Tuesday, August 18, 2020

ଆକସ୍ମିକ

ଅସମୟେ ଆସି ମନର ମାନସୀ 
ହୃଦୟର ସୀମା ଡେଇଁ 
ରହିଗଲା ସିଏ କରି ଛୋଟ ଘର 
ପ୍ରେମ ପୁଷ୍ପ ଚହଟାଇ 

ଆନନ୍ଦରେ ମନ ହୁଏ କୁଣ୍ଢେମୋଟ 
ସବୁ କଳ୍ପନାର ହୋଇ ଗଲା ଅନ୍ତ 
ତାର ପ୍ରେମ ସ୍ପର୍ଶ ପାଇ

ହସେ ଏଇ ଧରା ଦେଖି ଆଗମନ 
ନାଚି ଉଠେ କିଆଁ  ବନଉପବନ
ସତ ଲାଗେ ସ୍ବପ୍ନ କାହିଁ

ନେଇ ଆସିଛି ସେ ଅନେକ ଭାବନା
ନୂଆ ଦୁନିଆର ନୂଆ ସମ୍ଭାବନା 
ଅସରନ୍ତି ଆଶା ନେଇ 

ଅଦିନେ ଆସିଲା ଅଜଣା ଅତିଥି 
ମୋ ଜୀବନ ବାଟେ ହୋଇ ଗଲା ସାଥି 
ଛାଡିବାକୁ ଇଛା ନାହିଁ 

ଅସମ୍ଭବ ଆଜି ଲାଗୁଛି ସମ୍ଭବ 
ବାକି ସବୁ କଥା ଲାଗେ ଯେ ଗୁଜବ
ନାହିଁ ତାର ସରି କେହି 



No comments:

Post a Comment

ଶିଶୁ

କଅଁଳ ବୟସ କୋମଳ ପାଦରେ  ଗୁରୁଜନ ହାତ ଧରି  ଦେଖେ ସେ ଦୂନିଆ ତା ସୂକ୍ଷ୍ମ ଚକ୍ଷୁରେ  ମନ ଆନନ୍ଦରେ ଭରି  ଟିକି ହୃଦୟ ତା ଜାଣି ନ ପାରଇ  ସୁଖ ଦୁଃଖ ବଡ ସାନ  ତୂନି ଅଧରରେ...