Wednesday, August 12, 2020

ସ୍ବପ୍ନ ର ନାୟିକା

ସପନରେ  ଆସି ମନର ମାନସୀ 
ପାଖରେ ମୋ ଯାଏ ବସି 
ତା ଅସଜଡା କେଶ ପଖାଳେ ସେ ଧିରେ 
ମୁରୁକି ମୁରୁକି ହସି 

ଗୁଣୁ ଗୁଣୁ ହୋଇ ଗାଉ ଥାଏ ଗୀତ 
କୋଇଲି ଠୁ ସୁର ନେଇ 
ଲକ୍ଷେ ପ୍ରତିଶ୍ରୁତି ଭରିଦିଏ ମନେ
ଜୋଛନା ର ରାଣ ଦେଇ 

ପ୍ରେମ ର ପ୍ରତିକ ପ୍ରିୟତମା ମୋର 
ପୂର୍ଣମୀର  ଜହ୍ନ ରାତି 
ତା ସହିତ ଯୋଡା ଅନେକ ଭାବନା 
ଅସରନ୍ତି ଅନୁଭୂତି

ଭାଙ୍ଗେ ଯେବେ ସିଏ ଅଳସ ଦେହରେ 
ସାଗର ର ଢେଉ ପରି 
ମନେ ଖେଳିଯାଏ ଶିହରଣ ସତେ 
ସାତ ଜନ୍ମ ଯିବ ସରି 

ହୃଦୟ ରେ ଲେଖେ ଅକୁହା କାହାଣୀ 
ଅଦିନରେ ଆସେ ବର୍ଷା 
ଯୋଡି ହୋଇଯାଏ ଅଦୃଶ୍ୟ ବନ୍ଧନ 
ଥିଲା କି ଆଗରୁ ଲେଖା 

ହୋଇଲେ ସକାଳ ଭାଙ୍ଗିଦିଏ ନିଦ 
ସତେ କି କାଉଁରୀ କନିଆଁ 
କାଲି ଫେରିବା ର ରାଣ ଦେଇ ସେ ଯେ
ଫେରିଯାଏ ତା ଦୂନିଆ 








No comments:

Post a Comment

ଶିଶୁ

କଅଁଳ ବୟସ କୋମଳ ପାଦରେ  ଗୁରୁଜନ ହାତ ଧରି  ଦେଖେ ସେ ଦୂନିଆ ତା ସୂକ୍ଷ୍ମ ଚକ୍ଷୁରେ  ମନ ଆନନ୍ଦରେ ଭରି  ଟିକି ହୃଦୟ ତା ଜାଣି ନ ପାରଇ  ସୁଖ ଦୁଃଖ ବଡ ସାନ  ତୂନି ଅଧରରେ...