Friday, August 14, 2020

ସ୍ମୃତି

ଟାଣି ଦେଇଗଲ ଯବନିକା ତୁମେ
କାହିଁ ଆସି ମୋ ଜୀବନେ 
ସମ୍ପର୍କ ର ସୂକ୍ଷ୍ମ ସୂତା ଖୀଅଟି ଯେ କାହିଁ
ଛିଣ୍ଡାଇ ଦେଲ ଅଦିନେ 

ମତ ମତାନ୍ତର ପାତର  ଅନ୍ତର ଆସିଲା 
କେବେଠୁ କୁହ 
ଯେଉଁ ଆଖି ଦିନେ ହସୁଥିଲା କେତେ 
ସେ ଆଖି ରୁ ଝରେ ଲୁହ

ନିଜ ହାତେ  ଆମେ ଗଢିଥିଲେ ଯେଉଁ 
ପ୍ରେମର ଛୋଟ ନଅର 
ସେ ନଅର ଆଜି ଭଗ୍ନ ଜରାଜୀର୍ଣ 
ସତେ କି ଅଲୋଡା ପଥର 

ନୀଳ ଆକାଶରେ ଉଡୁଥିଲେ ଆମେ
ଗୋଟିଏ  ହୃଦୟ ହୋଇ 
ଆଜି ସେ ହୃଦୟ ହେଲା ଯେ ନିର୍ଦୟ 
ଆକାଶ ବି ମିଳେ ନାହିଁ 

ସାତ ଜନମର କଥା ଦେଇ ଥିଲ 
ଗୋଟିଏ ଜନମ ନ ହେଲା ସାର 
କିବା ଦୋଷ ଥିଲା ଅବା ଲାଗିଗଲା 
କାହାର କଳା ନଜର

ପ୍ରତିଶ୍ରୂତି ଏଠି ପ୍ରତାରଣା ହୁଏ 
ବୁଝାମଣା ହେଲେ ଉଣା 
ନିଜର ଏଠି ବି ହାତ ଛାଡିଦେବେ 
ନ ପାଉଲେ ନିଜ ପାଉଣା 

ହୋଇଗଲା ଇତି ସବୁ ଅନୁଭୂତି 
ସେ ସମ୍ପର୍କ ଆଉ ନାହିଁ 
ରଖିଛି ସାଇତି ସେ ପୁରୂଣା ସ୍ମୃତି 
ଶୁଣିବ କିଏ ବା କାହିଁ





No comments:

Post a Comment

ଶିଶୁ

କଅଁଳ ବୟସ କୋମଳ ପାଦରେ  ଗୁରୁଜନ ହାତ ଧରି  ଦେଖେ ସେ ଦୂନିଆ ତା ସୂକ୍ଷ୍ମ ଚକ୍ଷୁରେ  ମନ ଆନନ୍ଦରେ ଭରି  ଟିକି ହୃଦୟ ତା ଜାଣି ନ ପାରଇ  ସୁଖ ଦୁଃଖ ବଡ ସାନ  ତୂନି ଅଧରରେ...