Monday, August 24, 2020

ପୂର୍ଣ୍ଣଛେଦ

ଏକା ଏକା ଆଜି ଲାଗୁଛି କାହିଁକି 
ତୁ ଯିବା ପରେ ପରେ
ରହିଥିଲୁ କାଲି ଆଜି ବି ରହିଛୁ 
ଛୋଟ ମୋର ହୃଦୟରେ 

ଅଚିହ୍ନା ଅଚିହ୍ନା ଲାଗୁଛି ଦୁନିଆ
ମନେ ମନେ ତୋତେ ଖୋଜେ 
ନ  ଖୋଜି ପାରିଲେ ଫେରି ପୁଣି ଆସେ 
ଆମ ସ୍ମୃତିରେ ମୁଁ ହଜେ 

ମନେ ଅଛି ମୋର କହିଥିଲୁ ଦିନେ 
ରହିବୁ ତୁ ଆଜିବନ
ହେଲେ ପ୍ରତିଶ୍ରୂତି ମିଛ ହେଲା ତୋର 
ପ୍ରେମ ତୋ ସାତ ସପନ 

ଚୁପି ଚୁପି କାନେ କେତେ କଥା କହି 
ଭାଙ୍ଗୁଥିଲୁ  ନୀରବତା
ଆଜି ସେ ଅତୀତ ମନେପଡେ ଯେବେ 
ମନରେ ଆଣୁଛି ବ୍ୟଥା 

ମୋ ଦୁନିଆରେ ତୋଠାରୁ ଦୂରରେ 
ବହୁତ ଖୁସିରେ ଥିଲି 
ଦେଖା ହେଲା କାହିଁ ତୋ ସାଥିରେ ମୋର 
ହସ ମୋର ଭୁଲିଗଲି 

ଚାଲୁ ଚାଲୁ ବାଟ ଝୁଣ୍ଟି ମୁଁ ପଡିଲି 
ଆଗକୁ ତୁ ଚାଲିଗଲୁ 
ମୋ ସ୍ବପ୍ନ ରାଇଜେ ଥିଲୁ ତୁ ଯେ ରାଣୀ 
ସ୍ବପ୍ନ ମୋର ଭାଙ୍ଗିଦେଲୁ 

ଦେଖା ଯଦି ହୁଏ ଦୁନିଆ ଭିଡରେ 
ମାଗିନେବି ମୋର ପ୍ରେମ 
ଟାଣିଦେବି ଆମ ଅତୀତ ସ୍ମୃତି ରେ 
ପୂର୍ଣ୍ଣଛେଦ ଦେବି ନାମ 

No comments:

Post a Comment

ଶିଶୁ

କଅଁଳ ବୟସ କୋମଳ ପାଦରେ  ଗୁରୁଜନ ହାତ ଧରି  ଦେଖେ ସେ ଦୂନିଆ ତା ସୂକ୍ଷ୍ମ ଚକ୍ଷୁରେ  ମନ ଆନନ୍ଦରେ ଭରି  ଟିକି ହୃଦୟ ତା ଜାଣି ନ ପାରଇ  ସୁଖ ଦୁଃଖ ବଡ ସାନ  ତୂନି ଅଧରରେ...