Monday, August 24, 2020

ଜହ୍ନ ରାତି

ଇଛା ହୁଏ ଆଜି ଜହ୍ନ ରାଇଜକୁ 
ବୁଲିଯିବା ପାଇଁ ତୋ ହାତ ଧରି 
ନିଝୁମ ରାତିରେ ଶୂନ୍ୟତା ଗଭୀରେ
କଥା ହୁଅନ୍ତିକି ମୁଁ ମନ ଭରି 

ଜହ୍ନ ଆଲୁଅରେ ତାରାଙ୍କ ମେଳରେ 
ଆକାଶ କୋଳରେ ଝୁଲି ଝୁଲଣା 
ନୟନେ ନୟନ ମିଶିଯିବ ଆମ 
ମାଗିନେବି ମୋର ପ୍ରେମ ପାଉଣା 

ଯୋଜନ ଯୋଜନ ଆମେ ଚାଲିଯିବା 
ହାତେ ହାତ ଛନ୍ଦି ଅନତି ଦୂର 
ସହରକୁ ଛାଡି  ନୂଆ ଦୂନିଆରେ 
ଗଢିଦବା ଆମ ଛୋଟ ସଂସାର 

ନ ଥିବେ କେହି ଯେ ଆମ ଚାରିପାଖେ
ନ ଥିବ ସେଠି ତ କୋଳାହଳ 
ପାଖରେ ପାଇ ମୋ ମନ ମଣିଷକୁ
କଟିଯିବ ମୋର ଅସରା ବେଳ 

ଆଉ ଫେରନ୍ତେନି ଏଇ ଦୂନିଆ କୁ 
ରହିଯିବା ସେଠି ସାତ ଜନ୍ମକୁ 
ଛାଡି ଯିବା ଏଇ ନିର୍ଦୟ ସଂସାର 
ଲୋଭ ସ୍ବାର୍ଥ ମିଛ ମୋହ ମାୟା କୁ 

No comments:

Post a Comment

ଶିଶୁ

କଅଁଳ ବୟସ କୋମଳ ପାଦରେ  ଗୁରୁଜନ ହାତ ଧରି  ଦେଖେ ସେ ଦୂନିଆ ତା ସୂକ୍ଷ୍ମ ଚକ୍ଷୁରେ  ମନ ଆନନ୍ଦରେ ଭରି  ଟିକି ହୃଦୟ ତା ଜାଣି ନ ପାରଇ  ସୁଖ ଦୁଃଖ ବଡ ସାନ  ତୂନି ଅଧରରେ...