ବୁଲିଯିବା ପାଇଁ ତୋ ହାତ ଧରି
ନିଝୁମ ରାତିରେ ଶୂନ୍ୟତା ଗଭୀରେ
କଥା ହୁଅନ୍ତିକି ମୁଁ ମନ ଭରି
ଜହ୍ନ ଆଲୁଅରେ ତାରାଙ୍କ ମେଳରେ
ଆକାଶ କୋଳରେ ଝୁଲି ଝୁଲଣା
ନୟନେ ନୟନ ମିଶିଯିବ ଆମ
ମାଗିନେବି ମୋର ପ୍ରେମ ପାଉଣା
ଯୋଜନ ଯୋଜନ ଆମେ ଚାଲିଯିବା
ହାତେ ହାତ ଛନ୍ଦି ଅନତି ଦୂର
ସହରକୁ ଛାଡି ନୂଆ ଦୂନିଆରେ
ଗଢିଦବା ଆମ ଛୋଟ ସଂସାର
ନ ଥିବେ କେହି ଯେ ଆମ ଚାରିପାଖେ
ନ ଥିବ ସେଠି ତ କୋଳାହଳ
ପାଖରେ ପାଇ ମୋ ମନ ମଣିଷକୁ
କଟିଯିବ ମୋର ଅସରା ବେଳ
ଆଉ ଫେରନ୍ତେନି ଏଇ ଦୂନିଆ କୁ
ରହିଯିବା ସେଠି ସାତ ଜନ୍ମକୁ
ଛାଡି ଯିବା ଏଇ ନିର୍ଦୟ ସଂସାର
ଲୋଭ ସ୍ବାର୍ଥ ମିଛ ମୋହ ମାୟା କୁ
No comments:
Post a Comment