ମା' ପରି କିଏ ହବ
ନିଦ ନ ଆସିଲେ ମୁଣ୍ଡ କୁ ଆଉଁସି
କୋଳରେ ଶୁଆଇଦବ
ମା କୋଳେ ମିଳେ ସରଗର ଖୁସି
ସୁନାର ପଲଙ୍କ ତା ଆଗେ ତୁଚ୍ଛ
ଛଳନା ଭରା ଏ ଦୁନିଆରେ ସତେ
ମା ପ୍ରେମ ନୁହେଁ କେବେବି ମିଛ
ନିଜ ପେଟ କାଟି ଭୋକେ
ରହେ ହେଲେ
ପିଲା ପାଇଁ ତା କାନ୍ଦେ ହୃଦୟ
ସାଥେ ଯାର ଥାଏ ମା'ର ଆଶିଷ
ନ ଥାଏ ତାହାର କିଛି ବି ଭୟ
ଘରୁ ବାହାରିଲେ ଅବା ଡେରି ହେଲେ
ଫେରିବା ବାଟକୁ ଅନେଇ ଥିବ
ଯେତେ ବଡ ହେଉ ତାହାର ପିଲାଟି
ମଙ୍ଗଳ କାମନା ମା କରିବ
ମା ହିଁ ପିଲାର ପ୍ରଥମ ଶିକ୍ଷକ
ଝିଅ ପାଇଁ ସେତ ପ୍ରଥମ ବଂନ୍ଧୁ
ନ ଥାଏ ତା ମନେ ଊଣା କି ଅଧିକ
ପିଲାଙ୍କ ପାଇଁ ସେ ଜୀବନ ବିନ୍ଦୁ
ମା ର ପ୍ରେମ ଯେ ସବୁଠୁ ନିଆରା
ନିଃସ୍ବାର୍ଥ ପ୍ରେମ ର ପ୍ରତିକ ସିଏ
ଲୋଡା ନାହିଁ ତାର ଅମାପ ସମ୍ପତ୍ତି
ହ୍ରୁଦୟଙ୍ଗମ କରିଛ ଯିଏ
ମା' ମାଗେ ନାହିଁ ପାଟ ମଠା ସୁନା
ପିଲାଙ୍କଖୁସିରେ ହୁଏ ସେ ଖୁସି
ସବୁ ପିଲାଙ୍କୁ ସେ ସମାନ ରେ ଦେଖେ
ନ ଥାଏ କମ କି ନ ଥାଏ ବେଶି
ଶୃଙ୍ଖଳା ଶିଖାଏ ରାଗି ଗାଳିଦିଏ
ଭିତରେ ମନରେ ହୁଏ ସେ ଦୁଃଖୀ
ମା ପ୍ରେମ ଥାଏ ଯାହା ସୌଭାଗ୍ଯ ରେ
ଦୁନିଆ ରେ ସିଏ ସବୁଠୁ ସୁଖୀ
ହାତ ଧରି ସିଏ ଚାଲିବା ଶିଖାଏ
ଭବିଷ୍ୟତ ପାଇଁ ଦେଖେ ସପନ
କୁନି ଓଠେ ସିଏ ଭରିଦିଏ ଖୁସି
ପିଲା ପାଇଁ ସଦା ବ୍ୟାକୁଳ ମନ
No comments:
Post a Comment