Saturday, August 15, 2020

ଅଧା ସ୍ବପ୍ନ

ଇଛା ଅସୁମାରି ଯାଏ ମରି ମରି 
ତୂ ଗଲା ପରେ ପରେ 
ବୁଝିବାକୁ କେହି ନାହିଁ ତ ନିଜର 
ଦିନ ମୋ କେମିତି ସରେ 

ଦିନ କଟେ ସିନା ଯେମିତି ସେମିତି 
ରାତିଟା ମୋ ପାଇଁ କାଳ 
ଅନୁଭୂତି ସବୁ ମନେ ପଡିଯାଏ 
କୋହ ହୁଏ ଅସମ୍ଭାଳ 

ଲୁହ ହୋଇ ଝରେ ଛାତିରୁ ରକତ
ପୋଛିବାକୁ କିଏ ଅଛି 
ତୁ ଗଲା ପରେ କେହି ନ ପଚାରେ 
କେମିତି ଏକା ବଞିଛି 

ସ୍ମୃତି କୁ ରଖିଛି ମୋ ପାଖେ ସାଇତି 
ନାହିଁ ଆଉ ସେଇ ଦିନ 
ଯୋଉ ଦିନେ ଆମ ଦୁଇ ହୃଦୟ କୁ 
ଥିଲା ଯେ ଗୋଟିଏ ମନ 

ସରି ସରି ଯାଏ ରାତିର ବୟସ 
ଆଖିକୁ ଆସେନା ନିଦ 
ସ୍ବପ୍ନ ଦେଖିଥିଲି ଜିଇଁବା ଏକାଠି 
ମିଳେ ଆଜି ଅପବାଦ 

ଅଜଣା ବାଟରେ ଆଜି ମୁଁ ବାଟୋଇ 
ହୁଏ ଆଜି ବାଟ ବଣା 
କିଏ ଜାଣିଥିଲା ଏମିତି ଘଟିବ 
ନ ଥିଲା ଆଗରୁ ଜଣା 

No comments:

Post a Comment

ଶିଶୁ

କଅଁଳ ବୟସ କୋମଳ ପାଦରେ  ଗୁରୁଜନ ହାତ ଧରି  ଦେଖେ ସେ ଦୂନିଆ ତା ସୂକ୍ଷ୍ମ ଚକ୍ଷୁରେ  ମନ ଆନନ୍ଦରେ ଭରି  ଟିକି ହୃଦୟ ତା ଜାଣି ନ ପାରଇ  ସୁଖ ଦୁଃଖ ବଡ ସାନ  ତୂନି ଅଧରରେ...