ସ୍ବପ୍ନ ର ହାଟକୁ ଯାଇଥିଲି କାଲି
ପ୍ରେମ ର ସଉଦା ପାଇଁ
ମିଳିଲା ସଉଦା ପ୍ରତିବଦଳରେ
ହୃଦୟ କାନ୍ଦିଲା କାହିଁ
କୁହୁଡି ଭରା ଯେ ସ୍ବପ୍ନ ର ସେ ହାଟ
ମିଳେନାହିଁ ବାଟଘାଟ
ବୁଢିଆଣୀ ଜାଲେ ଛନ୍ଦି ହେଲା ପରି
ମନ ହୁଏ ଛଟପଟ
ପ୍ରେମ ଥିଲା ମୋର ଆହା କି ସତେଜ
ସତେ ସଜ ଫୁଟା କଇଁ
ଥିଲି ହତଭାଗ୍ଯ ନୋହିଲା ମୋ ଭାଗ୍ୟ
କଇଁ ମୁଁ ପାଇଲି ନାହିଁ
ଯିବା ସମୟରେ ଥିଲା ଜଣେ ସାଥି
ଫେରିଲି ମୁଁ ଏକା ଏକା
ସାଥି ଯିଏ ଥିଲା ହାତ ଛାଡି ଦେଲା
ଦେଇଗଲା ସିଏ ଧୋକ୍କା
ଥିଲା ମୋ ପାଖରେ ଅସରନ୍ତି ଧୌର୍ଯ
ପ୍ରେମ କୁ କିଣିବା ପାଇଁ
ସମୟ ଟା ସବୁ ଦେଲା ଯେ ବିଗାଡ
ନିଦରୁ ଦେଲା ଉଠାଇ
No comments:
Post a Comment