Wednesday, August 12, 2020

ସକାଳ

ଆହେ ଚକାଡୋଳା ଲାଗୁ ତୋ ଡୋରି 
ମନ ହେଲାଣି ମୋ ଯିବାକୁ ପୁରୀ
ଦେଖିନି କେବେଠୁ କଳାସାଆନ୍ତ 
ଲାଗିଗଲାଣି ବେଳ ହୋଇବ ଅନ୍ତ 

ନିର୍ମାଲ୍ୟ ଟିକିଏ ତୁଣ୍ଡରେ ଦେଇ 
ବାଇଶି ପାହାଚେ ଯିବିରେ ଶୋଇ 
ଟଙ୍କ ତୋରାଣୀ ତୋ ଦେଲେ ଅଧରେ 
ପୂଣ୍ୟ ଅରଜିବି ଏଇ ଜନ୍ମ ରେ 

ସାତ ଜନମର ନାହିଁ ରେ ଆଶା 
ଏଇ ଜୀବନ ରେ ତୁହି ଭରଷା 
ପାରି କରିଦେ ତୁ ଜୀବନ ନାଆ
ଏ ଗରିବ ପାଇଁ ତୁହି ତ ସାହା 

No comments:

Post a Comment

ଶିଶୁ

କଅଁଳ ବୟସ କୋମଳ ପାଦରେ  ଗୁରୁଜନ ହାତ ଧରି  ଦେଖେ ସେ ଦୂନିଆ ତା ସୂକ୍ଷ୍ମ ଚକ୍ଷୁରେ  ମନ ଆନନ୍ଦରେ ଭରି  ଟିକି ହୃଦୟ ତା ଜାଣି ନ ପାରଇ  ସୁଖ ଦୁଃଖ ବଡ ସାନ  ତୂନି ଅଧରରେ...