ତୋର ସେ ମିଛ ହସ
ସତରେ ପଛେ ନ ହେଲା ନାହିଁ
ହୋଇଯିବ ମୋ ବିଶ୍ବାସ
ଥିଲା ମୋ ପ୍ରେମ ବାସ୍ତବରେ
ତୋ ପାଇଁ ଯାହା ଭ୍ରମ
ମିଛ ମିଛରେ ଖେଳିଲୁ ଖେଳ
ଡାକି ତୁ ପ୍ରିୟତମ
ନ ଥିଲା କିଛି ଉପାୟ ମୋର
ଥିଲି ମୁଁ ନିରୁପାୟ
ବାଟ ଅଧରେ ହାତ ମୋ ଛାଡି
କରିଲୁ ଅସହାୟ
କାହାଣୀ ରେ ତୁ ଥିଲୁ ଲୋ ରାଣୀ
ମୁଁ କଣ୍ଢେଇ ରାଜା
ତୋ ପାଇଁ ଆଜି କାହାଣୀ ଶେଷ
ପାଉଛି ମୁହିଁ ସଜ୍ଜା
ବିଶ୍ୱାସ ସିନା ପ୍ରେମ ର ବୀଜ
ତୋ ପାଇଁ ଯେ ଛଳନା
ସମୟ ଆଜି କହୁଛି ଖୋଜି
ଭୁଲି ଥିଲା ମୋ ଭାବନା
ସମୟ ତୋର ଅତିବାହିତ
କରୁଥିଲୁ ମୋ ସାଥେ
ମୁଁ ଜେ ନିର୍ବୋଧ କାହିଁକି ଆସି
ଧରା ଦେଲି ତୋ ହାତେ
ମିଛ ତୋ ରାଗ ମିଛ ତୋ ରୂଷା
ମିଛ ବି ତୋ କାନ୍ଦଣା
ତଥାପି ଆଜି ବସି ଭାବୁଛି
ଥିଲା କି ମୋ ପ୍ରେମ ଉଣା
ନିଶ୍ବାସ ଆଜି ଲାଗେ ଯେ ଭାରି
ଖେଳି ପ୍ରେମ ର ଖେଳ
ନିଜର ଭାବି ଭରଷା କଲି
ଦେଲୁ ଏମିତି ପ୍ରତିଫଳ
ମଉନେ ଆଜି ଖୋଜୁଛି ମୋର
ହାତର ଭଗ୍ନ ରେଖା
କିଏ କରିଲା ଏମିତି ଭୁଲ୍
No comments:
Post a Comment