Saturday, August 8, 2020

ଶ୍ରୀକୃଷ୍ଣ

ପ୍ରାଣ ଅଛି କେତେ କ୍ଷଣ 
ପିଣ୍ଡ କୁ ଯେ ଅଜଣା 
ଗଡେନି  ଏ ଜୀବ ରଥ
ନ ହେଲେ ତୋ କରୁଣା 

ହେ ଶ୍ୟାମ ,କେଶବ ଶ୍ରୀକୃଷ୍ଣ ମୂରାରୀ 
ରହିଥାଉ ସଦା କୃପା ତୋହରି 
ଆଶା ନାହିଁ ମୋର ହେବାକୁ ଧନ୍ୟ
ତୋ ସେବାରେ କଟୁ ଏଇ ଜନମ 

ସର ଲବଣୀ ତୋ ସବୁଠୁ ପ୍ରିୟ 
ତୋ ଆଶିଷ ଥିଲେ ଲାଗେନି ଭୟ 
ବଇଂଶୀ ସୂରେ ତୋ ରାଧା ବିଭୋର
ଦୟା ହେଲେ ତୋର ଦୁର୍ଦଶା ଦୂର 

ଆହେ ନନ୍ଦ ସୂତ ନଟନାଗର ,ଦୟାସାଗର 
ଆଶୀର୍ବାଦେ ତୋର ଚାଲେ ସଂସାର 
ତୁ ଯେ କଳା କହ୍ନେଇ ଥିଲେ ଅନେଇ 
ମନ ହୁଏ ଶୁଦ୍ଧ,   ଅହଂ ଯାଏ ଦୂରେଇ 

ଜପିଲେ ଭଜିଲେ ଶ୍ରୀକୃଷ୍ଣ ନାମ 
ଲୋଡା ନାହିଁ ଆଉ କିଛି ବି ପୂଣ୍ୟ
ଏତିକି କରୁଣା କର ହେ ପ୍ରଭୁ 
ପ୍ରାଣ ଗଲାବେଳେ ତୁଣ୍ଡରେ ଥିବୁ

No comments:

Post a Comment

ଶିଶୁ

କଅଁଳ ବୟସ କୋମଳ ପାଦରେ  ଗୁରୁଜନ ହାତ ଧରି  ଦେଖେ ସେ ଦୂନିଆ ତା ସୂକ୍ଷ୍ମ ଚକ୍ଷୁରେ  ମନ ଆନନ୍ଦରେ ଭରି  ଟିକି ହୃଦୟ ତା ଜାଣି ନ ପାରଇ  ସୁଖ ଦୁଃଖ ବଡ ସାନ  ତୂନି ଅଧରରେ...