ଗତକାଲି ପରି ମୁଁ ହଜିଯାଏ
ହଜିଗଲେ ମୁଁ ଯେ କିଏ ଅଛି ମୋର
ଖୋଜିବ ମୋତେ ମୁଁ ମିଳିବା ଯାଏ
ତୁ ହଜିଲେ ହେଉ ଅତୀତ ପରା ରେ
ଛାଡି ଯାଉ କେତେ ସ୍ମୃତି
ମୁଁ ହଜିଲା ପରେ ମୋ ନାଆଁ ଲିଭିବ
ହୋଇଯିବି ଶେଷେ ଇତି
ତୁହି ଛାଡିଯାଉ ଆଗାମୀ କାଲିକୁ
ଦେଇ ନୂଆ ସ୍ବପ୍ନ, ଆଶା
ମୁଁ ଛାଡି ଯିବିରେ କର୍ମଫଳ ମୋର
ମୋ ପାଇଁ କିଏ ଭରଷା???
ତୁ ଆଉ ମୋ ଭିତରେ ରହିଛି
ଖାଲି ଏତିକି ପାର୍ଥକ୍ୟ
ତୁ ଫେରିଆସୁ ସଭିଙ୍କ ପାଖକୁ
ମୋ ଫେରିବା ପ୍ରଶ୍ନବାଚକ???
କେତେ ଯିବେ କେତେ ଆସିବେ ମୋ ପରି
ତୁହି ରହିଥିବୁ ଏଠି
କେତେ ଯୁଗ ଆସି ଅବସାନ ଘଟେ
ତୁ ଯୋଉଠି ଅଛୁ ସେଠି
ତୋତେ ଯେ ଗଢିଛି ମୋତେ ସେ ଗଢିଛି
ହେଲେ ତୋ ଆୟୁଷ ଅସରା କେମିତି??
ସତରେ ତୋ ଭାଗ୍ୟ କେତେ ରେ ମହାନ
ବିନା ବଳେ ଅଟୁ ତୁ ଯେ ବଳୀୟାନ
ମୋ ପାଇଁ ଅଜଣା କାଲିର ସକାଳ
ପ୍ରତିମୂହୁର୍ତ ବି ମୋର ଅସ୍ପଷ୍ଟ
ତୋ ଆଗେ ରହିଛି ସାତ ଜନ୍ମ ବେଳ
ନିର୍ମଳ ଅଟେ ତୋ ଚାଲିବା ବାଟ
ତୋର ମୂଲ୍ୟ ଯିଏ ବୁଝିବ ସତରେ
ହୁଏ ନାହିଁ ବାଟବଣା
ମୋ ମୂଲ୍ୟ କେହିବି ନ ବୁଝିଲେ ବୁଝୁ
କରେନାହିଁ ମନ ଊଣା
No comments:
Post a Comment