କିଏ ଗୋ ତୁମେ?
ଅକସ୍ମାତ୍ ଆସି ହୋଇଛ ଉଭା
ବଢେଇ ମୋ ମନେ ପ୍ରେମ ର ଶୋଭା
ଅଲେଖା କାହାଣୀ ନାୟିକା ମୋର
ଅସଜଡା ରାଗ ମୋ ସଂଗୀତର
ତୁମେ କି ସେଇ?
ପ୍ରତିମୂହୁର୍ତ ର ମିଠା ଭାବନା
ନୂଆ ସକାଳର ନୂଆ ଚେତନା
ତୁମେ କି ସେଇ?
କୋଇଲି ପରି ଯା ସୁର ମଧୁର
ଅବା ମହୁ ପାଇଁ ବ୍ୟଗ୍ର ଭଅଁର
ତୁମେ କି ସେଇ?
ଫଗୁଣର ଫଗୁ ରଙ୍ଗ ରଙ୍ଗୋଲି
ଅବା ବର୍ଷା ଋତୁ ବେଙ୍ଗବେଙ୍ଗୁଲି
ତୁମେ କି ସେଇ?
ଜହ୍ନ ପରି ଯାର କୋମଳ ଜୋସ୍ନା
ଅବା ସଜ କଇଁ ଫୁଲର ବାସ୍ନା
ତୁମେ କି ସେଇ?
ରାଜହଂସି ଚାଲି ପାରୁନି ଜାଣି
ଅବା ତ୍ରେତୟାର ସୁନା ହରିଣୀ
ଆଗୋ ସ୍ବପ୍ନ ନାୟିକା
ସତରେ କେବେ ଯେ ହୋଇବ ଦେଖା
ଥରେ ମତେ ଦିଅ ତୁମ ପରିଚୟ
ଦୂରେଇ ଦିଅ ମୋ ମନୁ ସଂଶୟ!!!!!!!!!!!!!!
No comments:
Post a Comment