Wednesday, August 26, 2020

ନୀରବ ସ୍ମୃତି

ସଞ୍ଜ ନଇଁଗଲେ ଦିନ ପାହିଗଲେ 
ମନେ ପଡେ ତା କଥା 
ଗୋପନରେ ଆସି ସପନ ନାୟିକା 
ଭାଙ୍ଗିଦିଏ ନୀରବତା 

ସୂରୁଜ ଉଇଁଲେ ପକ୍ଷୀ ଫେରିଗଲେ
ପାଖେ ଆସି ସ୍ମୃତି ତାର 
ପଚାରେ ମନକୁ ଅଜଣା କଥା ସେ 
କି ଅବା ଦେବି ଉତ୍ତର 

ବୁଝାଏ ଯେବେ ମୁଁ ଅବୁଝା ମନକୁ 
ହୃଦୟେ ଦେଇ ସାନ୍ତ୍ବନା 
ଅଧାଗଢା ସ୍ବପ୍ନ ଆଖି ଆଗେ ନାଚେ 
ମିଛ ଥିଲା ମୋ ଭାବନା 

ପଛ କଥା ଭାବି ଆଖି ଭରିଯାଏ 
ଅସରନ୍ତି ଲୁହ ଧାରେ
ନିଜ ହାତ ଗଢା ପ୍ରେମର ଦୂନିଆ 
ଭାଙ୍ଗିଗଲା କ୍ଷଣକରେ 

No comments:

Post a Comment

ଶିଶୁ

କଅଁଳ ବୟସ କୋମଳ ପାଦରେ  ଗୁରୁଜନ ହାତ ଧରି  ଦେଖେ ସେ ଦୂନିଆ ତା ସୂକ୍ଷ୍ମ ଚକ୍ଷୁରେ  ମନ ଆନନ୍ଦରେ ଭରି  ଟିକି ହୃଦୟ ତା ଜାଣି ନ ପାରଇ  ସୁଖ ଦୁଃଖ ବଡ ସାନ  ତୂନି ଅଧରରେ...