Monday, August 3, 2020

ଜୀବନ

କାହାର ଆୟୁଷ କେତେ ନ ଥାଏ ଯେ ଜଣା 
ନିଜ କର୍ମ ଫଳ ଏଠି ନିଜର ପାଉଣା 

ଯେତେ ଲୋଭ କରି ତୁହି ସଞିଲେ ବି ଧନ
ଶେଷ ସମ୍ପତି ଯେ ତୋର ହବ ରାମ ନାମ 

ଭୋକ ଶୋଷ କଷ୍ଟ କରି ଯାହାକୁ ପାଳିଛୁ 
ଦେହ ତ୍ୟାଗ ପରେ କୋଷିବେ ତୁ କଅଣ ରଖିଛୁ 

ବୁଝିବେନି ବୃଦ୍ଧାବସ୍ତା ମୁହଁ ଯେ ମୋଡିବେ 
ଆପଣା ଆପଣା ଭାଗ ଖୋଜିବେରେ ସର୍ବେ

କପାଳ ଲିଖନ କେବେ ଯେ ନ ହୁଅଇ ଆନ 
କି ଲାଭ ପାଇବୁ କରି ମାନ ଅଭିମାନ

କଳିକାଳ ରିତି  କେହି ନୁହନ୍ତି କାହାର 
ସମୟ ସରିବା ଆଗୁ ହରି ନାମ ଜପ କର

ସେଛ୍ବାକୃତ ଭାବେ ଏଠି ତୋର କର୍ମ କଲେ 
ରହିବନି ପଶ୍ଚାତାପ ଜୀବ ଗଲା ବେଳେ

ସଂସାର ତାର ରଚିତ ତୁ ଯେ କଳାକାର 
ଛାଡିବାକୁ ହବ ଦିନେ ମାଟିର ଶରୀର 

ଏକା ଆସିଥିଲୁ ଏକା ଯିବୁ ଦିନେ ଚାଲି

କଥା ତ ଏତିକି କ୍ଷଣ ପବନ ର ଖାଲି

କାହାକୁ ଭାବୁ ନିଜର କିଏ ଏଠି ତୋର
ମଲା ପରେ ଛୁଇଁବେନି ତୋ ମର ଶରୀର

ଛଅ ଖଣ୍ଡ ବାଉଁଶ ରେ ଯିବୁ ତୁ ମଶାଣୀ 
ନଥିବ ଡାକବାଜି ଆଉ ନ ଥିବ ରୋଶଣି

ମୁଖେ ନିଆଁ ଦେବେ ତୋର ଆତ୍ମିୟ ସ୍ବଜନ 
ପଞଭୂତେ ହୋଇ ଯିବ ଶରୀର ତୋ ଲିନ 

No comments:

Post a Comment

ଶିଶୁ

କଅଁଳ ବୟସ କୋମଳ ପାଦରେ  ଗୁରୁଜନ ହାତ ଧରି  ଦେଖେ ସେ ଦୂନିଆ ତା ସୂକ୍ଷ୍ମ ଚକ୍ଷୁରେ  ମନ ଆନନ୍ଦରେ ଭରି  ଟିକି ହୃଦୟ ତା ଜାଣି ନ ପାରଇ  ସୁଖ ଦୁଃଖ ବଡ ସାନ  ତୂନି ଅଧରରେ...