Wednesday, August 19, 2020

ଜୟ ଜଗନ୍ନାଥ

ରତ୍ନ ସିଂହାସନେ କଳାବାମନ 
ଦେଖିଲେ ଖୁସିରେ ଶିହରେ ମନ 
ତୁମେ ଜଗତ କର୍ତ୍ତା, ହେ ଦୁଃଖ ନାଶନ 
ତୁମ ନାମ ଧରି ଯାଉ ଜୀବନ 

ଧନୀ ଗରିବ ର ନାହିଁ ଫରକ
ତୋ ଚରଣ ତଳେ ସଭିଏଁ ଏକ 
ତୋ ଆଶିଷ  ଟିକେ ପାଇବା ପାଇଁ 
ଜଗତ ର ଜନ ଆସନ୍ତି ଧାଇଁ 

ପାଖରେ ଥାଉ କି ଅବା ଦୂରରେ 
ନାମ ତୋର ରହେ ଯାହା ମୁଖରେ 
ଲୋଡା ନାହିଁ ତାର ସରଗ ସୁଖ 
ପାସୋରି ନେଊ ତୁ ସଭିଙ୍କ ଦୁଃଖ 

ଭାବ ଡୋରେ ବନ୍ଧା ସମ୍ପର୍କ ତୋର 
ଦର୍ଶନ ମିଳିଲେ ଜୀବ ଅମର 
ମିଳେନି କରୁଣା ତୋ ଭାବ ବିନା 
ଆଶୀର୍ବାଦ  କର   କାଳିଆସୁନା 

No comments:

Post a Comment

ଶିଶୁ

କଅଁଳ ବୟସ କୋମଳ ପାଦରେ  ଗୁରୁଜନ ହାତ ଧରି  ଦେଖେ ସେ ଦୂନିଆ ତା ସୂକ୍ଷ୍ମ ଚକ୍ଷୁରେ  ମନ ଆନନ୍ଦରେ ଭରି  ଟିକି ହୃଦୟ ତା ଜାଣି ନ ପାରଇ  ସୁଖ ଦୁଃଖ ବଡ ସାନ  ତୂନି ଅଧରରେ...