Saturday, August 8, 2020

୨୦୨୦

କେତେ କଷ୍ଟ ଆଉ ଦେଖିବ ନୟନ
କଳିକାଳ ଆଉ ହେବ କି? ପତନ
ଯେବେଠୁ ଆସିଛି ଏ ନୂଆ ବରଷ
ଛଡାଇ ନେଇଛି ଓଠରୁ  ସେ ହସ

ବର୍ଷ ଆରମ୍ଭ ରେ ଆସି ମହାମାରୀ
ସାରା ବିଶ୍ବେ ଖେଳେ ଆତଙ୍କ ଲହରୀ
ସୀମା ବିବାଦ ରେ ଲିପ୍ତ କିଛି ଦେଶ
ବିଶ୍ବ ଯୁଦ୍ଧ ପାଇଁ ଦିଅନ୍ତି ଆଭାସ

ଘଟୁଛି ଏମିତି ଅଜବ ଘଟଣା
ଇତିହାସେ ଯାହା ନଥିଲା ବର୍ଣ୍ଣନା
ମଣିଷ ଭୋଗୁଛି କଲାକର୍ମଫଳ
ଜିଇଁବାକୁ ହୁଏ ଆଜି ସେ ବ୍ୟାକୁଳ

ମୁଖେ ତୁଣ୍ଡି ବାନ୍ଧି ବୁଲଇ  ମନୁଷ୍ୟ
ଜଣକୁ ବିପଦ   ଅନ୍ୟର   ପରସ 
କିଏ ଜାଣେ କେବେ ଆସେ କା କ୍ରମାଙ୍କ
ଶେଷ ହୋଇଯାଏ ଜୀବନ ର ଅଙ୍କ

ଏମିତି ଆସିଛି ଅଜଣା ସେ ରୋଗ
ମିଳିପାରେ ନାହିଁ ତା ପାଇଁ ଔଷଧ
ଆସି ଆଜି ଏଠି ଅଦିନେ ବରଷା
ଲୋକ ଭୋଗୁଛନ୍ତି କେତେ ଯେ ଦୁର୍ଦଷା

ଭୂସ୍ଗଳନ ଆଉ ବନ୍ୟା ର ବିପତ୍ତି
କରିଦେଲେ ନଷ୍ଟ କେତେ ଯେ ସମ୍ପତ୍ତି
କେତେ ନାମୀ ଲୋକ ଛାଡିଲେ ଜୀବନ
ଭାରି ହେଲା ଆକାଶ ରେ ବ୍ୟୋମଯାନ

ଯାହା ଅନ୍ୟାୟ ଯେ ହୋଇଛି ତା ପ୍ରତି
ଅସହ୍ୟ ବେଦନା ସହି ଏ ପ୍ରକୃତି
ଲାଗୁଛି କରିବ କି ??????
ଏ  ସଂସାର ଇତି........................

ପ୍ରକୃତି ସାଜିଛି ପ୍ରାଣୀ କୁ ଦାନବ
କିଏ ତେବେ କୁହ ଅଛି ସାହା ହବ
ଆଜିର ଦିନରେ କର ପ୍ରତିଶ୍ରୁତି
ଛାଡି ନିଜ ନିଜ ନିଷ୍ଠୁର  ପ୍ରବୃତ୍ତି

ଆମେ ବଞିବା ପ୍ରକୃତି ପାଇଁ
ଆମେ ବଞିବା ପ୍ରକୃତି ପାଇଁ!!!!!!!!!!!!!!


No comments:

Post a Comment

ଶିଶୁ

କଅଁଳ ବୟସ କୋମଳ ପାଦରେ  ଗୁରୁଜନ ହାତ ଧରି  ଦେଖେ ସେ ଦୂନିଆ ତା ସୂକ୍ଷ୍ମ ଚକ୍ଷୁରେ  ମନ ଆନନ୍ଦରେ ଭରି  ଟିକି ହୃଦୟ ତା ଜାଣି ନ ପାରଇ  ସୁଖ ଦୁଃଖ ବଡ ସାନ  ତୂନି ଅଧରରେ...