ଲୋକ ହାରେନାହିଁ କେବେ
ସମୟ ତାକୁ ଜିତାଏ
No comments:
Post a Comment