ଗାଉଁଲି ପ୍ରେମିକ ମନ
ଦେଇଗଲା ସିଏ ଅଭୂଲା ଅତୀତ
ନେଇ ମୋ ଆତ୍ମସମ୍ମାନ
ମରିଚିକା ପଛେ ଧାଇଁଥିଲି ମୁଁ ଯେ
ତୃଷ୍ନା ମେଣ୍ଟାଇବା ପାଇଁ
ମେଣ୍ଟିଲାନି ଶୋଷ ହେଲି ମୁଁ ବେହୋସ
ଜଳ ଆଶେ ଧାଇଁ ଧାଇଁ
ପହଁରି ଥିଲି ମୁଁ କୁହୁଡି ର ନଇ
ହୋଇ ତାର ପ୍ରେମେ ଅନ୍ଧ
ହେଲେ ବୁଝିବା ଟା ହୋଇଲା ମୋ ଡେରି
ବୁଝି ତା ସମ୍ପର୍କ ଫାନ୍ଦ
ଅଧାବାଟେ ସିଏ ଛାଡିଦେଲା ହାତ
ସ୍ବାର୍ଥପର ଗଲା ସାଜି
ସ୍ମୃତି ସବୁ ଆମ ଅଫେରା ଅଧ୍ୟାୟ
ମିଳେନାହିଁ ଯେତେ ଖୋଜି
ସମୟ କୁ ମୁଁ ଯେ କରଛି ଅପେକ୍ଷା
ଆସୁ ଲେଉଟାଣି ବେଳ
ବୁଝିବ ସେଦିନ ତା ଭଲ ପାଇବା
No comments:
Post a Comment