Friday, August 21, 2020

titweter

ଲେଖୁଛି ଲେଖିବି ଯମା ନ ରୋକିବି 
ଯିଏ ଯାହା କହୁ ମୋତେ 
ମୋ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ଯାଏ 
ଲେଖୁଥିବି ଅବିରତେ 

ମନର ଭାବନା ପ୍ରକାଶ କରେ ମୁଁ 
କରେ ନାହିଁ କା ନକଲ
ନିଜ ର ଲୋକ ଜେ ସାବାସି ଦିଅନ୍ତି 
ଲାଗେ ଯେବେ ତାଙ୍କୁ ଭଲ

ପ୍ରେରଣା ଦିଅନ୍ତି ଗୁରୁଜନ ମାନେ 
ସ୍ନେହ ମିଳେ କନିଷ୍ଠଟୁ
ଅଳପ ଦିନରେ ଆପଣାର ହେଲେ 
ଟୁଇଟର ବନ୍ଧୁ ସବୁ 

ଭଲପାଇବା ଯେ ରଖି ଥିବ ସଦା 
ଊଣା କେବେ କରିବେନି 
ସବୁ ବନ୍ଧୁ ଏଠି ମୋ ପାଇଁ ସମାନ 
ତୁମ ବିନା ଲେଖିବିନି 


No comments:

Post a Comment

ଶିଶୁ

କଅଁଳ ବୟସ କୋମଳ ପାଦରେ  ଗୁରୁଜନ ହାତ ଧରି  ଦେଖେ ସେ ଦୂନିଆ ତା ସୂକ୍ଷ୍ମ ଚକ୍ଷୁରେ  ମନ ଆନନ୍ଦରେ ଭରି  ଟିକି ହୃଦୟ ତା ଜାଣି ନ ପାରଇ  ସୁଖ ଦୁଃଖ ବଡ ସାନ  ତୂନି ଅଧରରେ...