Sunday, August 9, 2020

ସଳିତା

ଜଳି ଜଳି ଯାଏ ଦୀପ ରେ  ସଳିତା 
ଅନ୍ଧକାର କରି ଦୁର 
ଶେଷ ତୈଳ ବିନ୍ଦୁ ଥିବାଯାଏ ସିଏ 
ଜଳୁଥାଏ ନିରନ୍ତର 

ନ ଥାଏ କାମନା ପାଇବା ପାଇଁକି
କାହାଠାରୁ ସେ ପ୍ରଶଂସା
ନିଜେ ହୋଇ ତ୍ୟାଗ ହଟାଇ ଅନ୍ଧାର
ଦିଏ ଆଲୋକର ଆଶା 

ଜଳିବାରେ ତାର ମିଳେ ଯେ ଆନନ୍ଦ 
ନିଜ ପାଇଁ ଜଳେ ନାହିଁ 
ଦିଏ ସେ ଆହ୍ବାନ ହୋଇ ତାର ସମ
ସଂସାରେ ବଞିବା ପାଇଁ 

No comments:

Post a Comment

ଶିଶୁ

କଅଁଳ ବୟସ କୋମଳ ପାଦରେ  ଗୁରୁଜନ ହାତ ଧରି  ଦେଖେ ସେ ଦୂନିଆ ତା ସୂକ୍ଷ୍ମ ଚକ୍ଷୁରେ  ମନ ଆନନ୍ଦରେ ଭରି  ଟିକି ହୃଦୟ ତା ଜାଣି ନ ପାରଇ  ସୁଖ ଦୁଃଖ ବଡ ସାନ  ତୂନି ଅଧରରେ...