Thursday, August 13, 2020

ଅଭିଯୋଗ

ଜିଇଁବାକୁ ଆଜି ଇଛା ନାହିଁ କାହିଁ
ଜୀବନ ଲାଗେ ଜଞ୍ଜାଳ 
ସମୟଟା ଆଜି ବଇରି ସାଜିଛି 
ନିଜ ଲୋକ ହେଲେ କାଳ 

କହି ପାରୁନାହିଁ ମୋ ମନର କଥା 
ଭରଷା ଯେ ଆଉ ନାହିଁ
ଭରଷା ରେ ମୋର ଭରିଦେଲେ ବିଷ 
ନିଜର ଥିଲେ ଯେ କେହି 

ହୃଦୟ ଟା ମୋର ଭରିଛି କୋହରେ 
ଶୁଣିବ କିଏ ଯେ ତାକୁ 
ଜିଏ ଜଣେ ଥିଲା ସବୁ ଶୁଣୁଥିଲା 
ଚାଲିଗଲା ସେ ଦୂରକୁ 

ଭୟ ଆଉ ଦ୍ବନ୍ଦ ଭିତରେ ଆଜି ମୁଁ 
ଏକା ଏକା ଚାଲେ ବାଟ
ଭବିଷ୍ୟତ ମୋର ଅଜଣା ଏଠି ଯେ 
କାଲି ବି ଲାଗେ ଅସ୍ପଷ୍ଟ 

ଅଭିଯୋଗ ମୁଁ ଯେ କରିବି କାହାକୁ
କିଏ ଅଛି ହେବ  ସାହା
ହେଲା ବୋଧଗମ୍ୟ ଏଇ ମୋ ଜନମ 
ମରୂ ମରୁମରିଚିକା ଯାହା

ଅଭିଶପ୍ତ ଲାଗେ ଆଜି ଏ ଦୂନିଆ 
ସବୁ ଏଠି ସ୍ବାର୍ଥପର 
କାମ ସରିଗଲେ ସ୍ବାର୍ଥ ମିଳିଗଲେ 
ନିଜର ହୋଇବେ ପର


No comments:

Post a Comment

ଶିଶୁ

କଅଁଳ ବୟସ କୋମଳ ପାଦରେ  ଗୁରୁଜନ ହାତ ଧରି  ଦେଖେ ସେ ଦୂନିଆ ତା ସୂକ୍ଷ୍ମ ଚକ୍ଷୁରେ  ମନ ଆନନ୍ଦରେ ଭରି  ଟିକି ହୃଦୟ ତା ଜାଣି ନ ପାରଇ  ସୁଖ ଦୁଃଖ ବଡ ସାନ  ତୂନି ଅଧରରେ...