ଭାଇ ଭଉଣୀ ର ପବିତ୍ର ସମ୍ପର୍କ
ରକ୍ଷା ବନ୍ଧନ ତା ନାମ
ଯୁଗ ଯୁଗ ର ସେ ପ୍ରଥା ପ୍ରଚଳିତ
ରକ୍ଷେ ଆମ ସମ୍ମାନ
ଏମିତି ସମ୍ପର୍କ ଜଗତେ ନାହିଁ
ଜଣେ କାନ୍ଦେ ଆଉ ଜଣଙ୍କ ପାଇଁ
ବିପଦ ବେଳରେ ଦୁହେଁ ଦୁହିଁଙ୍କ
ପାଖକୁ ଯାଆନ୍ତି ଦୂରରୁ ଧାଇଁ
ଅନେକ ଜନ୍ମ ର କରମ ଫଳେ
ଭଉଣୀଟେ ଭାଗ୍ୟରେ ଥିଲେ ମିଳେ
ରଖିଥିବ ସଦା ତାହା ଭରଷା
ଆସୁ ଯେତେ ଝଡ ଆସୁ ବରଷା
ମା ନ ଥିଲେ ଘରେ ଭଉଣୀ ସାହା
ତାର ସ୍ନେହ ପ୍ରେମ କି ଶୋଭା ଆହା
ତା ଭଲପାଇବା ମିଳିବନି କୋଉଠି
ସାତ ଜନ୍ମ ଯାଏ ରଖିଥିବା ସାଇତି
#ଜୟଜଗନ୍ନାଥ
No comments:
Post a Comment