ଆହେ ଚକ୍ରଧର ଦୁଃଖ ନାଶ କର
ଆସିଲା ସକାଳ ହସୁ ଏ ଧରା
ତୁମ କୃପା ବଳେ ଚାଲେ ଏ ସଂସାର
ଲୋଡା ନାହିଁ କିଛି ଜୀବନ ସାରା
ଆହେ କୃପାନିଧି କରିବୁ କୃପା
ସବୁ ଜଣା ତତେ ନାହିଁ ଅଛପା
ଜୀବନ ରଥର ତୁହି ଯେ ସାରଥୀ
ତୋ ବିନା ଜୀବନ ଲାଗେରେ ଫିକା
ଦୟା କେବେ ତୋର ନ କର ଉଣା
ମୋ ଭାବ ଭକ୍ତି ର ସେହି ପାଊଣା
ଖୁସିରେ ଜୀବନ କାଟିବି ଏକା
ପୂଜା କରୁଥିଲେ ତୋର ପାଦୂକା ପ୍ରତିଛବି
No comments:
Post a Comment