ମୋ ପରି ନ ଥିବେ କେହି
ଭଅଁର ଯେ ସବୁ ଫୁଲ ବଗିଚାରେ
ଯିବେ ଉଡି ମହୁ ପିଇ
ଭ୍ରମ ତୋର ଯେବେ ହୋଇଯିବ ଦୂର
ତୋଳିଥିବୁ ଆମ ସମ୍ପର୍କେ ପ୍ରାଚୀର
ଯାଇଥିବି ତୋଠୁ ଦୁର
ଭୁଲ ଥିଲା କାର ନଥିଲା ତ ଜଣା
ସମ୍ପର୍କ ରେ ହୁଏ ଭୁଲବୁଝାମଣା
ଥାଏ ତାର ପ୍ରତିକାର
ମନରେ ନ ରହେ ଯଦି ବି ବିଶ୍ବାସ
ରୁନ୍ଧି ହୋଇଯାଏ ଛାତିରେ ନିଶ୍ବାସ
ଅବିଶ୍ବାସ ଆସେ ମାଡି
ହୃଦୟ ଯେମିତି ହୋଇଥାଉ ଏକ
ଦିନା ନା ଦିନେ ସେ ଚାଲିଯିବ ଦେଖ
ଅଧା ବାଟେ ପ୍ରେମ ଛାଡି
ଯଦି ଗଢୁଅଛ ସମ୍ପର୍କ ନଅର
ଦୁହେଁ ଦୁହିଁଙ୍କୁ ଯେ ଭରଷା ତ କର
ଧ୍ୟାନରେ ନିଅନି କିଛି
କହିଲା ଲୋକ ତ ହଜାରେ କହିବେ
No comments:
Post a Comment