ହୀନ ରାଜନୀତି ଚାଲୁଛି କେମିତି
ମହାମାରୀ ସମୟରେ
ଗରୀବ ଲୋକ ଙ୍କୁ ଖାଇବା ମିଳେନି
ଧନୀ ଶୁଏ ପଲଙ୍କରେ
କିଏ ବୁଝେ କୁହ ଗରିବ ର ଦୁଃଖ
ଗରିବ ପେଟର ଭୋକ
ନିଜ ସ୍ବାର୍ଥ ପାଇଁ ଶୋଷନ୍ତି ଜନ ଙ୍କୁ
ସବୁ ରାଜନୀତି ଜୋକ
ମିଳେନାହିଁ କାମ ହୋଇ ଋଣଗ୍ରସ୍ତ
ଦିନ ମଜୁରିଆ ମରେ
ସରକାର ଦେଖ କୁମ୍ଭକର୍ଣ ପରି
ଶୋଇକି ଘୁଙ୍ଗୁଡି ମାରେ
ଶିକ୍ଷିତ ବେକାର ବଢିଚାଲେ ଆଜି
ଧୂ ଧୂ ଖରା ପରି
ହେଲେ ଏଠି ନେତା ଗୋଡ ଟଣା ଟଣି
ଦଳ ପରିବର୍ତ୍ତନ କରି
ଅର୍ଥନୀତି ଦେଖ ହୋଇ ଜରାଜୀର୍ଣ
କୁନ୍ଥେଇ କୁନ୍ଥେଇ ଝୁଲେ
ହେଲେ ରାଜ ନେତା ରାଜ ପଥେ ଦେଖ
ଛାତି ଫୁଲେଇକି ଚାଲେ
ଉଜୁଡ଼ି ପଡିଛି ମେଡିକାଲ ସେବା
ମିଳେ ନାହିଁ ଥଳ କୂଳ
ଶାସକ ଆଜି ବି ବୋଲାଇ ହୁଏ ଯେ
ସେ ଜନତା ପାଇଁକି ବଳ
କିଏ ବାଣ୍ଟେ ଏଠି ଚାଉଳ କମ୍ବଳ
ଆଉ କିଏ ବାଣ୍ଟେ ଛତା
କି ଲାଭ ହୋଇବ କେତେଦିନ ଯିବ
ସରକାର ବୃଦ୍ଧ ଭତ୍ତା
ଘରେ ବସି ଖାଏ ଭେଣ୍ଡା ପୁଅ ଏଠି
ବାପ ଖଟେ ମଜୁରିରେ
ମାର ଆଖି କୁ ଦିଶୁନି ଭଲରେ
ପୂଅ ମଦ ପିଇ ଘୂରେ
ଧନୀ ଏଠି ଧନ କମେଇ ଚାଲିଛି
ଗରିବ ର ଥାଳ ଖାଲି
ଧନୀର ଜୀବନ ସରଗ ସମାନ
ଗରିବ ର ମରୁ ବାଲି
ଭୋଟ ବେଳ ରେ ନୋଟ ବାଣ୍ଟିବେ
ହୋଇଯିବେ ଆପଣାର
ଜିତିଗଲା ପରେ ପାଖ ନ ମାଡନ୍ତି
ସାଜିବେ ସେ ସାହୁକାର
କେହି ଏଠି ବଂନ୍ଧୁ ନୁହନ୍ତି କାହାରି
ସ୍ବାର୍ଥ ପାଇଁ ସବୁ ବନ୍ଧା
କରାଇ ସେ ସବୁ ମିଛ ପ୍ରତିଶ୍ରୂତି
ଚଳାନ୍ତି ନିଜର ଧନ୍ଦା
କହିବା ର ନାହିଁ ଏଠି କିଛି କଥା
ଶୁଣିବାର ନାହିଁ କିଛି
ରକ୍ଷକ ଯଦି ଭକ୍ଷକ ସାଜେ
ପ୍ରତିକାର କଣ ଅଛି???????
No comments:
Post a Comment