Saturday, August 1, 2020

ଆଜିର ଯୁବପିଢି

ଆଜି ଯୁବ ପିଢୀ ସଂସ୍କାର ଛାଡି 
ମୋବାଇଲ ଦୁନିଆରେ ଯାଉଛି ବୁଡି 

ନିଜ ପରଂପରା କରନ୍ତି ଭଙ୍ଗ 
ପାଶ୍ଖ୍ୟାତ କଳାରେ ହୁଏ ନିମଗ୍ନ 

ଭୁଲି ଗଲେଣି ସେ ପୁରୁଣା କଳା 
ଫ୍ୟାସନ୍ ପାଇଁ ଯେ ହୁଏ ପାଗଳା 

ଟ୍ରେଣ୍ଡ ହେଲାଣି ବିଦେଶ ଯିବା 
ବିପଦ ଆସିଲେ ସ୍ବଦେଶ ଫେରିବା 

ଗୁରୁଜନଙ୍କୁ ସେ କରେ ଅପମାନ 
ନିଜ ଧର୍ମ କୁ ଯେ ନ ଦିଏ ସମ୍ମାନ

ଗୀତା ବେଦ ଶାସ୍ତ୍ର ଗ୍ରନ୍ଥକୁ ଭୁଲି 
ଅନଲାଇନ୍ ପାଠ ପଢନ୍ତୀ ଖାଲି 

ଟେକ୍ନୋଲୋଜି ପାଇଁ ସର୍ବଦା ବ୍ୟସ୍ତ 
ମାନସିକ ରୋଗେ ହୁଏ ଆକ୍ରାନ୍ତ 

ଘରେ ହାତରନ୍ଧା ଖାଇବା ଭୁଲି 
ହୋଟେଲ ବାର୍ ରେ ବୁଲନ୍ତି ଖାଲି 

ନିଜ ନିଜ ମନେ କରେ ବିବାହ 
ଚଳନ୍ତି ପ୍ରଥା କୁ କରି ଅଗ୍ରାହ୍ୟ 

ବୟସ ବଢିଲେ ପିତାମାତାଙ୍କୁ
ବୃଦ୍ଧାଶ୍ରମେ ନେଇ ଛାଡି ଆସନ୍ତି

କୂଆ ମେଳେ କିଏ ଅଛି ଯେ ବଗ 
ଆଜିର ପିଢୀ କୁ  ଉତ୍ତର  ଦେବ 

ବେଳ ଥାଉ ଥାଉ ହେଲେ ସଜାଗ 
ପର ପିଢୀ କୁ ଯେ ମିଳିବ ଲାଭ

No comments:

Post a Comment

ଶିଶୁ

କଅଁଳ ବୟସ କୋମଳ ପାଦରେ  ଗୁରୁଜନ ହାତ ଧରି  ଦେଖେ ସେ ଦୂନିଆ ତା ସୂକ୍ଷ୍ମ ଚକ୍ଷୁରେ  ମନ ଆନନ୍ଦରେ ଭରି  ଟିକି ହୃଦୟ ତା ଜାଣି ନ ପାରଇ  ସୁଖ ଦୁଃଖ ବଡ ସାନ  ତୂନି ଅଧରରେ...