Friday, August 14, 2020

୭୪ ବର୍ଷ ର ଭାରତ

ସ୍ବାଧୀନତା ର ସାତ ଦଶନ୍ଧିରେ 
ଆମେ ଯେ କେତେ ସ୍ବାଧୀନ 
ମନ ମୋର ଆଜି ପଚାରେ ନିଜକୁ 
ହୁଏ ମୁଁ ଯେ ଆନମନ 

ଗରିବ ହେଉଛି ଆହୁରି ଗରୀବ 
ଧନୀଙ୍କର ପେଟ ଚିନ୍ତା 
ଶିକ୍ଷା ବ୍ୟବସ୍ଥା ବି ଦେହଶୂଆ ଏଠି
ସୁଖୀ ହୁଏ ରାଜନେତା 

ଗରିବ ଗରିବ ଚିଲାଇ ଚିଲାଇ 
କରୁଛନ୍ତି ରାଜନୀତି 
ମିଳିଗଲେ ଗାଦି ହୁଏ ଓଁ ଶାନ୍ତି 
ଗରିବ ର ପୂର୍ଣ୍ଣାହୂତି 

ଦେଶର ଊର୍ନତି କାଗଜ କଲମେ 
ଋଣ ବୋଝେ ହୁଏ ଚାପି
ଉଦ୍ୟୋଗପତି ଯେ ମାଲାମାଲ ଏଠି 
କର୍ମଚାରୀ  ତଣ୍ଟି ଚିପି 

ଦେଶରେ ବେକାରୀ ବଢିଚାଲ ଦେଖ
ହିସାବ ମିଳେନି ଆହା 
ପ୍ରତିଶ୍ରୂତି ସବୁ ନିର୍ବାଚନ ବେଳେ
ଧୂଆଁ ବାଣ ପରି ଯାହା 

ଅର୍ଥନୀତି ଦେଖ ଝୁଲୁଛି ଆଜି ଯେ
ରାହାସର ଦୋଳି ପରି 
ଶିକ୍ଷିତ ପିଢୀର ଭବିଷ୍ୟତକୁ ଯେ 
ଅନ୍ଧାର ଯାଇଛି ଘେରି 

ମିଳିପାରେ ନାହିଁ ଦଣ୍ଡ ଯେ ଦୋଷୀକୁ 
ଜନ ହୁଏ ଅସହାୟ 
ନିର୍ଦୋଷୀ ଆଜି ବି ହୁଏ ବାର ପିଣ୍ଡା 
ଦୋଷୀ ର ନ ରୁହେ ଭୟ

ନାରୀ ସଂରକ୍ଷଣ,ନାରୀ ର ସୁରକ୍ଷା 
କେତେ ଦୂର ଯେ ସଫଳ
ଅସହାୟ ପାଇଁ ସାହା କେହି ନାହିଁ 
ଜିତିଯାଏ ଧନବଳ 

ଦେଶ ସୁରକ୍ଷିତ ଦେଶ ବିକଶିତ 
କାହା ପାଇଁ ହେବ କୁହ 
ଶୋଇବାକୁ ନାହିଁ କୁଡିଆ ଟେଯାର 
ତାର ବା କାହାକୁ ଭୟ

ପେଟ ପାଇଁ ଯିଏ ଖଟେ ଦିନରାତି
ରାଜ ମହଲ ଯେ କି ଲୋଡା ତାର 
କେବେ ହସିବ ଯେ ମୋ ମା' ଭାରତୀ
ସୁଖ ସମୃଦ୍ଧି ରେ ପୁରିବ ଘର 

ଦିନକ ପାଇଁକି ଖୁସି ହେବି କାହିଁ 
ଚିର ଲୋଡା ସ୍ବାଧୀନତା 
ହେବ ଆତ୍ମଗର୍ବ ମିଳିଯିବ ଖୁସି
ଗାଇବି ଭାରତ ମାତା 
ମୁଁ ଗାଇବି ଭାରତ ମାତା 



No comments:

Post a Comment

ଶିଶୁ

କଅଁଳ ବୟସ କୋମଳ ପାଦରେ  ଗୁରୁଜନ ହାତ ଧରି  ଦେଖେ ସେ ଦୂନିଆ ତା ସୂକ୍ଷ୍ମ ଚକ୍ଷୁରେ  ମନ ଆନନ୍ଦରେ ଭରି  ଟିକି ହୃଦୟ ତା ଜାଣି ନ ପାରଇ  ସୁଖ ଦୁଃଖ ବଡ ସାନ  ତୂନି ଅଧରରେ...