Tuesday, August 4, 2020

ଚେହେରା 😊

ବଳିଷ୍ଠ ଚେହେରା ସୁନ୍ଦର ଅଙ୍ଗ 
ଖୋଲା ଆକାଶ ର ମୁକ୍ତ ବିହଙ୍ଗ 
ସମୟ ଆସିଲେ ଯିବେରେ ଉଡି 
ବାନ୍ଧି ରଖିନାହିଁ  କେଉଁ  ଦଉଡି 

କଳା ହେଉ କିମ୍ବା ଶ୍ୟାମଳ ବର୍ଣ୍ଣ 
ଅବା ଶରୀର ତା ହେଉ ଜରାଜୀର୍ଣ 
ବ୍ୟବହାର ଥାଏ ଯାର ଶୋଭିତ 
ସଭିଙ୍କୁ ପ୍ରିୟ ତା  ନିତୀ  ଆଦର୍ଶ

ପିତା ନାମେ ଯଦି ମିଳେ ରାଜତ୍ବ
ମିଳେନି  ତହିଁରେ ଆତ୍ମସନ୍ତୋଷ
ପୁତ୍ର ନାମେ ପିତା ହେଲେ ଚିହ୍ନିତ
ପିତା ନାମ ଖ୍ୟାତି ରହେ ସର୍ବତ୍ର

ନିଜ ନାମେ  କେବେ ମିଳେନି ଖ୍ୟାତି
ଆତ୍ମ  କର୍ମ ଫଳ  ଦିଏ   ସୁଖ୍ୟାତି
ଧନ ଜନ ଆୟୁ ଅଢେଇ ଦିନ
ସୁ-କର୍ମେ ବଢଇ ଆତ୍ମ ସମ୍ମାନ 

No comments:

Post a Comment

ଶିଶୁ

କଅଁଳ ବୟସ କୋମଳ ପାଦରେ  ଗୁରୁଜନ ହାତ ଧରି  ଦେଖେ ସେ ଦୂନିଆ ତା ସୂକ୍ଷ୍ମ ଚକ୍ଷୁରେ  ମନ ଆନନ୍ଦରେ ଭରି  ଟିକି ହୃଦୟ ତା ଜାଣି ନ ପାରଇ  ସୁଖ ଦୁଃଖ ବଡ ସାନ  ତୂନି ଅଧରରେ...