Monday, August 24, 2020

ନିଜର କିଏ?

କିଏ ଆସି ହଜିଯାଏ କିଏ ରହିଥାଏ 
ହିସାବ ରଖିଛି କୁହ କିଏ ଆଜିଯାଏ 

ଆସନ୍ତି ହଜାରେ ଆଉ ଯିବେ ବି ହଜାରେ 
ଦୁନିଆ ଚାଲେନା ଏଠି କାହା ଭରଷାରେ 

ସମୟ ସ୍ରୋତ ରେ ଯିଏ ନ ଚାଲେ ତାଳରେ 
ଜିଇଁବା  ସମ୍ଭବ  ନୁହେଁ  ଏ କଳି  କାଳରେ 

ନିଜର କାଲି ଯେ ଥିଲା ଆଜି ସିଏ ପର 
ଏମିତି ରିତିରେ ଚାଲେ ଆମ ଏ ସଂସାର 

ଦୁଃଖ ନ କରିବ କେବେ କିଏ ଛାଡି ଗଲେ 
ଆପଣାର ଯିଏ ହାତ ନ ଛାଡିବେ ଭଲେ 

କାହାକୁ ଭାବୁଛ ଏଠି ତୁମେ ବି ନିଜର 
ସମୟ କହିବ ତୁମ କିଏ   ଆପଣାର 

ଧୌର୍ଯ ରଖି ଏକା ଏକା ଚାଲୁଥିଲେ ବାଟ 
ଚାଲୁଥିବା ଲକ୍ଷ୍ୟ ପଥେ ଆସୁଯେ ସଂଙ୍କଟ 

No comments:

Post a Comment

ଶିଶୁ

କଅଁଳ ବୟସ କୋମଳ ପାଦରେ  ଗୁରୁଜନ ହାତ ଧରି  ଦେଖେ ସେ ଦୂନିଆ ତା ସୂକ୍ଷ୍ମ ଚକ୍ଷୁରେ  ମନ ଆନନ୍ଦରେ ଭରି  ଟିକି ହୃଦୟ ତା ଜାଣି ନ ପାରଇ  ସୁଖ ଦୁଃଖ ବଡ ସାନ  ତୂନି ଅଧରରେ...