Sunday, August 23, 2020

ମୁଁ ଆଉ ସମୟ

ମୋତେ ବି ହଜାଇ ଦେ ରେ ସମୟ 
ଗତକାଲି ପରି ମୁଁ ହଜିଯାଏ 
ହଜିଗଲେ ମୁଁ  ଯେ କିଏ ଅଛି ମୋର 
ଖୋଜିବ ମୋତେ ମୁଁ ମିଳିବା ଯାଏ 

ତୁ ହଜିଲେ ହେଉ ଅତୀତ ପରା ରେ
ଛାଡି ଯାଉ କେତେ ସ୍ମୃତି  
ମୁଁ ହଜିଲା ପରେ ମୋ ନାଆଁ ଲିଭିବ 
ହୋଇଯିବି ଶେଷେ ଇତି 

ତୁହି  ଛାଡିଯାଉ ଆଗାମୀ କାଲିକୁ 
ଦେଇ ନୂଆ ସ୍ବପ୍ନ, ଆଶା 
ମୁଁ ଛାଡି ଯିବିରେ କର୍ମଫଳ ମୋର 
ମୋ ପାଇଁ କିଏ ଭରଷା???

ତୁ ଆଉ ମୋ ଭିତରେ ରହିଛି 
ଖାଲି ଏତିକି ପାର୍ଥକ୍ୟ 
ତୁ ଫେରିଆସୁ ସଭିଙ୍କ ପାଖକୁ 
ମୋ ଫେରିବା  ପ୍ରଶ୍ନବାଚକ???

କେତେ ଯିବେ କେତେ ଆସିବେ ମୋ ପରି 
ତୁହି ରହିଥିବୁ ଏଠି 
କେତେ ଯୁଗ ଆସି ଅବସାନ ଘଟେ 
ତୁ ଯୋଉଠି ଅଛୁ ସେଠି

ତୋତେ ଯେ ଗଢିଛି ମୋତେ ସେ ଗଢିଛି 
ହେଲେ ତୋ ଆୟୁଷ ଅସରା କେମିତି??
ସତରେ ତୋ ଭାଗ୍ୟ କେତେ ରେ ମହାନ
ବିନା ବଳେ ଅଟୁ ତୁ ଯେ ବଳୀୟାନ 

ମୋ ପାଇଁ ଅଜଣା କାଲିର ସକାଳ 
ପ୍ରତିମୂହୁର୍ତ ବି ମୋର ଅସ୍ପଷ୍ଟ  
ତୋ ଆଗେ ରହିଛି ସାତ ଜନ୍ମ ବେଳ 
ନିର୍ମଳ ଅଟେ ତୋ ଚାଲିବା ବାଟ 

ତୋର  ମୂଲ୍ୟ ଯିଏ ବୁଝିବ ସତରେ 
ହୁଏ ନାହିଁ ବାଟବଣା 
ମୋ ମୂଲ୍ୟ କେହିବି ନ ବୁଝିଲେ ବୁଝୁ 
କରେନାହିଁ ମନ ଊଣା 

No comments:

Post a Comment

ଶିଶୁ

କଅଁଳ ବୟସ କୋମଳ ପାଦରେ  ଗୁରୁଜନ ହାତ ଧରି  ଦେଖେ ସେ ଦୂନିଆ ତା ସୂକ୍ଷ୍ମ ଚକ୍ଷୁରେ  ମନ ଆନନ୍ଦରେ ଭରି  ଟିକି ହୃଦୟ ତା ଜାଣି ନ ପାରଇ  ସୁଖ ଦୁଃଖ ବଡ ସାନ  ତୂନି ଅଧରରେ...