Saturday, August 22, 2020

ଫେରିଛି ଫଗୁଣ

କାହା ଅପେକ୍ଷାରେ ରହିଛି ଏ ମନ 
ବସିଛି କାହାକୁ ଚାହିଁ 
ଆସିବ ର ଅଛି ଅଜଣା କିଏ କି 
ମତେ ଜଣା ପଡେନାହିଁ 

ବହୁ ଦିନ ପରେ ଆସିଛି ଫଗୁଣ 
ନେଇ ସାତ ରଙ୍ଗ ସାଥେ 
ସଜାଡି ଦିଏ ଯେ ମୋ ଅସଜଡା ମନ 
କୋଳେ ଧରି ଦୁଇ ହାତେ 

ମନେପଡେ ଆଜି ପୁରୁଣା ଅତୀତ 
ସ୍ମୃତି ଭିଜା କେତେ ଦିନ 
ଲାଗୁଛି ଫେରିବ ସେ ଅଭୂଲା କଥା 
ଖୁସିରେ ନାଚୁଛି ମନ 

ଅଦିନେ ବରଷା ବରଷି ଯାଉଛି 
କୋଣ ଛୁଇଁ ହୃଦୟର 
ଫେରିବ କି ସିଏ ଦିନେ ଥିଲା ଯିଏ 
ଅତୀତେ ଭାବନା ମୋର 

ସାଇତି ରଖିଛି ମୋ ଛାତି ଭିତରେ 
ଅନେକ ଅକୁହା କୋହ 
କେମିତି କହିବି ମୋ କୋହ ମୁଁ ତାକୁ 
ଆଖିକୁ ଭିଜାଏ ଲୁହ 

ଚାଲିଗଲେ ଜଣେ ଫେରେନି ଯେ କେବେ 
ହୃଦୟ ରୁ ଯାଏ ହଜି 
ଫଗୁଣ ଫେରୁଛି ପ୍ରତି ବର୍ଷ ହେଲେ 
ପାଏନି ତାକୁ ମୁଁ ଖୋଜି 





No comments:

Post a Comment

ଶିଶୁ

କଅଁଳ ବୟସ କୋମଳ ପାଦରେ  ଗୁରୁଜନ ହାତ ଧରି  ଦେଖେ ସେ ଦୂନିଆ ତା ସୂକ୍ଷ୍ମ ଚକ୍ଷୁରେ  ମନ ଆନନ୍ଦରେ ଭରି  ଟିକି ହୃଦୟ ତା ଜାଣି ନ ପାରଇ  ସୁଖ ଦୁଃଖ ବଡ ସାନ  ତୂନି ଅଧରରେ...