Wednesday, August 19, 2020

ଅହଂକାର

ମୋ ଭାଗ୍ୟ କୁ ଆଜି ମାଗିଲି ସମୟ 
ହସ ଟିକେ ଦେବା ପାଇଁ 
ହେଲେ ମୋର ଭାଗ୍ୟ ସାଜିଲା ବଇରି 
ଲୁହ ରେ ଦେଲା ଭସାଇ 

କପାଳ ଲେଖା କୁ କରିଲି ଭରଷା 
ଦୁର୍ଭାଗ୍ୟ ସହ ମୋ ହୋଇଲା ଦେଖା 
ଭାଙ୍ଗିଗଲା ମୋର ସ୍ବପ୍ନ ର ଉଆସ 
ପାପୁଲି ରେ ଖୋଜି ସୌଭାଗ୍ଯ ରେଖା

ମିଛେ କରୁଥିଲି ଅହଂକାର ସିନା 
ଅରଜି ଅଜସ୍ର ଧନ 
ଭାଙ୍ଗିଦେଲା ମନ ସବୁ ଗର୍ବ ମୋର 
ବୁଲିଆସି ଥରେ ସ୍ମସାନ

ଲାଗିବନି ଧନ କୋଉ କାମେ ମୋର 
ଛ ଖଣ୍ଡ ବାଉଁଶ ଶେଷ ସମ୍ପତ୍ତି 
ପ୍ରାଣବାୟୁ ମୋର ଗଲା ପରେ ଉଡି 
ଲିଳାଖେଳା ସବୁ ହୋଇବ ଇତି 

ଅଢେଇ ଦିନ କୁ ଆଣିଛି ଆୟୁଷ 
ମରଣ ସତ୍ୟ କୁ ଜନ୍ମ ଅସ୍ପଷ୍ଟ 
ମୋ ପାଇଁ କା ମନେ ନ ରହୁ ଦ୍ବେଷ 
ନ ପାଉ କେହି ବି ମୋ ଲାଗି କଷ୍ଟ 

ଆସିଛି ଏକା ମୁଁ ଯିବି ରେ ଏକା 
ନ ପାଉ କେହି ବି ମୋ ଠାରୁ ଧୋକ୍କା 
ହସ ଖୁସିରେ ମୋ କଟୁ ଜୀବନ 
ସଫଳ ହେଉ ଏ ମଣିଷ ଜନ୍ମ 






No comments:

Post a Comment

ଶିଶୁ

କଅଁଳ ବୟସ କୋମଳ ପାଦରେ  ଗୁରୁଜନ ହାତ ଧରି  ଦେଖେ ସେ ଦୂନିଆ ତା ସୂକ୍ଷ୍ମ ଚକ୍ଷୁରେ  ମନ ଆନନ୍ଦରେ ଭରି  ଟିକି ହୃଦୟ ତା ଜାଣି ନ ପାରଇ  ସୁଖ ଦୁଃଖ ବଡ ସାନ  ତୂନି ଅଧରରେ...