ରୋକିବା ହୁଏନି ସମ୍ଭବପର
ତୀର ସଦୃଶ ଯେ ମୁଖ ବଚନ
ଖସିଗଲେ ଥରେ ଫେରେନି ଜାଣ
ହାତେ ମାପି ସଦା ଚାଖଣ୍ଡେ ଚାଲ
ସ୍ବାର୍ଥ ବିନା କେହି ନୁହେଁ କାହାର
ଶରୀର ବି ହେବ ତୋ ଠାରୁ ପର
ନିଶ୍ବାସ ଛାଡିଲେ ପ୍ରାଣ
ଗର୍ବ ଅଂହକାର ନ କର ତୁ ଏତେ
କି ଲାଭ ପାଇବୁ ଧନ
ଆସିଛୁ ଫୁଙ୍ଗୁଳା ଯିବୁ ତୁ ଫୁଙ୍ଗୁଳା
ଏକା ଏକା ଆସି ଯିବୁ
କି ଲାଭ ପାଇବୁ ନିଜ ପେଟ କାଟି
କା ପାଇଁ ଧନ ସଞିବୁ??
ନିଜର ନିଜର କହିବେ ରେ ସବୁ
ସ୍ବାର୍ଥ ଥିବା ଯାଏ ପାଖେ
ସରିଗଲେ ସ୍ବାର୍ଥ ହେବେନି କେହିରେ
ମଶାଣୀ ରେ ଛାଡିଦେବେ
ଶବ କହି ତୋର ପାଖ ମାଡିବେନି
ଜୂଇ ଯାଳି ଗାଧୋଇବେ
ପନ୍ଦର ଦିନକୁ ଭୂଲିଯିବେ ତୋତେ
ନିଜ ଭାଗ ଖୋଜୁଥିବା
ଯୋଉ ଘର ପାଇଁ ଆଜି ବୋହୁ ଝାଳ
କାଲି ସେ ହୋଇବ ଭିନ୍ନ
ତୋ ହାତରେ କିଛି ନ ଥିବ ରେ ବାବୁ
ସମାଧି ତୋ ଶେଷ ଚିହ୍ନ
ସମୟ ଆଗରୁ ଭଜିଲେ ହରି
ଏ ଭବ ସାଗରୁ କରିବ ପାରି
ତୁଣ୍ଡେ ଥିଲେ କୃଷ୍ଣ କୃଷ୍ଣ
ଧନ୍ୟ ହେବ ତୋର ଜନ୍ମ
ଜୟ ଶ୍ରୀକୃଷ୍ଣ
No comments:
Post a Comment