Tuesday, August 11, 2020

ସମୟ


ଦେଖିଛ କି ତାକୁ କିଏ କୁଆଡେ ସେ ଗଲା
ଏବେ ଏବେ ପାଖେ ଥିଲା କେବେ ହଜିଗଲା
ଫେରିବନି କେବେ ସିଏ ଥରେ ଚାଲିଗଲେ
କି ଲାଭ ହୋଇବ ଯେତେ ପଶ୍ଚାତାପ କଲେ

ପ୍ରତିକ୍ଷଣେ ଦେଇଥାଏ ଅଫେରା ଅତୀତ
ସ୍ମୃତି ହୋଇ ଯୋଡିହୁଏ ଜୀବନ ସହିତ
ପାଖେ ଯେତେବେଳେ ଥାଏ କେହି ଧ୍ୟାନ ଦିଏ ନାହିଁ
ଥରେ ଖସିଗଲେ ହାତୁ ବସି ଭାବୁ ଥାଇ

କିଏ କେବେ ହୁଏ ଖୁସି ଆଉ କିଏ ଦୁଖୀ 
ସମସ୍ତ ଙ୍କ ପାଇଁ ସେଇ ଏକା ମୂକ ସାକ୍ଷୀ 
ଭଲ ଥିଲେ ସମୟ ଯେ ସଭିଏଁ ନିଜର 
ଖରାପ ହୋଇଲେ ହେବେ ସବୁ ସାତ ପର 

କରି ଜାଣେ ଯିଏ ସଦା ତାର ଉପଯୋଗ
ସବୁକାର୍ଯ୍ୟେ ସିଦ୍ଧ ହେବା ତା ପାଖେ ସମ୍ଭବ 
ବେଳ ଥାଉ ଥାଉ ଯିଏ ହୁଏ ସାବଧାନ 
ସବୁ ସମସ୍ୟା ତା ଜୀବନେ ହୁଏ ସମାଧାନ

No comments:

Post a Comment

ଶିଶୁ

କଅଁଳ ବୟସ କୋମଳ ପାଦରେ  ଗୁରୁଜନ ହାତ ଧରି  ଦେଖେ ସେ ଦୂନିଆ ତା ସୂକ୍ଷ୍ମ ଚକ୍ଷୁରେ  ମନ ଆନନ୍ଦରେ ଭରି  ଟିକି ହୃଦୟ ତା ଜାଣି ନ ପାରଇ  ସୁଖ ଦୁଃଖ ବଡ ସାନ  ତୂନି ଅଧରରେ...