Thursday, August 27, 2020

ବିଡମ୍ବନା

କି ଅବା ଉତ୍ତର ମାଗୁଛି ଦୁନିଆ
ଜଳିଗଲା ପରେ ମନ 
ଆସରା ଖୋଜୁଛି ଲୁହ ଭିଜା ଆଖି 
ତୁଚ୍ଛ ଲାଗେ ଏ ଜୀବନ 

ସମ୍ପର୍କ ଭାଙ୍ଗିଲା ସମ୍ମାନ ପାଇଁକି 
ମିଛେ ହୁଏ ଲୋକହସା 
ହୃଦୟ ବିଚରା ପ୍ରତାରିତ ହେଲା 
ଜଣକୁ କରି ଭରଷା 

ବୁଝେନାହିଁ କେହି ଶୁଣେନାହିଁ କେହି 
ଦରଦି ମଣିଷ କଥା 
ନିଜର କିଏ ଯେ ଅଛି ଦୁନିଆରେ 
ବୁଝିବାକୁ ମନ ବ୍ୟଥା 

ସମ୍ଭାବନା ଯାହା ଥିଲା ଭଲପାଇ
ହଜିଗଲା ଅଦିନରେ 
ତୁନି ତୁନି ଆସି ଅତୀତ ର ସ୍ମୃତି 
ହସିଦିଏ  ନୀରବରେ 

ଭାବନା ସାଜିଛି ମୋର ବିଡମ୍ବନା 
ଭାଗ୍ୟ କିଆଁ ହେବ ଦୋଷୀ 
ନିଜ ଲୋକ ଯେବେ ହୋଇଯିବେ ଶତ୍ରୁ 
ଆତ୍ମଗ୍ଲାନି ଦିଏ ଫାଶୀ 

No comments:

Post a Comment

ଶିଶୁ

କଅଁଳ ବୟସ କୋମଳ ପାଦରେ  ଗୁରୁଜନ ହାତ ଧରି  ଦେଖେ ସେ ଦୂନିଆ ତା ସୂକ୍ଷ୍ମ ଚକ୍ଷୁରେ  ମନ ଆନନ୍ଦରେ ଭରି  ଟିକି ହୃଦୟ ତା ଜାଣି ନ ପାରଇ  ସୁଖ ଦୁଃଖ ବଡ ସାନ  ତୂନି ଅଧରରେ...